ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

blank

କେନ୍ଦ୍ରାପଡ଼ା,୧୦ା୮:ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ ଏକ ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଆମ ଦେଶ, ରାଜ୍ୟ ଓ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ସହିତ ମା’ ଶିଶୁର ଯତ୍ନ ତଥା ମୃତ୍ୟୁହାରକୁ କମାଇବା ପାଇଁ ୨୦୦୬ମସିହାରୁ ଆଜି ପର୍ଯ୍ୟନ୍ତ ୨୦ବର୍ଷ ଧରି ବିନା ପାରିଶ୍ରମିକରୁ ବର୍ତ୍ତମାନ ନିଶ୍ଚିତ ଭତ୍ତା ୭ହଜାର ୪ଶହ ଟଙ୍କା ପର୍ଯ୍ୟନ୍ତ ପାଇ ଆମେ ନିଜ ଜୀବନ ଓ ପରିବାରକୁ ପଛ କରି ସେବା ଯୋଗାଇ ଦେଇ ଆସୁଛୁ। ଫଳରେ ଆମ ଜିଲ୍ଲା ଠାରୁ ଦେଶ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବାର ଉନ୍ନତି ହୋଇଛି। ବନ୍ୟା, ବାତ୍ୟା ସମୟରେ ଆଶାମାନଙ୍କ କାର୍ଯ୍ୟ ଦେଖି ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି। କିନ୍ତୁ ଦୁଃଖର କଥା ଆଶାକର୍ମୀମାନଙ୍କୁ ସାମାଜିକ ସୁରକ୍ଷା ଓ ଆର୍ଥିକ ନିରାପତ୍ତା ପ୍ରଦାନ କରାଯାଉନାହିଁ। ତେଣୁ ଆଶାକର୍ମୀଙ୍କୁ ସର୍ବନିମ୍ନ ମାସିକ ୨୬ହଜାର ଟଙ୍କା ଦରମା ପ୍ରଦାନ, ପଦୋନ୍ନତି ଓ ମାସିକ ପେନସନ ସର୍ବନିମ୍ନ ୫ହଜାର, ପ୍ରତ୍ୟେକ ଗ୍ରାମରେ ଆଶାଗୃହ ନିର୍ମାଣ, ଡ୍ୟୁଟି ବେଳେ ମୃତ୍ୟୁ ହେଲେ ପରିବାରର ଜଣଙ୍କୁ ଆଶାକର୍ମୀ ଚୟନ କରାଯିବା, ଏନ.ଏଚ.ଏମ.ର ସମସ୍ତ କର୍ମଚାରୀଙ୍କୁ ସରକାରୀ ଚାକିରୀ ମାନ୍ୟତା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସିଏଚସିରେ ଭଲ ଆଶାଗୃହ ଯୋଗାଇ ଦିଆଯିବା, ଆଶାକର୍ମୀଙ୍କ କାମ ସୁପରିଚାଳନା ପାଇଁ ବଡ ମୋବାଇଲ ସେଟ୍ ଓ ସ୍କୁଟି ଯୋଗାଇଦେବା, ଘରୋଇ ଡାକ୍ତରଖାନାକୁ ରୋଗୀ ଗଲେ ଆଶାକର୍ମୀଙ୍କୁ ତାର ପ୍ରାପ୍ୟ ପ୍ରଦାନ କରାଯିବା ଓ ବାର୍ଷିକ ୧୦ହଜାର ଟଙ୍କା ତୁରନ୍ତ ପ୍ରଦାନ କରାଯିବା ଭଳି ଦାବି ଗୁଡିକ ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅନୁପସ୍ଥିତିରେ ଡାକ୍ତରଖାନାର ପ୍ରଶାସକ ଦିଲ୍ଲିପ କୁମାର ନାୟକ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସଙ୍ଘ ପକ୍ଷରୁ ଦାବିପତ୍ର ଗ୍ରହଣ କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଙ୍ଘ ସଭାପତି ବିକାଶ ଚନ୍ଦ୍ର ବେଉରା, ଉପସଭାପତି ଭଜହରି ପ୍ରଧାନ, କୋଷାଧ୍ୟକ୍ଷ ନନ୍ଦିନୀ ସ୍ୱାଇଁ, ଜୟନ୍ତୀ ବାରିକ ଓ ଉପଦେଷ୍ଟା ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Next Post

ଜିଲ୍ଲା ସଂସ୍କୃତ ବିଦ୍ୟାଳୟ ଶିକ୍ଷକ ସଙ୍ଘ ବୈଠକ

Mon Aug 10 , 2026
କେନ୍ଦ୍ରାପଡ଼ା,୧୦ା୮:ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ତୁଳସୀ ସଂସ୍କୃତ ବିଦ୍ୟାଳୟରେ କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତ ବିଦ୍ୟାଳୟ ଶିକ୍ଷକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ପଣ୍ଡିତ ସୁବାସ ଚନ୍ଦ୍ର ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ତ୍ରିପାଠୀ, ପରୀକ୍ଷା ସଞ୍ଚଳକ କୃଷ୍ଣଚନ୍ଦ୍ର ମିଶ୍ର, ଅଷ୍ଟସମ୍ଭୁ ସଂସ୍କୃତ ବିଦ୍ୟାଳୟ ପ୍ରଧାନ ପଣ୍ଡିତ ରତ୍ନାକର ଦାସ ଓ ନିଖିଳ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading