ବାଗଦେବୀ କଳାମନ୍ଦିର ପକ୍ଷରୁ ରଜପରବ -୨୦୨୬ ଉଦଯାପିତ

blank
କେନ୍ଦ୍ରାପଡ଼ା,୧୬ା୬:କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମରେ ଜିଲ୍ଲାର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ବାଗଦେବୀ କଳାମନ୍ଦିର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ରଜପରବ-୨୦୨୬ ଭରତପୁର ଦକ୍ଷୀଣକାଳୀ ମନ୍ଦିର ମୁକ୍ତମଞ୍ଚରେ ଉଦଯାପିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସଂଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସନ୍ଧ୍ୟାରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଓଡିଶାର ପାରମ୍ପରିକ ରଜ ମହୋତ୍ସବକୁ ଉଦଯିବିତ ରଖିବାକୁ ପରାମର୍ଶ ଦେଇଥିଲେ।ବିଶିଷ୍ଟ ସଂସ୍କୃତ ଗବେଷକ ତଥା ସମାଜସେବୀ ପ୍ରଦୀପ କୁମାର ବେହୁରା ଅତିଥି ଭାବେ ଯୋଗଦେଇ କର୍ମକର୍ତ୍ତା ତଥା ଗ୍ରାମବାସୀମାନଙ୍କୁ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଭୂୟସୀ ପ୍ରଶଂସା କରିଥିଲେ।ଦୁଇଦିନ ଧରି ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିଥିବା ରଜ ଦୋଳି, ଝୋଟୀ, ପୋଡପୀଠା, କବାଡି, ପାଲି, ଓଡିଶୀ ନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟ, ଓଡିଶୀ ଓ ସାସ୍ତ୍ରୀୟ ସଂଗୀତ, ବାଦ୍ୟ ପ୍ରଭୃତି ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଜିଲ୍ଲାର ପ୍ରତିଷ୍ଠିତ କଳାକାର, କବି,କବୟିତ୍ରୀ ଓ ଗ୍ରାମର ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ଛାତ୍ରୀ ଦିବ୍ୟାଂଶୀ ପ୍ରିୟଦର୍ଶିନୀ ଜେନା, ପୂର୍ବାଶା ସେଣ, ବନ୍ଦନା ଭୋଳ, ସ୍ମୃତିସୁଧା ରଣା, ଯାଜ୍ଞସେନୀ ସାହୁ, ଭକ୍ତିପ୍ରିୟା ମଲ୍ଲିକ, ଦିପାଲୀ ମହାନ୍ତି ପ୍ରମୁଖ ମଙ୍ଗଳାଚରଣ ଓ ଓଡିଶୀ ନୃତ୍ୟ ପ୍ରଦର୍ଶନ କରି ପ୍ରଶଂସିତ ହୋଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିମଳାକାନ୍ତ ଚୈାଧୁରୀ, ସୈାଭାଗ୍ୟ କୁମାର ଦାସ, ଶିବପ୍ରସାଦ ଦାସ, ଶୁସାନ୍ତ କୁମାର ଦାସ, ଆକୁଳାନନ୍ଦ ବେହେରା ପ୍ରମୁଖ ସହଯୋଗ କରିଥିଲେ। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ସଂସ୍କୃତି ପ୍ରେମୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Next Post

ଝାଡୁ ବିକାଳି ଯୁବତୀକୁ ଦୁଷ୍କର୍ମ ଅଭିଯୋଗ

Tue Jun 16 , 2026
କେନ୍ଦ୍ରାପଡ଼ା,୧୬ା୬: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଏସପିଙ୍କ କାର୍ଯ୍ୟାଳୟ ନିକଟ ରାସ୍ତାକଡରେ ତମ୍ବୁରେ ରହି ଝାଡୁ ବିକୁଥିବା ଛତିଶଗଡ଼ର ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ନେଇ କେନ୍ଦ୍ରପଡ଼ା ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୋଗ ଅନୁଯାୟୀ ଛତିଶଗଡ଼ର କେତେକ ଲୋକ ଏସପିଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ଏକଶହ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading