ବଡପଡା ଛାତ୍ରୀ ପୋଡି ଘଟଣା ; ତଦନ୍ତକୁ ତ୍ୱରାନ୍ୱିତ କରିଛି ପୋଲିସ ,ପୋଷ୍ଟମଟମ ରିପୋର୍ଟରୁ ରହସ୍ୟ ଉନ୍ମୋଚିତ ହେବ: ଏସ ପି

 

blank

  • ଚେନ୍ନାଇରୁ ଧରାପଡିଲେ ପୁରୁଷବନ୍ଧୁ ପ୍ରମୋଦ
  • ଘଟଣାସ୍ଥଳରେ ଫରେନସିକଟିମର ପୁର୍ନବାର ଯାଂଚ

blank
ପଟ୍ଟାମୁଣ୍ଡାଇ ୮/୮ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା କାଠିଅପଡା ଗ୍ରାମର ଛାତ୍ରୀ ସଂଗିତା ପରିଡାଙ୍କ ପୋଡିଘଟଣାର ତଦନ୍ତ ତ୍ୱରାନ୍ୱିତ ହୋଇଛି । ଜିଲା ପୋଲିସର ଏକ ସ୍ୱତନ୍ତ୍ର ଟିମ ଚେନ୍ନାଇ ଯାଇ ପୁରୁଷବନ୍ଧୁ ବିଲିକଣା ପଂଚାୟତ ତେରୋହୀ ଗ୍ରାମର ପ୍ରମୋଦ ବେହେରାଙ୍କୁ ଧରିଛି । ସେଠାରୁ ପ୍ରମୋଦଙ୍କୁ ଅଣାଯାଇ ଏକ ଅଜଣା ସ୍ଥାନରେ ରଖି ପଚରାଉଚରା କରୁଛିି । କଟକରେ ସଂଗିତାଙ୍କ ମୃତଦେହ ବ୍ୟେବଚ୍ଛେଦ ଗୁରୁବାର ହୋଇଥିଲା । ସନ୍ଧ୍ୟାରେ ଗ୍ରାମ ଶଶ୍ମାନରେ ସଂସ୍କାର ହୋଇଥିଲା । ଶୁକ୍ରବାର ଅପରାହ୍ନରେ ଏସପି ସଦ୍ଧାର୍ଥ କାଟାରିଆଙ୍କ ନେତୃତ୍ୱରେ ଅତିରିକ୍ତ ଏସପି ସୁଦାଶେଖର ସାହୁ, ଏସଡିପିଓ କ୍ଷମାସାଗର ପଣ୍ଡା, ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର, ଅଣୟ ଆଇଆଇସି ର‌୍ୟାଙ୍କର ୨ ଅଫିସର ସମେତ ଜିଲା ଫରେନସିକଟିମ ଓ ଭୂବନେଶ୍ୱରସ୍ଥ ଏଫଏମଟି ଅଧିକାରୀ ଦଳ ଦ୍ୱାରା କାଠିଆପଡାର ଘଟଣା ସ୍ଥଳକୁ ପୂର୍ନବାର ଯାଂଚକରିଛି । ପ୍ରାୟ ଦୁଇଘଂଟାର ଏହି ଯାଂଚ ପରେ ଟିମ ଫେରିଯାଇଛି । ତେବେ ଗ୍ରାମ ମଧ୍ୟରେ ଜିଲା ପୋଲିସ ପକ୍ଷରୁ ପ୍ରାୟ ଦୁଇ ପ୍ଲାଟୁନ ପୋଲିସ ବଳ ମୁଦୟନ ହୋଇଛି । ଏପରିସ୍ଥିତିରେ ଗ୍ରାମରେ ନିରବତା ଖେଳିଯାଇଛି ।

blank
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ କାଠିଆପଡା ଗ୍ରାମର କଲେଜ ଛାତ୍ରୀ ସଂଗୀତା ପରିଡାଙ୍କ ସଂନ୍ଦେହ ଜନକ ଭାବେ ପୋଡି ହୋଇ ମରିବା ଘଟଣାର ରହସ୍ୟ ଉନ୍ମୋଚନ ପାଇଁ କେନ୍ଦ୍ରାପଡ଼ା ପୋଲିସ ପୁରା ଦମ ଲଗାଇ ଦେଇଛି । ପ୍ରେମିକ ବ୍ଲାକମେଲରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ମୃତା କଲେଜ ଛାତ୍ରୀ ସଂଗୀତାଙ୍କ ବାପା ଶଶିକାନ୍ତ ବୟାନ ଦେଇଥିଲେ । ତାଙ୍କ ବାପାଙ୍କ ବୟାନକୁ ଆଧାର କରି ଏସପି ନିର୍ଦେଶରେ ପୋଲିସ ଟିମ ସୁଦୂର ତାମିଲନାଡୁ ଯାଇ ମୃତା ଛାତ୍ରୀଙ୍କ ପ୍ରେମିକାଙ୍କୁ ତେରୋହୀ ଗ୍ରାମର ପ୍ରମୋଦ ବେହେରାଙ୍କୁ ଚେନାଇରୁ ଧରି ଆଣି ଓଡିଶା ଫେରିଛନ୍ତି । ମୃତା ଛାତ୍ରୀଙ୍କ ଶେଷକୃତ୍ୟ ପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ଶୁକ୍ରବାର ଅପରାହ୍ନରେ କେନ୍ଦ୍ରାପଡ଼ା ଏସପି ଓ ଆତିରିକ୍ତ ଏସପି, ଏସଡିପିଓ, ତିନି ଆଇଆଇସି ପୋଲିସ, ଭୁବନେଶ୍ୱର ଏଫଏମଟି ଅଧିକାରୀ ଓ ସାଇଂଟିଫିକ ଟିମ ସହିତ କାଠିଆପଡା ଗ୍ରାମରେ ଥିବା ମୃତା ଛାତ୍ରୀଙ୍କ ଘରେ ପହଂଚି ଛାତ୍ରୀ ନିଆଁରେ ପୋଡି ହୋଇ ମରିଥିବା ଘର ଛାତ ଉପରକୁ ଯାଇ ସେଡ଼ି ଘର ଓ ଗ୍ରିଲ ନିକଟରେ ମୃତ୍ୟୁର କାରଣ ଓ ପାରିପାର୍ଶ୍ୱିକ ଅବସ୍ଥା ନିରୀକ୍ଷଣ କରିଥିଲେ । ପୋଲିସ ତାଙ୍କ ପରିବାର ଲୋକମାନଙ୍କ ସହିତ ଗ୍ରାମବାସୀ ଓ ସାହି ପଡିଶାଙ୍କ ମତାମତ ସଂଗ୍ରହ କରିଛି ।  ସର୍ବଶେଷ ଖବର ଅନୁଯାଇ ଏହି ଛାତ୍ରୀ ଆତ୍ମଦାହ ମାମଲାରେ କାହାରିକୁ ଗିରଫ କରାଯାଇନାହିଁ । ଖୁବ ଶୀଘ୍ର ଛାତ୍ରୀ ଆତ୍ମଦାହ ଘଟଣାର ପର୍ଦାଫାଶ ହେବ । ପୋଷ୍ଟ ମଟମ ରିପୋର୍ଟ ହି ଛାତ୍ରୀ ମୃତ୍ୟୁ ଘଟଣାର ପର୍ଦାଫାଶ କରିବ । ବ୍ୟେବଛେଦ ରିପୋର୍ଟ ଆଧାରରେ ତଦନ୍ତ ପ୍ରକ୍ରିୟା ଆଗେଇବା ସହିତ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କଟାରିଆ ଓ ଏଫଏମଟି ତଦନ୍ତକାରୀ ଅଧିକାରୀ ଶୁବଳ ନାୟକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Next Post

କାଠିଆପଡା ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

Fri Aug 8 , 2025
କେନ୍ଦ୍ରାପଡ଼ା,୮ା୮:ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ କାଠିଆପଡା ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରୁଷ୍ଣ ଜେନାଙ୍କୁ ଶୁକ୍ରବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟର ବାଲେଶ୍ୱର ଜିଲ୍ଲା ଠାରୁ ଆରମ୍ଭ କରି ନୟାଗଡ, ପୁରୀ, କଟକ ଓ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading