ଶିଶୁକୁ ପାରିଶ୍ରମିକ ନୁହେଁ : ଶିକ୍ଷାର ଆବଶ୍ୟକତା ରହିଛି

ତାଲୁକ ଆଇନ ସେବା ସମିତି ପକ୍ଷରୁ ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ

blank
ପଟ୍ଟାମୁଣ୍ଡାଇ ୧୨/୬ କଳ୍ପତରୁ ନାୟକ- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ତରଫରୁ ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ ସିଭିଲ୍ କୋର୍ଟ ପରିସରରେ ପାଳିତ ହୋଇଯାଇଛି । ଆଇନଜୀବି ଧୀରେନ୍ଦ୍ରନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଶିଶୁ ଶ୍ରମିକ ନିରୋଧ ଦିବସ ସଚେତନତା ସଭାରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ପଟ୍ଟାମୁଣ୍ଡାଇ ଏଡିଜେ କୋର୍ଟ ବିଚାରପତି ବିଦ୍ୟାଧର ପୃଷ୍ଟି ଯୋଗ ଦେଇ ଶିଶୁ ଶ୍ରମିକ ନିଷେଧ ଏବଂ ନିୟନ୍ତ୍ରଣ ଆଇନ ଅନୁଯାୟୀ, ୧୪ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କୌଣସି ପ୍ରକାରର ପାରିଶ୍ରମିକ କାର୍ଯ୍ୟରେ ନିୟୋଜିତ କରିବା ସମ୍ପୂର୍ଣ୍ଣ ଦଣ୍ଡନୀୟ ଅପରାଧ । ଭାରତରେ ୬ ରୁ ୧୪ ବର୍ଷ ବୟସର ସମସ୍ତ ପିଲାଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଯେ କିଏବି ଆଇନ ଉଲ୍ଲଂଘନ କରି ବିପଜ୍ଜନକ ଭାବେ ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରନ୍ତି ତେବେ ମାଲିକଙ୍କୁ ଜେଲ୍ ଦଣ୍ଡ ସହ ଜରିମାନା ହୋଇପାରେ। ଶିଶୁମାନଙ୍କୁ କାର୍ଯ୍ୟରେ ନଖଟାଇବା ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ଓ ପ୍ରଶାସନ ପକ୍ଷରୁ ପରାମଶ ଦିଆଯାଉଛି। ବିଶ୍ୱସ୍ତରରେ ପିଲାମାନଙ୍କୁ ଶ୍ରମିକ ଭାବରେ ନଖଟାଇବାକୁ ଜନ ସଚେତନା ସୃଷ୍ଟି କରିବା ପାଇଁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି ବୋଲି ମତ ରଖିଥିଲେ । ଏହି ଆଇନ ସଚେତନତା କାର୍ଯ୍ୟକ୍ରମରେ ସିଭିଲ ଜଜ୍ ତଥା ଜେଏମ୍‌ଏଫ୍‌ସି ଡ଼ି.କେ ବାଲକ୍ରିଷ୍ନନ ଯୋଗଦେଇ ଶିଶୁ ଶ୍ରମିିକ ନିରୋଧୀ ଆଇନ ଥାଇ ବି ଆମ ଦେଶରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ରହିଛିି । ଆଇନକୁ ଉଲ୍ଲଂଘନ କରି ଶିଶୁ ଶ୍ରମିକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଉଛି। ଫଳରେ ସେମାନେ ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି । ଶିଶୁର ବଂଚବାର ଅଧିକାର, ଶିକ୍ଷା ଅଧିକାର ଓ ନିଜର ମତାମତ ପ୍ରକାଶ କରିବାର ଅଧିକାର ,ନିରାପତା ଅଧିକାର ଉପରେ ଗୁରୁତ୍ୱ ଦେବା ସହ ତାକୁ ଏକ ଉତମ ନାଗରିକ ରୂପେ ଗଢି ତୋଳିବା ଏହି ଦିବସର ଉଦ୍ଦେଶ୍ୟବୋଲି ମତ ରଖିଥିଲେ ।ଏହି ଶିବିରରେ ଆଇନଜୀବୀ ବିଶ୍ୱନାଥ ରାଉତ, ଚିତରଞ୍ଜନ ଦାଶ ,ସିନାରାଣି ଓଝା, ଗଣେଶ ବାରିକଙ୍କ ସହ ସିଡିପିଓ ଲକ୍ଷ୍ମୀମଣୀ ସିଂ ପ୍ରମୁଖ ଶିଶୁ ଶ୍ରମିକଙ୍କ ସୁରକ୍ଷା ଉପରେ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି, ବୋଲି କହିଥିଲେ । କୋର୍ଟର ସମସ୍ତ କର୍ମକର୍ତାଙ୍କ ଏହି କାର୍ଯ୍ୟକ୍ରମ ପରିଚାଲନା କରିଥିଲେ ।

Next Post

ସହରର ସାମଗ୍ରିକ ବିକାଶ ପାଇଁ ପ୍ରଶାସନ ଓ ନାଗରିକଙ୍କ ସମନ୍ୱୟର ଆବଶ୍ୟକତା

Fri Jun 12 , 2026
ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ସହରାଂଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାର କାର୍ଯ୍ୟକ୍ରମ   ପଟ୍ଟାମୁଣ୍ଡାଇ ୧୨/୬ -ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ପଟ୍ଟାମୁଣ୍ଡାଇ ପୌରପରିଷଦ କାର୍ଯ୍ୟଳୟ ପରିସରରେ ସହରାଂଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଟ୍ଟାମୁଣ୍ଡାଇ ପୌରନିର୍ବାହୀ ଅଧିକାରୀ ରଞ୍ଜନ ଦାଶ କାର୍ଯ୍ୟକ୍ରେରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading