
ପଟ୍ଟାମୁଣ୍ଡାଇ, ୧୦/୮ -ପଟ୍ଟାମୁଣ୍ଡାଇର ସର୍ବ ପୁରାତନ ମନ୍ମଥନାଥ ହାଇସ୍କୁଲ ୧୯୮୩ ମସିହା ମାଟ୍ରିକ ଜୁନିଅର ବ୍ୟାଚ ଛାତ୍ରଛାତ୍ରୀଙ୍କ ବୈଠକ ଓ ଗୁରୁପୂଜନ ପଟ୍ଟାମୁଣ୍ଡାଇ ପୌରପାଳିକା କଲ୍ୟାଣମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ସଚ୍ଚିକାନ୍ତ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ଗୁରୁ ପରୀକ୍ଷିତ ରାୟ, ଖଗେଶ୍ୱର ପରିଡ଼ା, କୃଷ୍ଣଚନ୍ଦ୍ର ପଣ୍ଡା ଓ ବିଷ୍ଣୁଚରଣ କରଙ୍କୁ ପୂଜାର୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଦାମୋଦର ସାହୁ, ରମେଶ ସାହୁ, କୃଷ୍ଣଚନ୍ଦ୍ର ମିଶ୍ର, ଅକ୍ଷୟ ସାହୁ ପ୍ରମୁଖ ଗୁରୁମାନଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ବକ୍ତବ୍ୟ ରଖିଥିବା ବେଳେ ତୁଷାର ଜେନା, ଅଞ୍ଜନ ରାଉତ, ଅଜିତ କୁମାର ନାୟକ, ବଂଶୀଧର ପଣ୍ଡା, ବୈଦ୍ୟନାଥ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅକ୍ଷୟ ସାହୁ ଲଟେରି ଜିତି ଗୁରୁମାନଙ୍କ ଠାରୁ “ଭାଗ୍ୟବାନ ଛାତ୍ର’ ପୁରସ୍କାର ପାଇଥିଲେ। ରଞ୍ଜିତ ଦାସ, ସୁବୋଧ ଖଣ୍ଡାୟୀ, ଦିଲ୍ଲୀପ କୁମାର ନାୟକ, ବିକାଶ ଚନ୍ଦ୍ର ଦାସ, ବାସୁଦେବ ସାହୁ, ସତ୍ୟନାରାୟଣ ସାମନ୍ତରାୟ, ଅଶୋକ କୁମାର ନାୟକ, ଅଭିମନ୍ୟୁ ଦାସ, ହୃଷୀକେଶ ନାଥ, ତାରକେଶ୍ୱର ଦାସ, ଲକ୍ଷ୍ମୀଧର ନାୟକ, ଶରତ କୁମାର ନାୟକ, ବିଚିତ୍ର କୁମାର ପରିଡ଼ା, ପ୍ରଫୁଲ୍ଲ ମାଝୀ, ରବୀନ୍ଦ୍ର ସାହୁ, ଦିଗମ୍ବର ପାଢ଼ୀ, ଗୁରୁଚରଣ ନାୟକ, ପ୍ରଭାତ କୁମାର ମଲ୍ଲିକ, ସୁଦାମ ଚରଣ ରାଉତ, ଆର୍ତତ୍ର।ଣ ସ୍ୱାଇଁ, ରଞ୍ଜନ କୁମାର ରାଉତ, ସମର ସିଂହ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।
