ବିଜ୍ଞପ୍ତି ପରେ ମଧ୍ୟ ଗୁଡ଼ିଆଜୋର ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଲାନାହିଁ

blank
ପଟ୍ଟାମୁଣ୍ଡାଇ ତା ୭/୫ -କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବନ୍ୟା ବିପନ୍ନ ଧୋୟା ଞ୍ଚଳର ଅଣ୍ଢରା ଓ ଅମୃତମଣୋହି ସମେତ ଆଖ ପାଖ ଅଂଚଳର ହଜାର ହଜାର ଚାଷୀମାନେ ଗୁଡ଼ିଆ ଜୋର ସେତୁ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଦାବୀ କରିଆସୁଥିଲେ । ଗୁଡ଼ିଆଜୋର ସେତୁ ନିର୍ମାଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ଥାନୀୟ ଚାଷୀମାନେ ବାରମ୍ବାର ଦାବୀ କରିଆସୁଛନ୍ତି। ଗୁଡ଼ିଆ ଜୋର ସେତୁ ନିର୍ମାଣ ହେଲେ ଧୋୟାଞ୍ଚଳର ଶହ ଶହ ଏକର ଜମି ରେ ଚାଷ କାର୍ଯ୍ୟ ହେବା ସହିତ ଅଣ୍ଢରା , ଅମୃତମଣୋହି ପଂଚାୟତ ର ହଜାର ହଜାର ଚାଷୀ ଉପକୃତ ହେବା ସହିତ ତାଙ୍କର ଦୀର୍ଘ ଦିନର ସ୍ବପ୍ନ ସାକାର ହେବ । କେନ୍ଦ୍ରାପଡ଼ା ବିଧାୟକ ଭାବେ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ନିର୍ବାଚିତ ହେବା ପରେ ଧୋୟାଞ୍ଚଳ ଚାଷୀଙ୍କ ସମୂହ ସ୍ୱାର୍ଥ ଦୃଷ୍ଟିରୁ ଗୁଡ଼ିଆଜୋର ସେତୁ ନିର୍ମାଣ ପାଇଁ ରାଜ୍ୟ ବିଧାନସଭାରେ ପ୍ରଶ୍ନ ଉତ୍ଥାପନ କରିବା ସହିତ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଗ୍ରାମ୍ୟଉନ୍ନୟନମନ୍ତ୍ରୀଙ୍କୁ ଭେଟି ଦାବୀ କରିଥିଲେ । ସମ୍ପ୍ରତି ରାଜ୍ୟ ସରକାର ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ବନ୍ୟା ବିପନ୍ନ ଅଣ୍ଢରା ଓ ଅମୃତମଣୋହି ପଂଚାୟତର ଚାଷୀମାନଙ୍କ ସୁବିଧା ପାଇଁ ଅଣ୍ଢରା, ଅମୃତମଣୋହି ଠାରେ ଗୁଡ଼ିଆଜୋର ସେତୁ ନିର୍ମାଣ କରିବା ପାଇଁ ସରକାର ସ୍ୱୀକୃତି ପ୍ରଦାନ କରିବା ସହିତ ଅର୍ଥ ମଂଜୁର କରିଛନ୍ତି । ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ଚିଠି ନଂ ୨୮୫୪୧୫୦୦୦୪୨୦୨୪ ରେ ସରକାରୀ ସ୍ୱୀକୃତି ପ୍ରଦାନ କରାଯାଇଛି ।  ଖରସ୍ରୋତା ଓ କାଣୀ ନଦୀରୁ ଉତ୍ପନ ଗୁଡ଼ିଆଜୋର ଏକ ଦୀପାଞ୍ଚଳର ରୂପ ନେଇଥିବାରୁ ସେହି ଅଂଚଳରେ ଥିବା ନିଜର ଚାଷ ଜମିକୁ ଯିବା ପାଇଁ ଚାଷୀମାନେ ନାହିଁ ନଥିବା ଦୁର୍ଦଶା ଭୋଗ କରିଆସୁଥିଲେ ।  ଗୁଡ଼ିଆ ଜୋର ସେତୁ ନିର୍ମାଣ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଏ ବାବଦରେ ୨୫ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ।  ମାତ୍ର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବାର ୪୫ଦିନ ବିତି ଯାଇଥିଲେ ମଧ୍ୟ ସେତୁ ନିର୍ମାଣ ଆରମ୍ଭ କରାଯାଇନାହିଁ ।  ୧ ମାସ ପରେ ବର୍ଷା ଋତୁ ଆସିବା ସମ୍ଭାବନା ଥିବାରୁ ରାଜ୍ୟ ସରକାର ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଉଚ୍ଚ କତୃପକ୍ଷ କାଳ ବିଳମ୍ବ ନକରି ଅବିଳମ୍ବେ ସେତୁ ନିର୍ମାଣ ଆରମ୍ଭ କରିବା ପାଇଁ ଧୋୟାଞ୍ଚଳ ବିକାଶ ସଂଯୋଜକ ଯୁବନେତା ରଶ୍ମି ରଞ୍ଜନ ସ୍ୱାଇଁ (ମଣ୍ଟୁ ), କୃଷକନେତା ଚିତ୍ତ ରଞ୍ଜନ ମଲ୍ଲିକ,ଅଶୋକ ମଲ୍ଲିକ ଉଲ୍ଲାସ ମଲ୍ଲିକ, ରଂଜିତ ମଲ୍ଲିକ ନାରାୟଣ ମଲ୍ଲିକ, ବାବାଜୀ ମଲ୍ଲିକ,ଅଶୋକ ପରିଡା, ବ୍ରଜ କିଶୋର ସେଠୀ, ପ୍ରଫୁଲ୍ଲ ଜେନା, ବିଶ୍ୱ ରଂଜନ ପରିଡା, ରତ୍ନାକର ମଲ୍ଲିକ, ଅଜାମ୍ବର ସେଠୀ,ସତ୍ୟବ୍ରତ ମଲ୍ଲିକ, ତ୍ରିଲୋଚନ ସେଠୀ ପ୍ରମୁଖ ଚାଷୀମାନେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଉଚ୍ଚକତୃପକ୍ଷଙ୍କ ଠାରେ ଦାବୀ କରିଛନ୍ତି ।

Next Post

ଆବେଦନକୁ ୮ ବର୍ଷ ବିତିଗଲାଣି କିନ୍ତୁ ଦିନ ମଜୁରୀଆଙ୍କୁ ମିଳୁନି ରାସନ କାର୍ଡ

Mon May 5 , 2025
କେନ୍ଦ୍ରାପଡ଼ା,୫ା୫: କେନ୍ଦ୍ରାପଡ଼ା ବ୍ଲକ ଗୁଲନଗର ଗ୍ରାମ ପଞ୍ଚାୟତ ଖଇରାବାଦ ଗ୍ରାମର ଦଳିତ ଯୁବକ ଗୋବିନ୍ଦ ଚନ୍ଦ୍ର ମଲିକ ବୃତ୍ତିରେ ଜଣେ ଦିନ ମଜୁରୀଆ । ପରଘରେ କାମକଲେ ନିଜ ତେଲ ଲୁଣ ସଂସାର ଚଳିଥାଏ । ସେ ଜଣେ ୱାର୍ଡ ମେମ୍ବର ମଧ୍ୟ ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ୍ୱ ହେବ ରାସନ କାର୍ଡ ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କର ରାସନ କାର୍ଡ ହୋଇପାରୁନାହିଁ । ସେ ବାରମ୍ବାର ବ୍ଲକଠାରୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading