ପଟ୍ଟାମୁଣ୍ଡାଇ ତା ୨୩ /୪- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ତିନିଦିନିଆ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି। ଉଦଯାପନୀ ଅବସରରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କଲେଜ ପୁରାତନ ଛାତ୍ରଛାତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, “ଆଜିର ଛାତ୍ରମାନେ ହିଁ ଆସନ୍ତାକାଲିର ଜନନାୟକ, ତେଣୁ ପ୍ରତି କ୍ଷଣ ନିଜକୁ ସଠିକ୍ ପଥରେ ଆଗକୁ […]
featured
ନୂଆଦିଲ୍ଲୀ 23/4-ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ସହିତ ବିବାଦ ସୃଷ୍ଟି କରିଛନ୍ତି। ଏଥର, ଆମେରିକୀୟ ରାଷ୍ଟ୍ରପତି ମୌଳବାଦୀ ଆମେରିକୀୟ ଲେଖକ ଏବଂ ସମାଲୋଚକ ମାଇକେଲ ସାଭେଜଙ୍କ ଦ୍ୱାରା ଲିଖିତ ଏକ ତିନି ସପ୍ତାହ ପୁରୁଣା ଭିଡିଓର ଲେଖା ଟ୍ରୁଥ୍ରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଭାରତ ଏବଂ ଚାଇନା ଭଳି ଦେଶଗୁଡ଼ିକୁ ନର୍କ ଭାବରେ ବର୍ଣ୍ଣନା କରାଯାଇଛି। “ଜନ୍ମାଧିକାର ନାଗରିକତା” ଶୀର୍ଷକ […]
କେନ୍ଦ୍ରାପଡ଼ା,୨୩ା୪: ୧୯୮୭ ମସିହାରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ମହିଳାଙ୍କ ପାଇଁ ପଞ୍ଚାୟତ ଓ ପୈାରପାଳିକାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ। ଏନେଇ ୧୯୮୯ ମସିହାରେ ୬୪ତମ ସମ୍ବିଧାନ ସଂଶୋଧନ ବିଲ ସଂସଦରେ ଆଗତ କରିଥିଲେ। କିନ୍ତୁ କେତେକ ବିରୋଧୀ ଏହିଭଳି ଏକ ଐତିହାସିକ ବିଲକୁ ସେତେବେଳେ ବିରୋଧ କରିଥିଲେ। ତେଣୁ ମହିଳାମାନଙ୍କୁ ନେତୃତ୍ୱ ନେବା ପାଇଁ ରାଜୀବ ଗାନ୍ଧୀହିଁ ଏହାର ଭିତ୍ତି ପକାଇଥିଲେ ବୋଲି ପୂର୍ବତନ […]
କେନ୍ଦ୍ରାପଡ଼ା,୨୨ା୪:ହିଟୱେଭ ଯୋଗୁ ଆସନ୍ତା ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ତିନିଦିନ ଧରି କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସ୍ମୁଲ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ ବୋଲି ଜିଲ୍ଲାପାଳ ରଘୁରାମ ଆର. ଆୟର ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାପାଳ ଏ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ଯେ ରାଜ୍ୟରେ […]
କେନ୍ଦ୍ରାପଡ଼ା,୨୨ା୪:କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ କାଠ ଆସି ପହଞ୍ଚିଛି ରଥଖଳାରେ। ଏହି ରଥ କାଠ ୩ଟି ଟ୍ରଲରରେ ଆସି ପହଞ୍ଚିଛି। ଶ୍ରୀବଳଦେବଜୀଉ ଦେବୋତ୍ତର ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ତଥା କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ନୂତନ ରଥ ନିର୍ମାଣ ପାଇଁ ପ୍ରାୟ ୩ହଜାର ଘନଫୁଟ କାଠର ଆବଶ୍ୟକତା ଥିବା […]
କେନ୍ଦ୍ରାପଡ଼ା,୨୨ା୪:ଦଉଡିରେ ପଛୁଆ ଓଲଟି ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ମନ୍ତ୍ରୀପଡା ଗ୍ରାମର ପ୍ରକାଶ ମଲ୍ଲିକ ଓ ହରପ୍ରିୟା ମଲ୍ଲିକଙ୍କ ସୁପୁତ୍ର ପ୍ରିୟାଂଶୁ। ସେ ୨ଟି ଦଉଡି ସାହାଯ୍ୟରେ ସର୍ବାଧିକ ୧୯୬୨ଥର ପଛୁଆ ଓଲଟି ଏହି ପ୍ରଶଂସା ସାଉଁଟିଛନ୍ତି। ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ମାତ୍ର ୨ବର୍ଷ ୧୦ମାସ ବୟସର ପ୍ରିୟାଂଶୁ ଏଭଳି ଜିମ୍ନାଷ୍ଟିକ ପ୍ରଦର୍ଶନ […]
ପଟ୍ଟାମୁଣ୍ଡାଇ କଲେଜ ସୁବର୍ଣ୍ଣ ଜୟନ୍ତି ଉତ୍ସବର ଦ୍ୱିତୀୟ ଦିବସ ପଟ୍ଟାମୁଣ୍ଡାଇ ୨୨/୪ -ନୀତି-ନୈତିକତା ସମ୍ପନ୍ନ ଦକ୍ଷ-ଅଭିଜ୍ଞ ଶିକ୍ଷକ ବା ଅଧ୍ୟାପକ ଶିକ୍ଷାକୁ ଜୀବିକା,ବୃତି ବା ପେଶା ନ କରି ନିଶା, ବ୍ରତ ବା ଜୀବନଧର୍ମରେ ପରିଣତ କଲେ ସେମାନଙ୍କ ଭିତରେ ଜନ୍ମନିଏ ଉତ୍ସର୍ଗୀକୃତ ମନୋଭାବ, ଅଙ୍ଗୀକାରବଦ୍ଧତା ଶିକ୍ଷାପ୍ରୀତି। ଶିକ୍ଷାବୃତି ପ୍ରତି ଶ୍ରଦ୍ଧା,ପ୍ରୀତି ଅକ୍ଷୁର୍ଣ୍ଣ ରଖିପାରିଲେ ଗୁଣାତ୍ମକ ଶିକ୍ଷାର ମାନ ଆପେଆପେ ବଢ଼ିଚାଲେ । ମାତ୍ର ସବୁପ୍ରକାର ଭିତିଭୂମି ଓ ସୁବିଧା […]
କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଏକ ସରକାରୀ ସ୍କୁଲର ଶିକ୍ଷକ ଟିଉସନ୍ ଦେବା ବାହାନାରେ ନାବାଳିକା ଙ୍କୁ ଅସଦାଚରଣ କରୁଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଘଟଣା ପ୍ରକାଶ ପାଇବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗିରଫ ଶିକ୍ଷକଜଣକ ବାଲେଶ୍ୱର ଜିଲାର ନିବାସୀ ଏବଂ ୨୦୨୨ ମସିହାରୁ ଏହି ସ୍କୁଲରେ […]
କେନ୍ଦ୍ରାପଡ଼ା,୨୧ା୪:ସାମାଜିକ ସୁରକ୍ଷା, ନାରୀ ସଶକ୍ତିକରଣ ଓ ଲିଙ୍ଗଗତ ସମାନତାକୁ ଆଗେଇ ନେବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅଧିନରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଜିଲ୍ଲାସ୍ତରୀୟ ସାମୁହିକ ବିବାହ ଆୟୋଜିତ ହୋଇଛି। କେନ୍ଦ୍ରାପଡ଼ା ସହରସ୍ଥିତ ସାନ୍ତସାହି ଶ୍ରୀବଳଦେବଜୀଉ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ଉତ୍ସବରେ ମୋଟ ୩୩ ଜଣ କନ୍ୟାଙ୍କ ସାମୂହିକ ବିବାହ ଶୃଙ୍ଖଳା ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ସଫଳତାର […]
କେନ୍ଦ୍ରାପଡ଼ା,୨୧ା୪:ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କୁ ଓଡିଶା ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ପରାମର୍ଶଦାତା କମିଟିର ସଦସ୍ୟା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ନିଖିଳ ଭାରତ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ରାଜେନ୍ଦ୍ର ପାଲ ଗୈାତ୍ତମ ଏହି ନିଯୁକ୍ତି ଦେଇଥିବା ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କୁ ଏକପତ୍ର ମାଧ୍ୟମରେ ଜଣାଇଛନ୍ତି। ପ୍ରଦେଶ କଂଗ୍ରେସ କମିଟିରେ ଜାତୀୟ କଂଗ୍ରେସର ସାଂଗଠନିକ ଦକ୍ଷତା ବୃଦ୍ଧି, […]

