ମଦନପୁର ହାଇସ୍କୁଲରେ ମେଧା ପୁରସ୍କାର ଉତ୍ସବ

blank
ପଟ୍ଟାମୁଣ୍ଡାଇ ୨୫/୬-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ମହାବୀର ହାଇସ୍କୁଲରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ହାସଲ କରିଥିବା ଛାତ୍ରୀଛତାଙ୍କୁ ମେଧା ପୁରସ୍କାର ପ୍ରଦାନ କରାଯାଇଛି। ଏହି ହାଇସ୍କୁଲର ୧୯୮୩ ମସିହା ଜୁନିଅର ବ୍ୟାଚ ଛାତ୍ରୀଛତାଙ୍କ ପକ୍ଷରୁ ଆୟୋଜିତ ମେଧା ପୁରସ୍କାର ଉତ୍ସବରେ କଥାକାର ପ୍ରଦୀପ ନାୟକ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହାଇସ୍କୁଲର ପ୍ରଧାନଶିକ୍ଷକ ବିଜୟ କୁମାର ବେହେରା, ସରପଂଚ ଗୋଲକ ସ୍ୱାଇଁ,ଦିଲ୍ଲୀପ ପ୍ରଧାନ, ସର୍ବେଶ୍ୱର ମହାନ୍ତି, ରବୀନ୍ଦ୍ର ବରାଳ, ଶିବ ପ୍ରସାଦ ବେହେରା, ଶିକ୍ଷକ ପ୍ରହଲ୍ଲାଦ ସାହୁ ଓ ସ୍କୁଲ ପରିଚାଳନା କମିଟି ସଭାପତି ଶରତ ବେହେରା ଯୋଗ ଦେଇ ସ୍କୁଲରୁ ବିଦାୟ ନେଉଥିବା ଛାତ୍ରୀଛାତ୍ରଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଇ ଅବସରରେ ଉତୀର୍ଣ୍ଣ ପିଲାମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଚଳିତ ମାଟ୍ରିକ ପରୀକ୍ଷାରେ ୫୪୧ ନମ୍ବର ରଖିଥିବା ନିବେଦିତା ବେହେରା, ୪୯୮ ରଖିଥିବା ସ୍ମୃତିରେଖା ବିଶ୍ୱାଳ ଓ ୪୫୩ ରଖିଥିବା ଶୁଭସ୍ମିତା ସାମଲଙ୍କୁ ୩ ହଜାର,୨ ହଜାର,୧ ହଜାର ଅର୍ଥରାଶି,ମାନପତ୍ର, ଉପଢୌକନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସୁକାନ୍ତ ସ୍ୱାଇଁ, ମନୋରଞ୍ଜନ ରଥ,ଶିକ୍ଷୟତ୍ରୀ ଅମ୍ବିକା ଦାଶ, ସରୀତା ପ୍ରଧାନ, ସନ୍ତୋଷୀ ନାୟକ, ମମତା ଖଣ୍ଡୁଆଳ ନମିତା ସାହୁ, ରାଜଶ୍ରୀ ଦାସ ପରିଚାଳନା କରିଥିଲେ ।

Next Post

ଡବଲ ଇଞ୍ଜିନ ସରକାରର ପ୍ରତିଶୃତି ପ୍ରତାରଣାରେ ପରିଣତ,ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ୨୩ଜୁଲାଇରେ ଜିଲ୍ଲା ବନ୍ଦ ଡାକରା ଦେଲା ମିଳିତ କ୍ରୀୟାନୁଷ୍ଠାନ କମିଟି

Wed Jun 25 , 2025
କେନ୍ଦ୍ରାପଡ଼ା,୨୫ା୬ :କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଚାଲିଛି ।ଡବଲ ଇଞ୍ଜିନ ସରକାରର ମନ୍ତ୍ରୀମାନେ କହୁଛନ୍ତି ଜିଲ୍ଲାରେ ମେଡିକାଲ କଲେଜ ନିଶ୍ଚୟ ହେବ। କିନ୍ତୁ କ୍ଷୋଭର ବିଷୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟରେ ନଅଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ଗତକାଲି ଘୋଷଣା କରିଛନ୍ତି। ଏଥିସହିତ ଜିଲ୍ଲାର ନାମବି ଘୋଷଣା କରିଛନ୍ତି। ହେଲେ ସେଥିରେ କେନ୍ଦ୍ରାପଡାର ନାଁ ନାହିଁ। ଡବଲ ଇଞ୍ଜିନ ସରକାରର ମନ୍ତ୍ରୀମାନେ ଘନଘନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading