କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ୩୮ତମ ସ୍ୱନକ୍ଷତ୍ର ଦିବସ , ଉତ୍କଳ ଗୌରବ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

blank
କେନ୍ଦ୍ରାପଡ଼ା,୨୪ା୨: ରାଜ୍ୟର ଅଗ୍ରଣୀ ସମବାୟ ଅନୁଷ୍ଠାନ କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ୩୮ତମ ପ୍ରତିଷ୍ଠା ଦିବସ କଜଳାସ୍ଥିତ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କ ପରିଚାଳନା ପରିଷଦ ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ୟାଙ୍କର ଅଂଶିଦାର, ଜମାକାରୀ, ଗ୍ରାହକ ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ସେମାନଙ୍କ ମତାମତ ବ୍ୟକ୍ତ କରିଥିଲେ । ପ୍ରଥମେ ଓଡିଶାର ସମବାୟ ଆନ୍ଦୋଳନର ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆବକ୍ଷ ପ୍ରତିମୂର୍ତ୍ତି ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ମଧ୍ୟରେ ଉନ୍ମୋଚିତ ହୋଇଥିଲା । ବିଶିଷ୍ଟ ଶିକ୍ଷାବିତ୍ ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡା, ଡା. ବିଶ୍ୱପ୍ରକାଶ କାନୁନଗୋ ମିଳିତ ଭାବେ ଉତ୍କଳଗୌରବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି କହିଲେ ମଧୁବାବୁ ସମବାୟ ଆନ୍ଦୋଳନର ପୁରୋଧା ଥିଲେ । ସେ ସମବାୟ ଭିତ୍ତିରେ ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା କରି ମହାତ୍ମା ଗାନ୍ଧୀଙ୍କୁ ଆକର୍ଷିତ କରିଥିଲେ। ଅର୍ବାନ ବ୍ୟାଙ୍କର ଦକ୍ଷ ସଭାପତିଙ୍କ ପାଇଁ ବ୍ୟାଙ୍କ ଅଧିକ ବିକଶିତ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ସଭାପତି ଶ୍ରୀ ମହାନ୍ତି ଉତ୍କଳଗୌରବ ମଧୁବାବୁ ୧୮୯୮ ମସିହାରେ ସମବାୟ ସଂସ୍ଥା ପ୍ରତିଷ୍ଠା କରି ଏହାକୁ ଆନ୍ଦୋଳନରେ ପରିଣତ କରିଥିଲେ। ତାଙ୍କ ଆଦର୍ଶରେ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କକୁ ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତି ସୁଦୃଢ କରିଥିଲେ । ରିଜର୍ଭ ବ୍ୟାଙ୍କର ସମସ୍ତ ନୀତି ନିୟମ ମାନି ବ୍ୟାଙ୍କୁ ଶକ୍ତିଶାଳୀ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ସଭାପତି ତାଙ୍କ ବକ୍ତବ୍ୟରେ କହିଥିଲେ ଏବଂ ବୁଦ୍ଧିଜୀବୀମାନେ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଯଥାଶୀଘ୍ର ବିଚାରକୁ ନିଆଯିବ ବୋଲି ସଭାପତି ମତପୋଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ଉପସଭାନେତ୍ରୀ ଡ. ଅପର୍ଣ୍ଣା ମହାନ୍ତି, ବିଧୁଭୂଷଣ ମହାପାତ୍ର, ସମସ୍ତ ନିର୍ଦ୍ଦେଶକ ମଣ୍ଡଳୀ, ପୂର୍ବତନ ନିର୍ଦ୍ଦେଶକ ଏବଂ ପୂର୍ବତନ ସିଇଓ ସୁଶୀଲ କୁମାର ସାମଲ, ପରେଶ ଦାସ, ବିଜୟ କୁମାର ବରାଳଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇ ମତ ରଖିଥିଲେ । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗ୍ୟଲକ୍ଷ୍ମୀ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସାଧାରଣ ପରିଚାଳକ ରାଜୀବ ଲୋଚନ ପଣ୍ଡା, ସୁରେଶ ଚନ୍ଦ୍ର ପରିଡା, ହିମାଂଶୁ ଶେଖର ଲେଙ୍କା, ଆଦିତ୍ୟ କୁମାର ଶତପଥୀ, ଲଲାଟେନ୍ଦୁ କେଶରୀ ଦାସ, ଭଞ୍ଜକିଶୋର ଜେନା, ମିନାକ୍ଷୀ ପାଣି ପ୍ରମୁଖ ସହଯୋଗ କରିଥିଲେ ।

Next Post

ହାଇୱା ଧକ୍କାରେ ମହିଳା ମୃତ , ପ୍ରତିବାଦରେ ଟାୟାର ଜାଳି ରାସ୍ତା ରୋକ

Mon Feb 24 , 2025
କେନ୍ଦ୍ରାପଡ଼ା,୨୪ା୨: କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ତିନିମୁହାଣୀ ଚଟିପୋଲ ନିକଟ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖ କଟକ-ଚାନ୍ଦବାଲି ରାଜପଥରେ ଏକ ହାଇୱା ଧକ୍କାରେ ସୋମବାର ପୂର୍ବାହ୍ଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଟାଉନ ଥାନା ଅଧିନ ମହିପାଳ ଅଞ୍ଚଳର ଶ୍ରଦ୍ଧାଞ୍ଜଳୀ ପୃଷ୍ଟି(୩୨)। ମହିଳା ଜଣକ ନିଜର ୪ ବର୍ଷର ପୁତ୍ର ସହ ସ୍ୱାମୀ କାମାକ୍ଷା ପ୍ରସାଦ ସାହୁଙ୍କ ସହିତ ସ୍କୁଟିରେ ବସି ମହିପାଳରୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading