କେନ୍ଦ୍ରାପଡା ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସାଧାରଣ ବୈଠକ

blank
କେନ୍ଦ୍ରାପଡ଼ା,୧୫ା୬:କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ବାର୍ଷିକ ସାଧାରଣ ବୈଠକ ରବିବାର ପୂର୍ବାହ୍ନରେ ମହାବିଦ୍ୟାଳୟର ଗାନ୍ଧୀଭବନରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ତଥା ପୁରାତନ ଛାତ୍ର ଗଣେଶ୍ୱର ବେହେରା ମୁଖ୍ୟଅତିଥି, ପୁରାତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ସନ୍ଦିପ ସାହୁ ମୁଖ୍ୟବକ୍ତା ଓ ପୈାରାଧ୍ୟକ୍ଷା ତଥା ପୁରାତନ ଛାତ୍ରୀ ସରିତା ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ସୁବ୍ରତ କୁମାର ସାମଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ସମ୍ପାଦକ ଡ. ବିଧୁଭୂଷଣ ଦାଶ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ପ୍ରମୋଦ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପୁରାତନ ଛାତ୍ର ସଂସଦର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଂସଦର ସଭାପତି ଭାବେ ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ଉପସଭାପତି ଭାବେ ଅଧ୍ୟାପକ ପ୍ରଦୀପ୍ତ କିଶୋର ଦାଶ, ତ୍ରୈଲୋକ୍ୟନାଥ ସାମଲ, ବିଶ୍ୱଜିତ ଦାସ, ସମ୍ପାଦକ ଭାବେ ଅଧ୍ୟାପକ ପ୍ରମୋଦ କୁମାର ଦାସ, ଯୁଗ୍ମସମ୍ପାଦକ ଭାବେ ସ୍ମୃତିରଞ୍ଜନ ଜେନା, ପ୍ରତାପ ଚନ୍ଦ୍ର ମହାନ୍ତି ଓ ସୀମା ମହାନ୍ତି, କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ଡ. ବିଧୁଭୂଷଣ ଦାସ,ଚିତ୍ତରଞ୍ଜନ ଦାସ, ଡ. ରଶ୍ମୀ କର, ଡ. କଳ୍ପନା ମଲ୍ଲିକ, ଶୁଭଙ୍କର ନାୟକ, ଡ. ରତ୍ନମଞ୍ଜରୀ ଦାଶ, ଶରତ ସିଂ, ରାଜେଶ ନାୟକ, ବିଶ୍ୱନାଥ ଆଚାର୍ଯ୍ୟ, ଅଧ୍ୟାପକ ସୁବ୍ରତ ସାମଲ, ସେକ ସମସୁର ଅଲ୍ଲୀ ଓ ଅଧ୍ୟାପକ ଗୋଲଖ ମହାଭୋଇଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ସେହିଭଳି ସଂସଦର ଉପଦେଷ୍ଟା ଭାବରେ ପ୍ରାଧ୍ୟାପକ ନନ୍ଦକିଶୋର ପରିଡା, ଡ. ବିନ୍ଦୁମିତ୍ର ବଳ, ଡ. ଅମୀୟ କୁମାର ମହାନ୍ତି ଓ ଅଜୟ କୁମାର ସାମଲଙ୍କୁ ଚୟନ କରାଯାଇଥିଲା। ସଂସଦର ନବନିର୍ବାଚିତ କାର୍ଯ୍ୟକାରୀ କମିଟି ମହାବିଦ୍ୟାଳୟର ବିକାଶ ତଥା ସୁରକ୍ଷା ପାଇଁ ସଙ୍କଳ୍ପବଦ୍ଧ ବୋଲି ସଭାପତି ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡା କହିବା ସହିତ ମହାବିଦ୍ୟାଳୟର ଜମି ସୁରକ୍ଷାକୁ ନବଗଠିତ ସଂସଦ ପ୍ରାଧାନ୍ୟ ଦେବ ବୋଲି ସେ କହିଛନ୍ତି।

Next Post

ଯୁବକ ସଂଘର ମିଶନ ଲାଇଫ, ଶତାଧିକା ବୃକ୍ଷ ରୋପଣ

Sun Jun 15 , 2025
ପଟ୍ଟାମୁଣ୍ଡାଇ ୧୬/୬ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କାଠିଆପଡା ଯୁବକ ସଂଘ ପକ୍ଷରୁ (ମିଶନ ଲାଇଫ) ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ କାଠିଆପଡା ଯୁବକ ସଂଘ ସମେତ ଆଖପାଖ ଗ୍ରାମର ସମାଜସେବୀ, ଶିକ୍ଷାବିତ, ବୁଦ୍ଧିଜୀବୀ, ଛାତ୍ରମାନେ ସାମିଲ ହୋଇ, କାଠିଆପଡା କେନାଲର ଉଭୟ ପାର୍ଶ୍ୱରେ ବର, ଓସ୍ତ, ବଉଳ, ନିମ୍ବ ଇତ୍ୟାଦି ଉପକାରୀ ଗଛ ଗୁଡିକ ଲଗାଇଥିଲେ। ଯୁବକ ସଂଘ ଏକ ମିଶନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading