ଇତିହାସ ରଚିଲା ଭାରତ, ୨୫ ବର୍ଷ ପରେ ୨୦୨୫ରେ ପ୍ରତିଶୋଧ ନେଲା

blank
ଦୁବାଇ ୯/୩-ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାଜିତ କରିଛି। ଟିମ୍ ଇଣ୍ଡିଆ ୪୯ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ୨୫୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୨୫୪ ରନ୍ ସଂଗ୍ରହ କରିଛି। ଟିମ୍ ଇଣ୍ଡିଆ ପକ୍ଷରୁ ରୋହିତ ଶର୍ମା ୭୬ ରନ୍ କରିଥିବାବେଳେ ଶୁବମନ ଗିଲ୍ ୩୧ ରନ୍ କରିଥିଲେ। ବିରାଟ କୋହଲି ଏକ ରନ୍ କରି ପାଭିଲିୟନ ଫେରିଥିଲେ। ଶ୍ରେୟସ ଆୟର ୪୮ ରନ୍ କରିଥିବାବେଳେ ଅକ୍ଷର ପଟେଲ ୨୯ ରନ୍ କରିଥିଲେ। ସେହିପରି କେଏଲ ରାହୁଲ ୩୪ ରନ୍ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍ କରିଥିଲେ।ନ୍ୟୁଜିଲାଣ୍ଡ ପକ୍ଷରୁ ମାଇକେଲ ସାଟନର ୨ ୱିକେଟ ନେଇଥିବାବେଳେ ମିଚେଲ ବ୍ରସୱେଲ୍ ୨ ୱିକେଟ ନେଇଥିଲେ। ସେହିପରି ରଚିନ ରବିନ୍ଦ୍ର ଏବଂ କେୟଲ ଜାମିସନ ଉଭୟ ଗୋଟିଏ ୱିକେଟ ନେଇଥିଲେ। ଭାରତୀୟ ସ୍ପିନରମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନଙ୍କ ମଧ୍ୟରେ କୁଲଦୀପଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀ ଆତଙ୍କ ସୃଷ୍ଟି କରିଥିଲେ। ଫଳରେ ଧାର୍ଯ୍ୟ ୫୦ ଓଭରରେ ନ୍ୟୁଜିଲାଣ୍ଡ ୭ ୱିକେଟ ହରାଇ ୨୫୧ ରନ୍ କରିଥିଲା। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୨୫୨ ରନ୍ ରହିଥିଲା। ଦୁବାଇର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଦଳ ଭଲ ଆରମ୍ଭ କରିଥିଲା, କିନ୍ତୁ ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବଙ୍କ ସ୍ପିନ୍ ଯାଦୁ ଯୋଗୁ ମାତ୍ର ୩ ଓଭର ମଧ୍ୟରେ ନ୍ୟଜିଲାଣ୍ଡର ୩ ପ୍ରମୁଖ ବ୍ୟାଟ୍ସମ୍ୟାନ ପାଭିଲିୟନ ଫେରିଥିଲେ। ଚକ୍ରବର୍ତ୍ତୀ ୱିଲ୍ ୟଙ୍ଗଙ୍କୁ ଆଉଟ୍ କରିଥିଲେ ଏବଂ କୁଲଦୀପ ଯାଦବ ରଚିନ୍ ରବିନ୍ଦ୍ରଙ୍କୁ ଆଉଟ୍ କରିଥିଲେ। ଏହାପରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ୱିଲ୍ ୟଙ୍ଗ ୧୫ ରନ୍ କରିଥିବାବେଳେ ରଚିନ୍ ରବିନ୍ଦ୍ର ୩୭ ରନ୍ କରିଥିଲେ। ସେହିପରି କେନ୍ ୱିଲମସନ୍ ୧୧ ରନ୍‌, ଡାରେଲ ମିଚେଲ୍ ୬୩ ରନ୍‌, ଟମ୍ ଲାଥାମ୍ ୧୪ ରନ୍‌, ଗ୍ଲେନ୍ ଫିଲିପ୍ସ ୩୪ ରନ୍‌, ମିଚେଲ୍ ବ୍ରାସୱେଲ ଅପରାଜିତ ୫୩ ରନ୍ କରିଥିଲେ। ସେହିପରି ଟିମ ଇଣ୍ଡିଆ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୨ ୱିକେଟ, କୁଲଦୀପ ଯାଦବ ୨ ୱିକେଟ ନେଇଥିଲେ। ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ। ମହମ୍ମଦ ସାମି ଗୋଟିଏ ୱିକେଟ ନେଇଥିଲେ। ଏହି ବିଜୟ ସହିତ ୨୫ ବର୍ଷ ପରେ ୨୦୨୫ରେ ଟିମ୍ ଇଣ୍ଡିଆର ନ୍ୟୁଜିଲାଣ୍ଡ ଠାରୁ ୨୦୦୦ର ପରାଜୟର ପ୍ରତିଶୋଧ ନେଇଛି।

Next Post

ଏସଏଚଜି ସଭ୍ୟାଙ୍କୁ ଶାଢୀ ଅର୍ଥ ବଂଟନରେ ଅବହେଳା , ବିଡିଓଙ୍କ ନିକଟରେ ଅଭିଯୋଗ

Mon Mar 10 , 2025
ପଟ୍ଟାମୁଣ୍ଡାଇ ୧୦/୩ -ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲାଗି ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି। ଏହାଦ୍ୱାରା ଗାଁଠାରୁ ଆରମ୍ଭ କରି ସହରାଂଚଳର ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏପରିକି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚଜି) ସଭ୍ୟାଙ୍କୁ ଦାୟିତ୍ୱ ଦିଆଯାଇଛି। ହେଲେ କେତେକ କ୍ଷେତ୍ରରେ ଏସଏଚଜି ସଭ୍ୟାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ସରକାରଙ୍କ ପକ୍ଷରୁ କେତେକ ଏସଏଚଜିଙ୍କୁ ଶାଢୀଅର୍ଥ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading