ସହରର ସାମଗ୍ରିକ ବିକାଶ ପାଇଁ ପ୍ରଶାସନ ଓ ନାଗରିକଙ୍କ ସମନ୍ୱୟର ଆବଶ୍ୟକତା

ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ସହରାଂଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାର କାର୍ଯ୍ୟକ୍ରମ

 

blank
ପଟ୍ଟାମୁଣ୍ଡାଇ ୧୨/୬ -ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ପଟ୍ଟାମୁଣ୍ଡାଇ ପୌରପରିଷଦ କାର୍ଯ୍ୟଳୟ ପରିସରରେ ସହରାଂଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଟ୍ଟାମୁଣ୍ଡାଇ ପୌରନିର୍ବାହୀ ଅଧିକାରୀ ରଞ୍ଜନ ଦାଶ କାର୍ଯ୍ୟକ୍ରେରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସହର ବିକାଶ ପ୍ରକ୍ରିୟାରେ ସାଧାରଣ ନାଗରିକଙ୍କ ସକ୍ରିୟ ସହଭାଗିତା ସୁନିଶ୍ଚିତ କରିବା ଏବଂ ପୌର ସେବାକୁ ଅଧିକ ଜନମୁଖୀ କରିବା ଲକ୍ଷ୍ୟ ନେଇ ଓଡିଶା ସରକାରଙ୍କ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଯାହା ସହରାଂଚଳବାସୀଙ୍କୁ ସରକାରଙ୍କ ସହ ସିଧାସଳଖ ଯୋଡିବା ଏବଂ ସେମାନଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଆରମ୍ଭ କରାଯାଇଛି। ସହରାଂଚଳର ବିକାଶ ଓ ସକ୍ରିୟ ଭାଗିଦାରୀ ଉପରେ ଅଧିକାରୀ ଦାଶ ସଚେତନତା ମୂଳକ ବାର୍ତା ପ୍ରଦାନ କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା, ସହରାଂଚଳ ବିକାଶ କାର୍ଯ୍ୟକ୍ରମ, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ। ସହରାଂଚଳର ସାମଗ୍ରିକ ବିକାଶରେ ନାଗରିକଙ୍କ ସକ୍ରିୟ ଭାଗିଦାରୀ ଓ ପ୍ରଶାସନ ସହ ଜନସାଧାରଣଙ୍କ ନିବିଡ଼ ସମନ୍ୱୟର ଗୁରୁତ୍ୱ ସେ ଉଲ୍ଲେଖ କରିଥିଲେ। ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ଆୟୋଜିତ ସମାବେଶକୁ ଉଦଘାଟନ କରି ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଓ ବିକାଶମୂଳକ ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ସହରର ସାମଗ୍ରିକ ବିକାଶ ପାଇଁ ପ୍ରଶାସନ ଓ ନାଗରିକଙ୍କ ମଧ୍ୟରେ ସୁଦୃଢ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ସେ ମତପ୍ରକାଶ କରିଥିଲେ । ଓାଡ କାଉନସିଲର ମାନେ ଯୋଗ ଦେଇ ନିଜନିଜ ଅଂଚଳର ସମସ୍ୟା ଉପସ୍ଥାପନ କରିଥିଲେ ।ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ପକ୍ଷରୁ ଡାକ୍ତରୀ ଦଳ ଯୋଗଦେଇ ସେବା ଯୋଗାଇଥିଲେ । ଏହି କାର୍ଯ୍ୟକ୍ରମରେ ପିଏଚଇଓ ଏସଡିଓ ସୁଦାମ ସାହୁଙ୍କ ସମେତ ପୌର ସହକାରୀ ଯନ୍ତ୍ରୀ ଶୁଶିଳ ବେହେରା, ପମଏମଏଓାଇ ଅଶୋକ ମହାନ୍ତି, ଜୋଗାଣ ଅଧିକାରୀ ପୁଷ୍ପଲତା ଗାହାଣ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିବା ବେଳେ ବିଭିନ୍ନ ଷ୍ଟଲ ମାଧ୍ୟମାରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ।

Next Post

ସରପଞ୍ଚ ଚାମେଲି ଓଝାଙ୍କୁ ଡାକ୍ତରଖାନାରୁ ଜେଲ , ଜେଲରୁ ପୁନର୍ବାର ଚିକିତ୍ସାଳୟକୁ ଅଣାଯାଇଛି

Sat Jun 13 , 2026
ମହାକାଳପଡା ଥାନା ଘେରାଉ ପିସିସି ସଭାପତିଙ୍କ ଏସପିଙ୍କ ସହ ଆଲୋଚନା କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲି ଓଝାଙ୍କ ଗିରଫଦାରୀକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ଚାମେଲି ଓଝାଙ୍କୁ ଉଚିତ ନ୍ୟାୟ ଦାବିରେ କେନ୍ଦ୍ରାପଡ଼ା ଜିଲା ସରପଂଚ ସଂଘ ପକ୍ଷରୁ ଗତକାଲି ଏସପି ଓ ଜିଲାପାଳଙ୍କୁ ଭେଟି ଦାବୀଜାଣାଇଥଲେ ।ଆଜି ଚାମେଲି ଓଝାଙ୍କୁ ଉଚିତ ନ୍ୟାୟ ଦାବିରେ ବିଭିନ୍ନ ସଂଗଠନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading