ନିଶା ବିରୋଧୀଙ୍କ ଜିଲ୍ଲାସ୍ତରୀୟ ଚିନ୍ତନ ସଭା , ସରକାରଙ୍କ ପ୍ରତାରଣା ବିରୋଧରେ ଲଢେଇ ପାଇଁ ପ୍ରସ୍ତୁତି

blank
କେନ୍ଦ୍ରାପଡ଼ା,୨୯ା୬ : ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ଏକ ଜିଲ୍ଲା ସ୍ତରୀୟ ଚିନ୍ତନ ବୈଠକ ପବ୍ଲିକ ରିଡିଙ୍ଗ ରୁମ୍ ପରିସରରେ ଆୟୋଜିତ ହୋଇ ଯାଇଛି। ସଂଗଠନର ବରିଷ୍ଠ ସଭଣ କୈଳାସ ଚନ୍ଦ୍ର ମଲିକଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ପର୍ଯ୍ୟବେକ୍ଷକ ରୂପେ ରାଜ୍ୟ ସମ୍ପାଦକ ରମାକାନ୍ତ ମଣ୍ଡଳ ଯୋଗଦେଇ ନିଶା ନିବାରଣ ଆଇନ କାର୍ଯ୍ୟକାରୀ କରିବାରେ ରାଜ୍ୟବାସୀଙ୍କ ପ୍ରତି ସରକାରଙ୍କ ପ୍ରତାରଣା ବିରୋଧରେ କେନ୍ଦ୍ରାପଡ଼ରୁ ଲଢେଇର ବିଗୁଲ୍ ଫୁଙ୍କି ଥିଲେ। ସଂଗଠନର ମହିଳା ଶାଖା ସଭାପତି ଅପର୍ଣ୍ଣା ନାୟକ ନିଶା ପ୍ରସାର ନୀତି ଯୋଗୁ ମହିଳାମାନଙ୍କ ଦୟନୀୟ ସ୍ଥିତି ପାଇଁ ସରକାରଙ୍କୁ ଦାୟୀ କରିଥିଲେ। ଚିନ୍ତନ ସଭାର ଆଲୋଚନା ଆରମ୍ଭ କରି ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳ ସରକାରଙ୍କ ଛଳନାପୂର୍ଣ୍ଣ ନିଶାମୁକ୍ତି ସଚେତନତା ସାଧାରଣ ଜନତାଙ୍କ ପ୍ରତି ଏକ ଧୋକ୍କାବାଜି ବୋଲି ଅଭିହିତ କରିବା ସହ ଆସନ୍ତା ଚାରିମାସ ମଧ୍ୟରେ ସରକାର ନିଶା ନିବାରଣ ଆଇନ କାର୍ଯ୍ୟକାରୀ ନକରିଲେ ନଭେମ୍ବର ମାସରୁ ସଂଗଠନ ପ୍ରତିରୋଧ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୂଚନା ଦେଇଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକର ନେତୃତ୍ୱମାନଙ୍କ ମଧ୍ୟରୁ ବୀରେନ୍ଦ୍ର ପଣ୍ଡା, ଗୋବିନ୍ଦ ଚନ୍ଦ୍ର ନନ୍ଦ, ଦିଲ୍ଲୀପ କୁମାର ନାୟକ, ସୋହାନା ବେଗମ୍‌, ଦ୍ରୌପଦୀ ରାଉତ, ସୁଜାତା ସାମନ୍ତରାୟ, ମନୋଜ ମହାନ୍ତି, ସସ୍ମିତା ବେହେରା, ସସ୍ମିତା ଦାସ, ଚନ୍ଦନ ଲେଙ୍କା, ଉଦିତ୍ ପ୍ରସାଦ ଲେଙ୍କା, ରାଜେନ୍ଦ୍ର ମଲିକ, ଅକ୍ଷୟ କୁମାର ବେହେରା, ମାନସ କୁମାର ଓଝା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଆଗାମୀ ଆନ୍ଦୋଳନ ପାଇଁ ଆସନ୍ତା ଜୁଲାଇ ମାସ ମଧ୍ୟରେ ବ୍ଲକ ସ୍ତରୀୟ ଓ ସେପ୍େଟମ୍ବର ମଧ୍ୟରେ ପଞ୍ଚାୟତ ସ୍ତରୀୟ ପ୍ରସ୍ତୁତି ବୈଠକ ଶେଷ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଶେଷରେ ବିଷ୍ଣୁ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଏଥିରେ ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ, ଡ. ଚୈତନ୍ୟ ଚରଣ ପରିଡା, ଭାଗୀରଥି ଜେନା, ମୁକ୍ତାର ଖାଁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Next Post

ସିଟି ବସ ଧକ୍କାରେ ସ୍କୁଟର ଆରୋହୀ ମୃତ

Mon Jun 30 , 2025
କେନ୍ଦ୍ରାପଡ଼ା,୩୦ା୬: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କେନ୍ଦ୍ରାପଡ଼ା-ଇନ୍ଦୁପୁର ରାସ୍ତାର ରାମଚନ୍ଦ୍ରପୁର ଛକ ନିକଟରେ ଏକ ବସ ଧକ୍କାରେ ଜଣେ ସ୍କୁଟର ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ସଦର ଥାନା ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗର ଗ୍ରାମର ଉତ୍ତମ ସାହୁ। ଖବର ନେବାରୁ ଜଣାପଡିଛି ଯେ ଉତ୍ତମ ରାମଚନ୍ଦ୍ରପୁର ଠାରେ ଏକ ତେଜେରାତି ଦୋକାନ କରି ପରିବାର ପୋଷଣ କରନ୍ତି । ସେ ବାରିମୂଳକୁ କୌଣସି କାର୍ଯ୍ୟରେ ଯାଇଥିଲେ। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading