ଏସ୍‌ପିଙ୍କ ପ୍ରେସ ବିବୃତ୍ତି ସମ୍ପୂର୍ଣ ମିଥ୍ୟା , ବିଡିଓ ଓ ଆଇଆଇସିଙ୍କୁ ବରଖାସ୍ତା କରି ଗିରଫ କରାଯାଉ

ପ୍ରଦେଶ କଂଗ୍ରେସ ପର୍ଯ୍ୟବେଖକ ସସ୍ମିତା ବେହେରା ତିଖିରି ସରପଞ୍ଚ ଚାମେଲିଙ୍କୁ ଭେଟିଲେ।

blank
କେନ୍ଦ୍ରାପଡା ୧୫/୬ : ପ୍ରଦେଶ କଂଗ୍ରେସ କମିଟି (ପିସିସି) ଉପସଭାପତି ସସ୍ମିତା ବେହେରା ମହାକାଳପଡା ବିଡିଓ ଏବଂ ଆଇଆଇସିଙ୍କୁ ତୁରନ୍ତ ବର୍ଖାସ୍ତ କରି ଗିରଫ କରିବା ସହ ଘଟଣାରେ ସମ୍ପୃକ୍ତ ଭଡ଼ାଟିଆ ଗୁଣ୍ଡା ଏବଂ ଏହାର ମାଷ୍ଟରମାଇଣ୍ଡ ବିଧାୟକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମତୀ ବେହେରା ସୋମବାର ଅପରାହ୍ନରେ କେନ୍ଦ୍ରାପଡ଼ା ପହଁଞ୍ଚି କେନ୍ଦ୍ରାପଡ଼ା ମେଡିକାଲରେ ଚିକିତ୍ସାଧୀନ ଆହତ ସରପଞ୍ଚ ଚାମେଲି ଓଝାଙ୍କୁ ଭେଟିଥିଲେ। ସେମାନେ ଚାମେଲିଙ୍କ ପିତାମାତାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଶ୍ରୀମତୀ ବେହେରା କେନ୍ଦ୍ରାପଡ଼ା ଏସ୍‌ପିଙ୍କ ପ୍ରେସ ବ୍ରିଫ୍‌କୁ କଡ଼ା ଭାବେ ସମାଲୋଚନା କରି ଏହାକୁ ଏକ ନାଟକୀୟ ସ୍କ୍ରିପ୍ଟ ବୋଲି ଅଭିହିତ କରିଥିଲେ। ସେ ମହାକାଳପଡା ବିଡିଓ, ଆଇଆଇସି ଓ ଅନ୍ୟ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ବର୍ଖାସ୍ତ କରି ଗିରଫ କରିବାକୁ ଦାବି କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ, ବିଡିଓ ଓ ଆଇଆଇସି ଷଡଯନ୍ତ୍ର କରି ବିଡିଓ କାର୍ଯ୍ୟାଳୟ, ପୁଲିସ ଗାଡ଼ି ଏବଂ ଥାନା ମଧ୍ୟରେ ଚାମେଲି ଓଝାଙ୍କୁ ଆକ୍ରମଣ ଓ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ବିଡିଓଙ୍କ ଭଡ଼ାଟିଆ ଗୁଣ୍ଡାମାନେ କାର୍ଯ୍ୟାଳୟ ମଧ୍ୟରେ ତାଙ୍କୁ ଆକ୍ରମଣ କରିଥିବାରୁ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ମଧ୍ୟ ସେ ଦାବି କରିଥିଲେ। ସେ ଚାମେଲି ଓଝାଙ୍କୁ ନିଃସର୍ତ୍ତ ଓ ତୁରନ୍ତ ମୁକ୍ତ କରିବା ସହ ତାଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମିଥ୍ୟା ମାମଲା ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଶ୍ରୀମତୀ ବେହେରା କହିଥିଲେ ଯେ, “ଏହା କେବଳ ଚାମେଲି ଓଝାଙ୍କ ଉପରେ ଆକ୍ରମଣ ନୁହେଁ, ବରଂ ଭାରତୀୟ ଗଣତନ୍ତ୍ରର ଆତ୍ମା ଓ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ଏକ ବର୍ବର ଆକ୍ରମଣ”। ଯେପରି ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ଜନପ୍ରତିନିଧି, ସେହିପରି ସରପଞ୍ଚ ମଧ୍ୟ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି। ସେ ଏହି ମହାନ ଦେଶର ଜଣେ ଝିଅ। ବିଡିଓ ଓ ଆଇଆଇସିଙ୍କ ଅସାଧୁ ମେଣ୍ଟ ଦ୍ୱାରା ଏହି ଆକ୍ରମଣ ସଂଘଟିତ ହୋଇଛି। ଆମେ ସମସ୍ତେ ଚାମେଲି ଓଝାଙ୍କ ସହ ଅଛୁ ଏବଂ ଦୋଷୀ ବିଡିଓ ଓ ଆଇଆଇସିଙ୍କୁ ଦଣ୍ଡିତ କରିବା ପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରି ରହିବ। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ହଳଧର ସେଠି, ଜିଲ୍ଲା କଂଗ୍ରେସ ପୂର୍ବତନ ସଂଯୋଜକ ପ୍ରଫୁଲ୍ଲ ଦାସ, ଡ଼ଃ ରତିକାନ୍ତ କାନୁନଗୋ, ଜିଲ୍ଲା କଂଗେସ ସଙ୍ଗଠନ ଉପ ସଭାପତି ସତ୍ୟପ୍ରିୟ ସାମଲ, କେନ୍ଦ୍ରାପଡା ନଗର କଂଗ୍ରେସ ସଭାପତି ଦିଲ୍ଲୀପ ପ୍ରଧାନ, ଜିଲ୍ଲା କଂଗ୍ରେସ ଉପ ସଭାପତି ଉମେଶ ଚନ୍ଦ୍ର ତ୍ରିପାଠୀ ଓ ଅଶୋକ ମୋହନ ଜେନା, ବିପ୍ଳବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Next Post

ବାଗଦେବୀ କଳାମନ୍ଦିର ପକ୍ଷରୁ ରଜପରବ -୨୦୨୬ ଉଦଯାପିତ

Tue Jun 16 , 2026
କେନ୍ଦ୍ରାପଡ଼ା,୧୬ା୬:କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମରେ ଜିଲ୍ଲାର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ବାଗଦେବୀ କଳାମନ୍ଦିର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ରଜପରବ-୨୦୨୬ ଭରତପୁର ଦକ୍ଷୀଣକାଳୀ ମନ୍ଦିର ମୁକ୍ତମଞ୍ଚରେ ଉଦଯାପିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସଂଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସନ୍ଧ୍ୟାରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଓଡିଶାର ପାରମ୍ପରିକ ରଜ ମହୋତ୍ସବକୁ ଉଦଯିବିତ ରଖିବାକୁ ପରାମର୍ଶ ଦେଇଥିଲେ।ବିଶିଷ୍ଟ ସଂସ୍କୃତ ଗବେଷକ ତଥା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading