ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ; ପ୍ରସ୍ତୁତକୁ ଜୋରଦାର କରିବା ସହିତ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ

blank
କେନ୍ଦ୍ରାପଡ଼ା, ୨୯.୦୫.୨୦୨୫, ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ପ୍ରସ୍ତୁତ ରହି ତାହାର ପରିଚାଳନା କରିବା ସଂକ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଦୁର୍ବଳ ନଦୀ ବନ୍ଦର ସ୍ଥିତି ଓ ଏହାର ମରାମତି, ରାସ୍ତାରେ ପାଣି ଜମିବା, ତୁରନ୍ତ ପାଣି ନିଷ୍କାସନ, ଶୁଖିଲା ଖାଦ୍ୟ ପ୍ରସ୍ତୁତ ରଖିବା, ଔଷଧ ମହଜୁଦ ରଖିବା ସହିତ ଗର୍ଭବତୀ, ବୟସ୍କଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେଇ ପ୍ରସ୍ତୁତି ରହିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡା ଗୃହପାଳିତ ପଶୁ, କୃଷିକ୍ଷେତ୍ର, ଟ୍ୟାଙ୍କର ସୁବିଧା, ବାଲିବସ୍ତା ପ୍ରସ୍ତୁତ ରଖିବା, ଡ଼ଙ୍ଗା ଗୁଡିକୁ ପ୍ରସ୍ତୁତି ରଖିବା, ଅଗ୍ନିଶମ ଦଳ ସଜାଗ ରହିବା, ବିଦ୍ୟୁତ ସେବା,ଜନସଚେତନତା କରିବା, ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖିବା, ସୁଇଜ ଗେଟର ସ୍ଥିତି ଯାଞ୍ଚ କରି ସଠିକ ରଖିବା, ପାନୀୟ ଜଳ, ଡ୍ରେନେଜ ବ୍ୟବସ୍ଥା ଉତ୍ତମ କରିବା, କଣ୍ଟ୍ରୋଲ ରୁମର ଉତ୍ତମ ପରିଚାଳନା ସମେତ ପ୍ରାକୃତିକ ବିପର୍ଯ୍ୟୟ ପରେ କ୍ଷୟକ୍ଷତି ତୁରନ୍ତ ଆକଳନ ସମେତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ଅନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ବୈଠକରେ ଆଲୋଚନା ହୋଇଥିଲା। ସମସ୍ତ ବିଭାଗ ପୂର୍ବରୁ ଭଲ କାର୍ଯ୍ୟ କରିଛନ୍ତି ଚଳିତ ବର୍ଷ ମଧ୍ୟ ଉତ୍ତମ ଭାବେ ପ୍ରସ୍ତୁତି କରି ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଏବଂ ଅନ୍ୟ ମାନ୍ୟବର ବିଧାୟକ ମାନେ ପରାମର୍ଶ ଦେଇଛନ୍ତି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତ୍ତୁପକ୍ଷ, କେନ୍ଦ୍ରାପଡ଼ା ଦ୍ୱାରା ଆୟୋଜିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଡ.ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଳିତା ଦାସ, ଜିଲ୍ଲା ପରିଷଦ ଉପସଭାପତି ଭୀଷ୍ମ ମହାନ୍ତି, ପାଟକୁରା ବିଧାୟକଙ୍କ ପ୍ରତିନିଧି ସୁକାନ୍ତ କୁମାର ଦ୍ୱବେଦୀ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଉମାକାନ୍ତ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ସମେତ ସମସ୍ତ ପଂଚାୟତ ସମିତି ଏବଂ ପୌରପାଳିକା ଅଧ୍ୟକ୍ଷ ଅଧ୍ୟକ୍ଷା, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର, ଡେପୁଟି କଲେକ୍ଟର ପ୍ରମୁଖ ଉପସ୍ଥିତ ଥିଲେ।

Next Post

ବଉଳକଣି ପଞ୍ଚାୟତର ଅର୍ଥ ତୋଷରପାତକୁ ନେଇ ଭିଜିଲାନ୍ସ ତଦନ୍ତ ଦାବି

Fri May 30 , 2025
କେନ୍ଦ୍ରାପଡ଼ା,୩୦ା୫: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ବଉଳକଣି ପଞ୍ଚାୟତରେ ଗତ ୨୦୧୭, ୨୦୧୮, ୨୦୧୯, ୨୦୨୦ ଓ ୨୦୨୧ ମସିହାରେ ବଉଳକଣି ପଞ୍ଚାୟତର ସରପଞ୍ଚ ସୁଜାତା ସାମଲଙ୍କ ସ୍ୱାମୀ ଅମରେନ୍ଦ୍ର ସାମଲ ସରକାରୀ କର୍ମଚାରୀଙ୍କ ସହ ମିଶି ବଉଳକଣି ପଞ୍ଚାୟତର ଅର୍ଥ ତୋଷରପାତ କରିଥିବା ଅନୁଭବ କରିବା ସହିତ ଆର୍‌.ଟି.ଆଇ ଆକ୍ଟ ଅନୁଯାୟୀ ବଉଳକଣି ପଞ୍ଚାୟତବାସୀମାନେ ଅଭିଯୁକ୍ତଙ୍କୁ ତଥ୍ୟ ମାଗିଥିଲେ । କାଳକ୍ଷେପଣ ଏବଂ ଟାଳଟୁଳ ନୀତି ଅବଲମ୍ବନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading