ଝାଡୁ ବିକାଳି ଯୁବତୀକୁ ଦୁଷ୍କର୍ମ ଅଭିଯୋଗ

blank
କେନ୍ଦ୍ରାପଡ଼ା,୧୬ା୬: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଏସପିଙ୍କ କାର୍ଯ୍ୟାଳୟ ନିକଟ ରାସ୍ତାକଡରେ ତମ୍ବୁରେ ରହି ଝାଡୁ ବିକୁଥିବା ଛତିଶଗଡ଼ର ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ନେଇ କେନ୍ଦ୍ରପଡ଼ା ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଅଭିଯୋଗ ଅନୁଯାୟୀ ଛତିଶଗଡ଼ର କେତେକ ଲୋକ ଏସପିଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ଏକଶହ ମିଟର ଦୂରରେ ଥିବା ରାସ୍ତାକଡର ଏକ ସରକାରୀ ଜମିରେ ତମ୍ବୁ ପକାଇ ରହୁଛନ୍ତି। କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଝାଡ଼ୁ ବିକ୍ରି କରି ସେମାନେ ପରିବାର ପ୍ରତିପୋଷଣ କରୁଛନ୍ତି। ରାତିରେ ତମ୍ବୁ ମଧ୍ୟରେ ଶୋଇଥିବା ଜଣେ ଯୁବତୀଙ୍କୁ ୨ ଜଣ ଯୁବକ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ମୁର୍ମୁଷୁ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲେ। ସକାଳେ ଯୁବତୀଙ୍କ ପରିବାର ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ ତମ୍ବୁରେ ଯୁବତୀ ନ ଥିଲେ। ନିକଟସ୍ଥ ଜଙ୍ଗଲରେ ଯୁବତୀ ଜଣକ ଅଚେତ ଅବସ୍ଥାରେ ପଡିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଘଟଣାଟି ଘଟିଥିବାରୁ ଏସପି ସିଦ୍ଧାର୍ଥ କଟ୍ଟାରିଆ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଏ ଦିଗରେ ସଠିକ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ଅଭିଯୋଗ ପାଇବା ପରେ ଏକ ମମଲା ରୁଜୁ ହୋଇ ତଦନ୍ତ ଚାଲିଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।

Next Post

ମୂର୍ଚ୍ଛନା ପକ୍ଷରୁ ଗ୍ରାମୀଣ ରଜମହୋତ୍ସବ

Tue Jun 16 , 2026
କେନ୍ଦ୍ରାପଡ଼ା,୧୬ା୬:ମୂର୍ଚ୍ଛନା, ଓକା ଏବଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ସହଭାଗିତାରେ ଠାକୁରହାଟସ୍ଥିତ ସୁଦର୍ଶନ ହାଇସ୍କୁଲ ଖେଳପଡିଆରେ ରଜ ମହୋତ୍ସବ ତଥା ଗ୍ରାମୀଣ ଉତ୍ସବ ଉଦଘାଟିତ ହୋଇଯାଇଛି। ଠାକୁରହାଟ ବଜାର କମିଟି ସଭାପତି ତଥା ମହୋତ୍ସବ ସଭାପତି ରମେଶ ଚନ୍ଦ୍ର ସେଠୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେପିର ସାମାଜିକ ଗଣମାଧ୍ୟମ ମୁଖ୍ୟ ପ୍ରବକ୍ତା ଉମନାକାନ୍ତ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପ୍ରଗତିବାଦୀ ଜିଲ୍ଲା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading