ବୃଦ୍ଧାଙ୍କ ବେକରୁ ସୁନାଚେନ ଲୁଟି ନେଲେ ଦୁବୃର୍ତ, ଥାନାରେ ଏତଲା

blank
ପଟ୍ଟାମୁଣ୍ଡାଇ ୨୮/୯ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳର ଦକ୍ଷିଣଦିଆ ଗ୍ରାମରେ ଏକ ସୁନା ଚେନ ଲୁଟ ଘଟଣା ଘଟିଛି । ୨ଜଣ ଦୁବୃର୍ତ ଜନୈକା ବୃଦ୍ଧାଙ୍କ ବେକରୁ ସୁନା ଚେନ ଲୁଟି ନେଇ ଫେରାର ହୋଇଯାଇଛନ୍ତି ।ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଦକ୍ଷିଣଦିଆ ଗ୍ରାମରେ ବିଜୟ ଭାସ୍କର ରାଉତଙ୍କର ବାସୁଦେବ ଭେରାଇଟି ଷ୍ଟୋର ରହିଛି । ଏଠାରେ ପାନ ସହିତ ବିଭିନ୍ନ ସାମଗ୍ରୀ ବିକ୍ରୟ କରାଯାଇଥାଏ । ରବିବାର ବିଜୟ ନଥିବାରୁ ତାଙ୍କ ବୃଦ୍ଧା ମା ଦୋକାନରେ ବସି ଥିଲେ । ପୂର୍ବାହ୍ନ ୧୧ଟା ସମୟରେ ବାଇକ ଯୋଗେ ଦୁଇ ଜଣ ଯୁବକ ଦୋକାନ ନିକଟରେ ପହଂଚି ପାନ ଦେବା ପାଇଁ ବିଜୟଙ୍କ ମାଙ୍କୁ କହିଥିଲେ । ବୃଦ୍ଧା ଜଣକ ପାନ ଭାଙ୍ଗୁ ଥିବା ସମୟରେ ଦୁଇ ଯୁବକ ହଠାତ ବୃଦ୍ଧାଙ୍କ ବେକରୁ ସେ ପିନ୍ଧି ଥିବା ୧୨ଗ୍ରାମ ଓଜନର ସୁନା ଚେନ ଛିଣ୍ଡାଇ ନେଇ ବାଇକ ଯୋଗେ ଫେରାର ହୋଇ ଯାଇଥିଲେ । ବୃଦ୍ଧାଙ୍କ ପୁଅ ବିଜୟ ଘରକୁ ଫେରି ସୁନା ଚେନ ଲୁଟ ବିଷୟ ଜାଣିବା ପରେ ସଙ୍ଗେ ସଙ୍ଗେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦେଇଥିଲେ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏକ ଲୁଟ ମାମଲା ରୁଜୁ କରି ସମୁଦାୟ ଘଟଣାର ତଦନ୍ତ ଆରମ୍ଭ କରିଛି । ସୁନା ଚେନ ଲୁଟ ମାମଲାର ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି ।

Next Post

ଗାଁ ରାସ୍ତାରେ କୁମ୍ଭୀର ଦେଖି ଲୋକମାନେ ଭୟଭୀତ,ବନ ବିଭାଗ ପଦକ୍ଷେପ ନେବାକୁ ଦାବୀ

Tue Sep 30 , 2025
ପଟ୍ଟାମୁଣ୍ଡାଇ ୩୦/୯ – କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ପୌରାଂଚଳ ୭ ନଂ ୱାର୍ଡ ତଳବାଲିପଡା ଗ୍ରାମର ଢଳେଇ ରାସ୍ତା ଉପରେ ମଙ୍ଗଳବାର ରାତିରେ ହଠାତ କୁମ୍ଭୀର ଚାଲୁଥିବା ଦେଖିବାକୁ ମିଳିଥିଲା । ଯାହାଫଳରେ ସେହି ରାସ୍ତା ଦେଇ ଯାଉଥିବା ପଥଚାରୀ ଏବଂ ଗାଡ଼ିମୋଟର ଅଟକି ରହିବାକୁ ବାଧ୍ୟ ହୋଇଥିଲେ। ଲୋକମାନଙ୍କ ପାଟି ଶୁଣି କୁମ୍ଭୀରଟି ରାସ୍ତା ନିକଟରେ ଥିବା ନାଳକୁ ଚାଲି ଯାଇଥିଲା ସ୍ଥାନୀୟ ଲୋକେ କହିଛନ୍ତି । ପ୍ରାୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading