ଭଜନ ସମ୍ରାଟ ଭିକାରୀ ବଳଙ୍କ ୯୬ତମ ଜୟନ୍ତୀ ଉତ୍ସବ ପାଳିତ ଭଜନ ସମ୍ରାଟଙ୍କ ଭଜନରେ ଶ୍ରଦ୍ଧାଳୁ ବିଭୋର

blank
କେନ୍ଦ୍ରାପଡ଼ା,୨୫ା୫: ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଓଡ଼ିଶାର କାଳଜୟୀ ସଙ୍ଗୀତଜ୍ଞ ଭଜନ ସମ୍ରାଟ ଭିକାରୀ ବଳଙ୍କ ୯୬ ତମ ପୁଣ୍ୟ ଜୟନ୍ତୀ ଉତ୍ସବ ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସତୀର୍ଥର ସମ୍ପାଦକ କବି ମନ୍ମଥ ବରାଳ ମୁଖ୍ୟ ଅତିଥି ଏବଂ ବାଣୀ ବିନୋଦ ସାହିତ୍ୟ ସେବା ନିକେତନର ନବ ନିଯୁକ୍ତ ସଭାପତି ହରିଶ୍ଚନ୍ଦ୍ର ଜେନା ମୁଖ୍ୟ ବକ୍ତା ଏବଂ କବି ଅମର ପ୍ରସାଦ ରାଉତ, କବି ଅଶୋକ ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦାନ ପୂର୍ବକ ଓଡ଼ିଆ ଭକ୍ତି ସଙ୍ଗୀତ କ୍ଷେତ୍ରରେ ଭଜନ ସମ୍ରାଟଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ବିମଳ ପରିଡା ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ ସହିତ ଭଜନ ସମ୍ରାଟଙ୍କ ଜନପ୍ରିୟ ଭଜନ ସମ୍ପର୍କରେ ଆଲୋକପାତ କରିବା ସହିତ ସୋବଳାରେ ଜନ୍ମିତ ଭିକାରୀ ବଳ ସ୍ଥାନୀୟ ଭଗବାନ ମହାପୁରୁଷଙ୍କ ମଠରୁ ସଙ୍ଗୀତ ଗାୟନ ଆରମ୍ଭ କରି କେମିତି ଭଜନ ସମ୍ରାଟ ହୋଇ ପାରିଥିଲେ ସେ ବିଷୟରେ ବିଷଦ ସୂଚନା ପ୍ରଦାନ କରିଥିଲେ। ଆରମ୍ଭରେ ଭଜନ ସମ୍ରାଟ ଭିକାରୀ ବଳଙ୍କ ସମେତ ଚିର ସବୁଜ ଅକ୍ଷୟ ମହାନ୍ତି, ଲୋକ କବି ଭାବଗ୍ରାହୀ ପରିଡା ଏବଂ କବି ପତ୍ନୀ ସରୋଜିନୀ ପରିଡାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ପରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ରୂପାଲି ସୂତାର, ଭାଗ୍ୟଲକ୍ଷ୍ମୀ ପରିଡା, ଅର୍ଚ୍ଚନା ପରିଡା, ନିରୁପମା ଜେନା ଏବଂ ଶୁଭଲକ୍ଷ୍ମୀ ପରିଡା ଭଜନ ସମ୍ରାଟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, ବିଜୟ ପରିଡା, ଶ୍ରୀକାନ୍ତ ପରିଡା, ପ୍ରଭାତ ବେହେରା, ଆଶିଷ ପରିଡା, ଅଙ୍କିତା ପରିଡା, ସ୍ୱର୍ଣ୍ଣକାନ୍ତ ପରିଡା, ରଞ୍ଜନ ବରାଳ, ବିମଳ ପରିଡା ଏବଂ ନିରୁପମା ଜେନା ଭିକାରୀ ବଳଙ୍କ କାଳଜୟୀ ସଙ୍ଗୀତ ଗାଇ ସମସ୍ତଙ୍କୁ ବିମୋହିତ କରିଥିଲେ। ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ଗଣକବି ଗୋପାଳ ଦାଶ ଓ ଭଜନ ସମ୍ରାଟ ଭିକାରୀ ବଳଙ୍କ ଜୟନ୍ତୀ ପାଳିତ

Sun May 25 , 2025
ପଟ୍ଟାମୁଣ୍ଡାଇ ୨୫/୫ – ଓଡ଼ିଶାର ସର୍ବବୃହତ ପଂଚକଳା କେନ୍ଦ୍ର ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର(ଗଡ଼ମେକର)ପକ୍ଷରୁ ୧୪୯ତମ ଗଣକବି ଗୋପାଳ ଦାଶ ଜୟନ୍ତୀ ଓ ୯୬ତମ ଭଜନ ସମ୍ରାଟ ଭିକାରି ବଳଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା-ନିର୍ଦ୍ଦେଶକ ଗୀତିକବି ସୁଶାନ୍ତ ପାଣିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମାରୋହରେ କଳା ମନ୍ଦିର ଅଧ୍ୟକ୍ଷ ରମେଶ ଦେ, ତାଳବାଦ୍ୟ ଗୁରୁ ସମୀରଞ୍ଜନ ଦାସ, ନୃତ୍ୟଗୁରୁ ବିଜୟ କୁମାର ଦାଶ ପ୍ରମୁଖ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading