
ପଟ୍ଟାମୁଣ୍ଡାଇ ୧୬/୬ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କାଠିଆପଡା ଯୁବକ ସଂଘ ପକ୍ଷରୁ (ମିଶନ ଲାଇଫ) ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ କାଠିଆପଡା ଯୁବକ ସଂଘ ସମେତ ଆଖପାଖ ଗ୍ରାମର ସମାଜସେବୀ, ଶିକ୍ଷାବିତ, ବୁଦ୍ଧିଜୀବୀ, ଛାତ୍ରମାନେ ସାମିଲ ହୋଇ, କାଠିଆପଡା କେନାଲର ଉଭୟ ପାର୍ଶ୍ୱରେ ବର, ଓସ୍ତ, ବଉଳ, ନିମ୍ବ ଇତ୍ୟାଦି ଉପକାରୀ ଗଛ ଗୁଡିକ ଲଗାଇଥିଲେ। ଯୁବକ ସଂଘ ଏକ ମିଶନ (ମିଶନ ଲାଇଫ) ଜରିଆରେ ଆଗାମୀ ଦିନରେ ଗ୍ରାମର ଏବଂ ଅନ୍ୟ ଆଖ ପାଖ ଅଂଚଳର ନଦୀ ବନ୍ଧ, କେନାଲ ପାର୍ଶ୍ୱ, ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଏହିଭଳି ସାମୁହିକ ବୃକ୍ଷରୋପଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିନେଇ ସଂଘର ସଭାପତି ମହେଶ୍ୱର ସେଠୀ ସଂଯୋଜନାରେ ମିଶନ ଲାଇଫକୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ପାଦକ ସତ୍ୟଜିତ ମହାରଣା,ସଦସ୍ୟ ମାନସ ମହାରଣା, ସୁମିତ ଦାସ, ଦୀପ୍ତିରଞ୍ଜନ ଦାଶ, ସୌମ୍ୟରଂଜନ ଦାସ, ପ୍ରିୟବ୍ରତ ପାଢ଼ୀ, ପ୍ରଦ୍ୟୁତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଏହି ମିଶନର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ । ସମୂହ ମାଧ୍ୟମରେ ପରିବେଷକୁ ସବୁଜମୟ କରିବା ସଙ୍ଗେ ସଙ୍ଗେ ବାଟୋଇ, ଚାଷୀ, ଓ ପଶୁ ପକ୍ଷୀଙ୍କୁ ଆଶ୍ରୟ ଓ ଛାୟା ପ୍ରଦାନ କରିବ । ଏହିଭଳି ଏକ ମହତ୍ୱ ଉଦ୍ଦେଶ୍ୟକୁ ପୂରଣ କରିବାକୁ ସମସ୍ତେ ଆଗେଇ ଆସି ଜଣେ ଜଣେ ୧୦ ରୁ ଅଧିକ ଗଛ ଲଗାଇବାକୁ ଚେଷ୍ଟା ଜାରି ରଖନ୍ତୁ ବୋଲି ନିବେଦନ କରିଥିଲେ । ଏକ ସୁନ୍ଦର ସବୁଜ ପୃଥିବୀ ଗଢିବାରେ ସହଯୋଗର ହାତ ବଢ଼େଇବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
