ପଟ୍ଟାମୁଣ୍ଡାଇ ଆଇ ଆଇ ସିଙ୍କୁ ଭେଟିଲା ବଣିକ ସଂଘ

blank
ପଟ୍ଟାମୁଣ୍ଡାଇ ତା ୫/୯- ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ନୂତନ ଆଇ ଆଇ ସି ମାନସ ରଞ୍ଜନ ମଲ୍ଲିକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ସମ୍ବର୍ଦ୍ଧିତ କରିଛି ପଟ୍ଟାମୁଣ୍ଡାଇ ବଣିକ ସଂଘ । ପଟ୍ଟାମୁଣ୍ଡାଇ ବଣିକ ସଂଘ ସଭାପତି ଗୋପୀନାଥ କର, ଉପସଭାପତି ମୋହନ ଦାସ ( ନମି ) ଉପଦେଷ୍ଟା କିରଣ କୁମାର ଭୂୟାଁ ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା ସହ ସମ୍ପାଦକ ସରୋଜ ପାଢ଼ୀ କୋଷା ଧକ୍ଷ ପର୍ଶୁରାମ ଷଣ୍ଢ ସଞ୍ଜୟ ବର୍ମା ଓ ବାବୁଲି ସାହୁ ପ୍ରମୁଖ ଭେଟି ପଟ୍ଟାମୁଣ୍ଡାଇ ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବଣିକ ସଂଘ ଅନୁରୋଧରେ ଆଇ ଆଇ ସି ପୂର୍ବପରି ଦୋକାନ ବଜାର ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବା ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଥିଲେ । ପଟ୍ଟାମୁଣ୍ଡାଇ ସହର ମଧ୍ୟରେ କିଛି ଦୋକାନୀ ରାସ୍ତା ଅବରୋଧ କରି ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ନେଇ ଆଇ ଆଇ ସି ବଣିକ ସଂଘର ଦୃଷ୍ଟି ଆକର୍ଷଣ କରିବା ସହିତ ସଂଘ ମାଧ୍ୟମରେ ସମାଧାନ କରାନଗଲେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇ ଆଇ ସି ପ୍ରକାଶ କରିଥିଲେ। ପଟ୍ଟାମୁଣ୍ଡାଇ ସହରର ବିଭିନ୍ନ ସମସ୍ୟା ସମାଧାନ କ୍ଷେତ୍ରରେ ଆଇ ଆଇ ସିଙ୍କ ସହଯୋଗ ପାଇଁ ବଣିକ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Leave a Reply

Next Post

ସରସ୍ଵତୀ ଶିଶୁ ଶିକ୍ଷା ମନ୍ଦିରରେ ଗୁରୁ ଦିବସ

Sat Sep 5 , 2026
ପଟ୍ଟାମୁଣ୍ଡାଇ ତା ୦୪/୦୯- ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିରରେ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । ଶିକ୍ଷା ମନ୍ଦିର ଅଧ୍ୟକ୍ଷ ପ୍ରଭୁଦତ୍ତ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ସ୍କୁଲ ସମ୍ପାଦକ ଶିକ୍ଷା ବିତ ଅମ୍ବୁଜଭୂଷଣ ନାୟକ ସହକାରୀ ଆଚାର୍ଯ୍ୟା ସୁଲୋଚନା ମିଶ୍ର ଓ ଆଚାର୍ଯ୍ୟ ବିଜୟ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗୁରୁ ଶିଷ୍ୟ ପରମ୍ପରା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading