କ୍ରୀୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ଜନ୍ମ ଜୟନ୍ତୀରେ ରକ୍ତଦାନ ଶିବିର

blank
ପଟ୍ଟାମୁଣ୍ଡାଇ ୧୦/୮ -ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ କ୍ରୀୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ୬୭ତମ ଜନ୍ମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବେଲତଳସ୍ଥିତ ହରିହରାନନ୍ଦ ଧ୍ୟାନ ମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ସ୍ୱାମିଜୀଙ୍କ ପାଦୁକା ପୂଜା, ସମୂହ ପ୍ରାର୍ଥନା, ଦୀପଦାନ, ସଂକୀର୍ତନ ଆଦି ପରିବେଷଣ ସହ ଗୁରୁବନ୍ଦନା ଗାନ କରାଯାଇଥିଲା । ସମବେତ ଭକ୍ତମାନେ ପରମପୂଜ୍ୟ ସ୍ୱାମିଜୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଏହାପରେ ଧ୍ୟାନ ମନ୍ଦିର ପରିସରରେ ଆୟୋଜିତ ରକ୍ତଦାନ ଶିବିରରେ ସ୍ୱେଛାସେବୀମାନେ ରକ୍ତଦାନ କରିଥିଲେ । ମୋଟ ୪୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଧ୍ୟାନ ମନ୍ଦିରର ବାବା ଦୁଷ୍ମନ୍ତ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ସ୍ୱାମୀ ଆଦିତ୍ୟନାଥ ଗିରି , ସ୍ୱାମୀ ଧ୍ୟାନନିଷ୍ଠାନନ୍ଦ ଗିରି, ସ୍ୱାମୀ ବ୍ରଜେଶାନନ୍ଦ ଗିରି, ବାବା ଗୋପିନ୍ନାଥ କର, ଅଭିମନୁ୍ ପଢିହାର, ବାବା ବ୍ରଜ କିଶୋର ପଣ୍ଡା, ବାବା ଅଭିମନ୍ୟୁ ପଢିହାରୀ, ବାବା ପାବନୀ ରାଉତ, ଭାରତି ମା, ସଂଯୁକ୍ତା ବିଶ୍ୱାଳ, ଧନେଶ୍ୱର ଦାସ, ବିଜୟ ରାୟ, ଗୋପିନାଥ ତ୍ରୀପାଠୀ, ମିଟୁମନୋଜ ନାୟକ, ନବକିଶୋର ପଣ୍ଡା, ପ୍ରମୋଦ ସାହୁ ସମେତ ବହୁ ଶିଷ୍ୟଗଣ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ । ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଇ ଅବସରରେ ଧ୍ୟାନ ମନ୍ଦିର ପକ୍ଷରୁ ମିଷ୍ଟାନ୍ନ ବଟଂନ ଓ ଭୋଜନ ବ୍ୟବସ୍ଥା କରାଯାଇଥିଲା ।

Leave a Reply

Next Post

ଆଦର୍ଶ ଶିକ୍ଷକ ଭଞ୍ଜଲାଭ ପଣ୍ଡାଙ୍କ ପରଲୋକ-ଅଂଚଳରେ ଶୋକର ଛାୟା

Mon Aug 10 , 2026
ପଟ୍ଟାମୁଣ୍ଡାଇ ୧୦/୮ -ପଟ୍ଟାମୁଣ୍ଡାଇ ସଭିଲ କୋର୍ଟ ବିରିଷ୍ଠ ଆଇନଜିବୀ ଭବାନୀଶଙ୍କର ପଣ୍ଡା ବାପା ନମସ୍ୟ ଶିକ୍ଷକ ଭଞ୍ଜଲାଭ ପଣ୍ଡାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥତା ଅନୁଭବ କରୁଥିବା ବେଳେ ସୋମବାର ଅପରାହ୍ନ ସାଢ଼େ ୩ଟା ସମୟରେ ପୌରାଅଂଚଳର ମାହାଜନସାହି ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଜଣେ ଆଦର୍ଶ, କର୍ତବ୍ୟପରାୟଣ ଓ ମିଳାପୀ ଶିକ୍ଷକ ଭାବେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading