କେନ୍ଦ୍ରାପଡା୯ା୮: କେନ୍ଦ୍ରାପଡା ଜିଲ୍ଲାର ଶିକ୍ଷକ ଏବେ କେନ୍ଦ୍ରାପଡା ସହର ମୁହାଁ କେନ୍ଦ୍ରାପଡା ସହର ପାଖାପାଖି ସ୍କୁଲରେ ଶିକ୍ଷକ ଛାତ୍ରଛାତ୍ରୀ ଅନୁପାତରେ ଥିବା ବେଳେ ଅନ୍ୟ ବ୍ଲକ୍ ରୁ ଆବଶ୍ୟକ ନଥିବା ବିଦ୍ୟାଳୟକୁ ଆସୁଛନ୍ତି । ଜିଲ୍ଲାର ଉପାନ୍ତ ବ୍ଲକ ମାନଙ୍କରେ କେଉଁଠି ଗୋଟିଏ ଶିକ୍ଷକରେ ଚାଲିଛି ୫ଟି ଶ୍ରେଣୀ ବା କେଉଁଠି ଦୁଇଟି ଶିକ୍ଷକରେ ଚାଲିଛି ଆଠ ଟି ଶ୍ରେଣୀ । ଏବେ ଶିକ୍ଷକ ମହଲରେ ଆଲୋଚନାର ବିଷୟବସ୍ତୁ ପାଲଟିଛି । ଏହି ସୁବିଧା ଛାଡିଦେଲେ ଆଉ କେବେ ମିଳିବ ନାହିଁ । ଏହା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ହେଉଛି । ଯେଉଁ ଶିକ୍ଷକ ମାନେ ଅନ୍ୟ ବ୍ଲକରୁ ଆସୁଛନ୍ତି ସେମାନଙ୍କୁ ଶିକ୍ଷକ ଆବଶ୍ୟକ ଥିବା ସ୍କୁଲକୁ ନ ପଠାଇ ସହର ବା ସହରର ନିକଟବର୍ତ୍ତୀ ସ୍କୁଲରେ ମାଳମାଳ ଶିକ୍ଷକ ଥିଲେ ମଧ୍ୟ୍ୟ ସେହି ସ୍କୁଲକୁ ପଠାଇ ଦିଆଯାଉଅଛି । ଏଥିରୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ କେନ୍ଦ୍ରାପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୁର୍ନୀତି ପଦାରେ ପଡିଛି । ଏପରି କିଛି ବିରଳ ଉଦାହରଣ ଦେଖିବାକୁ ମିଳିଛି । କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଦେଢକିଲୋମିଟର ଦୁରରେ ଥିବା ଗୁଲନଗର ଉପ୍ରା ବିଦ୍ୟାଳୟରେ । ଏହି ସ୍କୁଲରେ ୨୦୨୫ ମସିହାରେ ୧୬୩ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୬ଜଣ ଶିକ୍ଷକ ଓ ଜଣେ ପି.ଟି.ଆଇ ଥିଲେ । ଯାହା ଶିକ୍ଷକ ଏବଂ ଛାତ୍ର ଅନୁପାତ ଠାରୁ ଅଧିକ । ଏହା ସତ୍ତ୍ୱେ ୨୦୨୫ ଫେବୃୟାରୀରେ ଆଉଜଣେ ଶିକ୍ଷକଙ୍କୁ ସାନମାନ୍ତିିଆ ପ୍ରାଇମେରୀ ବିଦ୍ୟାଳୟରୁ ଅଣା ଯାଇଥିଲା । ଯେଉଁଠାରେ ୨ଜଣ ଶିକ୍ଷକରେ ଛଅଟି ଶ୍ରେଣୀ ଚାଲୁଥିଲା ସେହି ସ୍କୁଲକୁ ସିଙ୍ଗିଲ୍ ଟିଚର କରାଯାଇ ଆବଶ୍ୟକ ନଥିବା ବିଦ୍ୟାଳୟ ଗୁଲନଗର ଉପ୍ରା ବିଦ୍ୟାଳୟକୁ ଅଣାଯାଇଥିଲା । ପୁର୍ନବାର ଜୁଲାଇ ୨୩ ତାରିଖ ୨୦୨୬ ମସିହାରେ ବା ଗତ ମାସରେ ଯେତେବେଳେକି ୨୦୨୬-୨୦୨୭ ଶିକ୍ଷା ବର୍ଷ ପାଇଁ ମାତ୍ର ୧୫୦ଛାତ୍ରଛାତ୍ରୀ ଥିବା ବେଳେ ଅନ୍ୟ ଏକ ଶିକ୍ଷୟିତ୍ରୀଙ୍କୁ ମାର୍ଶାଘାଇ ବ୍ଲକରୁ ଡେପ୍ଲଏମେଣ୍ଟ ରେ ଗୁଲନଗର ଉପ୍ରା ବିଦ୍ୟାଳୟକୁ ଅଣାଗଲା । ସେହି ସ୍କୁଲକୁ ଦୁଇ ଜଣକୁ ଡେପ୍ଲଏମେଣ୍ଟ ଆଣି ଅନ୍ୟ ଦୁଇଜଣଙ୍କୁ ଡେପ୍ଲଏମେଣ୍ଟ ରେ ପଠାଯିବା ପାଇଁ ଯୋଜନା ଚାଲୁଅଛି । ଏହି କାର୍ଯ୍ୟ ବର୍ତ୍ତମାନର ବି.ଇ.ଓ ଏବଂ ଡି.ଇ.ଓ ଙ୍କ ସମୟରେ କରାଯାଉଅଛି । ଏଥିରୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି । ତେଣୁ ଏହା ତଦନ୍ତ ସାପେକ୍ଷ ଅଟେ ।
Next Post
ରାତି ଅଧରେ ଦୋକନଘର ଭାଙ୍ଗିଲେ ଦୁବର୍ତ: ଥାନାରେ ଅଭିଯୋଗ , ମୋବାଇଲେ ଘୁରିବୁଲୁଛି ଗୁଣ୍ଡାମିର ଦୃଶ୍ୟ
Sun Aug 9 , 2026
କେନ୍ଦ୍ରାପଡ଼ା, ୯/୮: କେନ୍ଦ୍ରାପଡା ଟାଉନରେ କିଛି ଦିନ ହେଲା ଦାଦା ଗିରି ନଥିବା ବେଳେ ଏବେ କେତେକ ଯୁବକଙ୍କ ଗୁଣ୍ଡାମୀ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ରାତି ଅଧରେ ଜଣଙ୍କ ଦୋକାନ ଘରକୁ ଶାବଳରେ ତାଡି ଭାଙ୍ଗିବା ସହ ପ୍ରତିବାଦ କରିବାରୁ ଘର ମାଲିକଙ୍କୁ ଆକ୍ରମଣ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି । ଏ ନେଇ ଟାଉନ ଥାନାରେ ଅଭିଯୋଗ କରାଯାଇଛି । […]

ଲୋକମତ
- 1 year ago
ଜୟ ରାଷ୍ଟ୍ର ପକ୍ଷରୁ ଶ୍ରଦ୍ଧାଞ୍ଜଳି
