ପଟ୍ଟାମୁଣ୍ଡାଇ ୨୦/୫ -ଅନଲାଇନ ଔଷଧ ବିକ୍ରିକୁ ବିରୋଧ କରି ଅଲ୍ ଇଣ୍ଡିଆ ଅର୍ଗାନାଇଜେଶନ ଅଫ୍ କେମିଷ୍ଟ୍‌ସ ଆଣ୍ଡ୍ ଡ୍ରଗିଷ୍ଟ୍‌ସ (ଏଆଇଓସିଡି) ପକ୍ଷରୁ ବୁଧବାର ସମଗ୍ର ଦେଶରେ ଔଷଧ ଦୋକାନ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ପଟ୍ଟାମୁଣ୍ଡାଇ ସହର ଓ ଗ୍ରାମାଂଚଳର ବିଭିନ୍ନ ଅଂଚଳରେ ଥିବା ଔଷଧ ଦୋକାନ ବନ୍ଦ ଥିବାର ଦେଖିବାକୁ ମିଳିଛି । ଯାହାଫଳରେ ରୋଗୀ ଓ ସାଧାରଣ ଲୋକ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା […]

କେନ୍ଦ୍ରାପଡ଼ା,୨୦ା୫: ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାସ ହାର ୯୫.୭୯ ପ୍ରତିଶତ ହୋଇଛି। ବିଦ୍ୟାଳୟର ୩ଟି ବିଭାଗ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ମୋଟ ୧୨୪୦ଜଣ ପରୀକ୍ଷା ଦେବା ପାଇଁ ଫର୍ମ ପୁରଣ କରିଥିବା ବେଳେ ସେଥିମଧ୍ୟରୁ ୩ଟି ବିଭାଗରେ ମୋଟ ୧୨୩୭ଜଣ ପରୀକ୍ଷା ଦେଇଛନ୍ତି। ୩ଜଣ ଅନୁପସ୍ଥିତ ରହିଥିଲେ। ୫୨ଜଣ ଅସଫଳ ହେରାଇଥିବା ବେଳେ ୧୧୮୫ଜଣ ପାସ […]

କେନ୍ଦ୍ରାପଡ଼ା,୨୦ା୫ କେନ୍ଦ୍ରାପଡା ସଦର ଥାନା ପୋଲିସ ୩ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୧୦ ଗ୍ରାମର ବ୍ରାଉନସୁଗାର ପୋଲିସ ଜବତ କରିଛି । ଏ ନେଇ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ ସୂଚନା ଦେଇଛନ୍ତି । ସେମାନେ ହେଉଛନ୍ତି ଭଦ୍ରକ ଜିଲ୍ଲାର ପୁରୁଣା ବଜାର ଥାନା ଅନ୍ତର୍ଗତ ବଡ଼ଶଙ୍କରପୁର ଗ୍ରାମର ସେକ ଲାଜାଙ୍କ ପୁଅ ସେକ ଅନିଲ(୨୩) ଓ ସେହି ଗ୍ରାମର ସେକ ଜାଫରଙ୍କ ପୁଅ […]

କେନ୍ଦ୍ରାପଡ଼ା,୨୦ା୫:ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ + ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। + ୨ କଳାରେ ୨୪୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୮, ଦ୍ୱିତୀୟ ଶ୍ରେଣୀରେ ୫୭ ଓ ତୃତୀୟ ଶ୍ରେଣୀରେ ୯୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। + ୨ ବିଜ୍ଞାନରେ ୬୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ […]

ପଟ୍ଟାମୁଣ୍ଡାଇ ସହରରେ ଦିଗହରା ସ୍ୱଚ୍ଛ ଭାରତ ମିଶନ ରାସ୍ତାକଡ଼ ଓ କାନ୍ଥବାଡରେ ଝାଡା ପରିସ୍ରା କରୁଛନ୍ତି ଲୋକେ! ପଟ୍ଟାମୁଣ୍ଡାଇ ୧୮/୫ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ସ୍ୱଚ୍ଛ ଭାରତ ମିସନ ବସ୍ତୁତଃ ଦିଗହରା ହୋଇପଡିଛି । ପଟ୍ଟାମୁଣ୍ଡାଇ ସହରକୁ ସ୍ୱଚ୍ଛ ଓ ନିର୍ମଳ ରହିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଇକୋ ଟ ଏ ଲେଟରେ ଦୀର୍ଘ ଦିନ […]

କେନ୍ଦ୍ରାପଡ଼ା,୧୯ା୫:ଆସନ୍ତା ବର୍ଷା ଋତୁ ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଜିଲ୍ଲା ପରିଷଦ ଉପସଭାପତି ଭୀଷ୍ମ ମହାନ୍ତି, ମହାକାଳପଡା ବିଧାୟକଙ୍କ […]

କେନ୍ଦ୍ରାପଡ଼ା,୧୯ା୫:ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମ ଲାଗୁ କରାଯାଇଥିବା ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହାର ସଫଳ ରୂପାୟନ ପାଇଁ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ସହ ଏକ ଆଲୋଚନା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏସଆଇଆରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ସହ ଅଯୋଗ୍ୟ, ମୃତ […]

କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ  ଜ୍ୱାଇଁଙ୍କୁ ଡାକି  ମାଡ଼ ମରାଯାଇଥିବା ଅଭିଯୋଗ   କେନ୍ଦ୍ରାପଡା ୧୯/୫ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସେକପୁର ବନ୍ଧପଡା ଗାଁରେ ପାରିବାରିକ ବିବାଦକୁ କେନ୍ଦ୍ରକରି ଶ୍ୱଶୁର ଘର ଲୋକେ ଜ୍ୱାଇଁଙ୍କୁ ଘରକୁ ଡାକି ନିର୍ଧୂମ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏଥିରେ ଜ୍ୱାଇଁ ଗୁରୁତର ଆହତ ହୋଇଥିବା ବେଳେ ପ୍ରଥମେ ପଟ୍ଟାମୁଣ୍ଡାଇ ପରେ କଟକ ମେଡିକାଲକୁ ଚିକିତ୍ସା […]

କେନ୍ଦ୍ରାପଡ଼ା, ୧୯/୫: ଏସ୍‌ଓଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସରେ ସାତଦିନ ଧରି ଚାଲିଥିବା ଅନ୍ତର୍ଜାତୀୟ ନସିଂସପ୍ତାହ ଓ ବାର୍ଷିକ ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ଅନୁଷ୍ଠାନର ପ୍ରଫେସନାଲ ଡାଇରେକ୍ଟର ଜ୍ୟୋତିର୍ମୟୀ ନାୟକଙ୍କ ସଭାପତିତ୍ୱରେ ଉଦ୍‌ଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଡେରାବିଶ ବ୍ଲକର ବ୍ଲକ୍ ଉନ୍ନୟନ ଅଧୂକାରୀ ନମିତା ବାରିକ ଯୋଗ ଦେଇ କହିଥିଲେ ଯେ ଛାତ୍ରୀଛାତ୍ରମାନେ ସେବା ମନୋବୃତ୍ତି ନେଇ ଶିକ୍ଷା ଗ୍ରହଣ କରନ୍ତୁ […]

କେନ୍ଦ୍ରାପଡ଼ା,୧୮ା୪:୫୩ନମ୍ବର ଜାତୀୟ ରାଜପଥ ନିମ୍ନମାନର ନିର୍ମାଣ ହୋଇଥିବା ନେଇ ଅଭିଯୋଗ ହେବା ପରେ ରାଜପଥ କର୍ତ୍ତୃପକ୍ଷ କେନ୍ଦ୍ରାପଡାରେ ପହଞ୍ଚି ରାସ୍ତାର ମାନ ପରଖିଛନ୍ତି। ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଦର୍ଶି ପ୍ରକାଶଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ କେନ୍ଦ୍ରାପଡାରେ ପହଞ୍ଚିଥିଲେ। ଏହି ଟିମ ଦୁହୁରିଆ,ଶ୍ୟାମସୁନ୍ଦରପୁର, ଗୋପଛକ, ଛଘରିଆ ପ୍ରମୁଖ ସ୍ଥାନରେ ଯାଞ୍ଚ କରିଥିଲେ। ଶ୍ୟାମସୁନ୍ଦରପୁରରେ ପ୍ରାୟ ଦୁଇମାସ ତଳେ ଯେଉଁ ସ୍ଥାନରେ ରାସ୍ତା ଭୁଷୁଡି ପଡିଥିଲା ସେ ସ୍ଥାନ ଯାଞ୍ଚ […]

Breaking News