ହାଇୱା ଧକ୍କାରେ ମହିଳା ମୃତ , ପ୍ରତିବାଦରେ ଟାୟାର ଜାଳି ରାସ୍ତା ରୋକ

blank
କେନ୍ଦ୍ରାପଡ଼ା,୨୪ା୨: କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ତିନିମୁହାଣୀ ଚଟିପୋଲ ନିକଟ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖ କଟକ-ଚାନ୍ଦବାଲି ରାଜପଥରେ ଏକ ହାଇୱା ଧକ୍କାରେ ସୋମବାର ପୂର୍ବାହ୍ଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଟାଉନ ଥାନା ଅଧିନ ମହିପାଳ ଅଞ୍ଚଳର ଶ୍ରଦ୍ଧାଞ୍ଜଳୀ ପୃଷ୍ଟି(୩୨)। ମହିଳା ଜଣକ ନିଜର ୪ ବର୍ଷର ପୁତ୍ର ସହ ସ୍ୱାମୀ କାମାକ୍ଷା ପ୍ରସାଦ ସାହୁଙ୍କ ସହିତ ସ୍କୁଟିରେ ବସି ମହିପାଳରୁ ଗୁଲନଗର ଦଣ୍ଡାମୁଣ୍ଡ ଛକରେ ଥିବା ଏକ ବନ୍ଧୁ ଘରକୁ ଯାଉଥିଲେ। ଏହି ସମୟରେ ଏକ ବାଲି ବୋଝେଇ ହାଇୱା (ନଂ. ଓଡି ୦୪ କେ ୩୦୩୬) ଦୃତଗତିରେ ସ୍କୁଟିକୁ ଓଭରଟେକ୍ କରୁଥିଲା। ଫଳରେ ଟ୍ରକରେ ଘସିହୋଇ ସ୍କୁଟିଟି ନିୟନ୍ତ୍ରଣ ହରାଇଥିଲା ଓ ଶ୍ରଦ୍ଧାଞ୍ଜଳୀ ଟ୍ରକ ଚକା ତଳେ ପଡି ଯାଇଥିଲେ। ଟ୍ରକଟି ଶ୍ରଦ୍ଧାଞ୍ଜଳୀଙ୍କ ମୁଣ୍ଡରେ ଚଢି ଯାଇଥିଲା। ଫଳରେ ଶ୍ରଦ୍ଧାଞ୍ଜଳୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ସେହିପରି ସ୍କୁଟିଟି ତଳେ ପଡିଯିବାରୁ ଶ୍ରଦ୍ଧାଞ୍ଜଳୀଙ୍କ ସ୍ୱାମୀ ଓ ୪ ବର୍ଷର ପୁଅ ମଧ୍ୟ ଆହତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଶତାଧିକ ଲୋକ ସେଠାରେ ପହଞ୍ଚି ରାସ୍ତାରୋକ କରିଥିଲେ। ଉତ୍ତ୍ୟକ୍ତ ଜନତା ଟ୍ରକ ଚାଳକଙ୍କୁ ଗାଡିରୁ ଘୋଷାରି ଆଣି ମାଡ ମାରିଥିଲେ। ଟ୍ରକ ଚାଳକ ସକାଳୁ ମଦ୍ୟପାନ କରି ଗାଡି ଚଳାଉଥିବା ଜଣାପଡିଥିଲା। ଏହାଦ୍ୱାରା ଲୋକେ ଅଧିକ ଉତ୍ତ୍ୟକ୍ତ ହୋଇଥିଲେ। ଲୋକେ ଦାବି କରିଥିଲେ ଯେ କେନ୍ଦ୍ରାପଡ଼ା ଜିଲ୍ଲାରେ ବେଆଇନ୍ ବାଲିଘାଟ ଯୋଗୁ ସବୁ ସମୟରେ ବାଲି ଉଠୁଛି। ବଡ଼ ବଡ଼ ଟ୍ରକ ଯୋଗେ ବାଲି ଚାଲାଣ ହେଉଥିବାରୁ ଏହା ଲୋକଙ୍କ ପାଇଁ ଘାତକ ସାଜୁଛି। ପ୍ରଶାସନ ବାଲି ଚାଲାଣ ପ୍ରତି କଠୋର ମନୋଭାବ ପୋଷଣ କରୁ ନଥିବାରୁ ଏହିପରି ଘଟଣା ଘଟୁଛି ବୋଲି ଘଟଣା ସ୍ଥଳରେ ଉପସ୍ଥିତ ଥିବା ଆନ୍ଦୋଳନକାରୀ କହିଥିଲେ।

blank

ଅନ୍ୟପକ୍ଷରେ ତିନିମୁହାଣୀ ନିକଟରେ ଦୁଇଟି ମହାବିଦ୍ୟାଳୟ ରହିଛି। ଏଥିସହ ଅନେକ ଶିକ୍ଷାନୁଷ୍ଠାନ ରହିଛି। ସେହିପରି ଏବେ ମାଟ୍ରିକ ପରୀକ୍ଷା ଚାଲିଛି। ତେଣୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଚଳପ୍ରଚଳ କରୁଛନ୍ତି। ତେଣୁ ପରୀକ୍ଷା ସମୟର ବଡ଼ ବଡ଼ ଗାଡିକୁ ରାଜପଥରେ ଚଳାଚଳ ଉପରେ କଟକଣା ଜାରି କରନ୍ତୁ। ଏହି ଗାଡିକୁ ରାତିରେ ଚଳାଇବା ପାଇଁ ଅନୁମତି ଦିଆଯାଉ। କିନ୍ତୁ ଦିନ ବେଳା ଦିଆ ନ ଯାଉ ବୋଲି ଆନ୍ଦୋଳନକାରୀ କହିଥିଲେ। ପାଖାପାଖି ୩ ଘଣ୍ଟା ରାସ୍ତାରୋକ ହୋଇଥିଲା। ଦୁର୍ଘଟଣା ଘଟିବା ପରେ ଟାଉନ୍ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ସଦର ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ, ଏସ୍‌ଡିପିଓ କ୍ଷମାସାଗର ପଣ୍ଡା, ତହସିଲଦାର ତାପସ ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମୃତ ମହିଳାଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ କ୍ଷତିପୂରଣ ପାଇଁ ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ପ୍ରତିଶ୍ରୁତି ମିଳିବାରୁ ଲୋକେ ରାସ୍ତାରୋକରୁ ହଟିଥିଲା। ଦିନ ୨ଟା ପରେ ଗାଡିମୋଟର ଚଳାଚଳ ସ୍ୱାଭାବିକ ହୋଇଥିଲା। ଟାଉନ୍ ଥାନାଧିକାରୀ ଦିଲ୍ଲୀପ ସାହୁ କହିଛନ୍ତି ଟ୍ରକକୁ ଜବତ କରାଯାଇଛି। ଏହାସହ ଟ୍ରକ ଚାଳକଙ୍କୁ ଅଟକ ରଖାଯାଇଛି। ଏ ନେଇ ଏକ ମାମଲା ରୁଜୁ ମଧ୍ୟ କରାଯାଇଛି। ହାଇୱାଟି ପଞ୍ଚୁ ପାଣ୍ଡବ ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଛି।

Next Post

ଶୀବମନ୍ତ୍ର ଧ୍ୱନୀରେ ପୀଠ ପ୍ରକମ୍ପୀତ , ପଟ୍ଟାମୁଣ୍ଡାଇ ଅଚଂଳର ପ୍ରସିଦ୍ଧ ଶୈବ ପୀଠମାନଙ୍କରେ ଜାଗରଯାତ୍ରା

Wed Feb 26 , 2025
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଚଂଳର ପ୍ରସିଦ୍ଧ ଶୈବ ପୀଠମାନଙ୍କରେ ବୁଧବାର ପ୍ରସିଦ୍ଧ ଜାଗରଯାତ୍ରା ମହାସମାରୋହରେ ପାଳିତ ହେଉଛି । ପଟ୍ଟାମୁଣ୍ଡାଇ ଉତିକଣ ଅଚଂଳର ପ୍ରସିଦ୍ଧ ଶୈବ ପୀଠ ଚନ୍ଦ୍ରମୌଳୀମନ୍ଦିରରେ ଭୋର ୪ ଟାରୁ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରାଯାଇ ସର୍ବସାଧାରଣ ଦର୍ଶନ ପାଇଁ ପହଡ ଖୋଲାଯାଇଥିଲା। ଶ୍ରଦ୍ଧାଳୁ ଧାଡ଼ିରେ ଆସି ଠାକୁରଙ୍କୁ ଦର୍ଶନ କରିଥିଲେ। ଶିବଙ୍କ ମନ୍ତ୍ର ଧ୍ୱନିରେ ପୀଠ ପ୍ରକମ୍ପିତ ହୋଇଥିଲା। ହାଜାର ହାଜାର ଶ୍ରଦ୍ଧାଳୁ ପୀଠରେ ସମାଗମ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading