ଶ୍ରମିକ–କୃଷକଙ୍କ ଦାବିରେ କେନ୍ଦ୍ରାପଡାରେ ବିଶାଳ ମିଳିତ ବିକ୍ଷୋଭ , ଶ୍ରମ କୋଡ୍ ପ୍ରତ୍ୟାହାର, ଏମ୍‌ଏସ୍‌ପିକୁ ଆଇନଗତ ଗ୍ୟାରେଣ୍ଟି, ନିଯୁକ୍ତି ଓ ସାମାଜିକ ସୁରକ୍ଷା ପାଇଁ ଦାବି

blank

କେନ୍ଦ୍ରାପଡ଼ା ଶ୍ରମିକଙ୍କ ହକ୍ ଏବଂ କୃଷକଙ୍କ ବାସ୍ତବ ସମସ୍ୟା ପ୍ରତି ସରକାରଙ୍କ କ୍ରମାଗତ ଉଦାସୀନତା ବିରୋଧରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ମିଳିତ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍‌ଗୁଡ଼ିକ, ସ୍ୱାଧୀନ କ୍ଷେତ୍ରଭିତ୍ତିକ ଫେଡେରେସନ୍ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ସହ ସଂପୃକ୍ତ ବିଭିନ୍ନ କୃଷକ ସଂଗଠନର ମିଳିତ ଆହ୍ୱାନରେ ହଜାର ହଜାର ଶ୍ରମିକ ଓ କୃଷକ ଏହି ଗଣ-ବିକ୍ଷୋଭରେ ସାମିଲ ହୋଇ ନିଜର ଆକ୍ରୋଶ ଜାହିର କରିଛନ୍ତି ।

ଆଜି ସକାଳୁ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶହ ଶହ କୃଷକ, ମୂଲିଆ, ଶ୍ରମିକମାନଙ୍କ ସହ ବିଭିନ୍ନ ଶ୍ରେଣୀରକର୍ମଚାରୀ ମାନେ ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଏକତ୍ରିତ ହୋଇଥିଲୋ ସେଠାରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ବାହାରି ସରକାର-ବିରୋଧୀ ନାରାବାଜି ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିିଥିଲେ । ପରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ଆଇ ଏନଟିୟୁସି ନେତା ମୁକ୍ତାର ଖାଁଙ୍କ ସଭାପତିତ୍ୱ ରେ ଅନୁଷ୍ଠି ପ୍ରଦର୍ଶନୀ ସଭାରେ ଶ୍ରମିକ ଓ କୃଷକ ନେତାମାନେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତିକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ।ସରକାର ଚାରୋଟି ନୂଆ “ଶ୍ରମ କୋଡ୍‌’ ଲାଗୁ କରି ଶ୍ରମିକମାନଙ୍କର ବର୍ଷ ବର୍ଷର ଆଇନଗତ ଅଧିକାରକୁ ଛଡ଼ାଇ ନେବାକୁ ଚେଷ୍ଟା କରୁଛନ୍ତି। ଏହାଦ୍ୱାରା ମାଲିକପକ୍ଷଙ୍କୁ ଅଧିକ ଫାଇଦା ମିଳିବ ଏବଂ ଶ୍ରମିକମାନେ ଶୋଷଣର ଶିକାର ହେବେ। ସମସ୍ତ ଅସଂଗଠିତ ଓ ସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ମାସିକ ନିମ୍ନତମ ମଜୁରୀ ୨୬,୦୦୦ ଟଙ୍କା ନିର୍ଦ୍ଧାରଣ କରିବା ଏବଂ ସମସ୍ତଙ୍କୁ ପେନ୍‌ସନ୍ ଓ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ଦାବି କରାଯାଇଥିଲା।କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇଁ ସମସ୍ତ ଫସଲ ଉପରେ ସ୍ୱାମୀନାଥନ୍ କମିଶନ୍ ସୁପାରିଶ୍ ଅନୁଯାୟୀ ଆଇନଗତ “ନିମ୍ନତମ ସହାୟକ ମୂଲ୍ୟର ଗ୍ୟାରେଂଟି ଦେବାକୁ ଦାବି କରାଯାଇଛି।ସମସ୍ତ ଫସଲ ପାଇଁ ସି-୨ ଖର୍ଚ୍ଚର ଦେଢ଼ଗୁଣା ଦର, ଅର୍ଥାତ୍ ସି-୨+୫୦%, ଆଧାରରେ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି ନିର୍ଦ୍ଧାରଣ କରି ଏହାକୁ ଆଇନଗତ ଗ୍ୟାରେଂଟିି ଦେବା ଆବଶ୍ୟକ। କୃଷକ ଓ ଶ୍ରମିକ ବିରୋଧୀ ବହୁ ମୁକ୍ତ ବାଣିଜ୍ୟ ଚୁକ୍ତିଗୁଡ଼ିକ ପ୍ରତ୍ୟାହାର କରିବା ସହିତ କୃଷି ଓ ଗ୍ରାମୀଣ ଅର୍ଥନୀତିକୁ ସୁରକ୍ଷା ଦେବାକୁ ସେମାନେ ଦାବି କରିଥିଲେ। ମନରେଗାକୁ ପୁନରୁଦ୍ଧାର ଓ ସୁଦୃଢ଼ କରି ଗ୍ରାମାଞ୍ଚଳରେ ବର୍ଷକୁ ଅତି କମରେ ୨୦୦ ଦିନର କାମ ଏବଂ ଦୈନିକ ୭୦୦ ଟଙ୍କା ମଜୁରୀ ନିଶ୍ଚିତ କରିବାକୁ ମଧ୍ୟ ଦାବି ଉଠିଥିଲା। ବୃଦ୍ଧ, ବିଧବା ଓ ଭିନ୍ନକ୍ଷମଙ୍କ ପାଇଁ ନ୍ୟୁନତମ ମାସିକ ପେନସନ୍ ୬,୦୦୦ ଟଙ୍କା କରିବା, କୃଷକ, ଶ୍ରମିକ ଓ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ସମ୍ପ୍ରସାରଣ କରିବା ଏବଂ ସମସ୍ତଙ୍କ ପାଇଁ ଜୀବିକାର ସୁରକ୍ଷା ନିଶ୍ଚିତ କରିବାକୁ ବିକ୍ଷୋଭକାରୀମାନେ ଦାବି କରିଥିଲେ। ମହଙ୍ଗା ନିୟନ୍ତ୍ରଣ କରି ଖାଦ୍ୟ, ଔଷଧ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର କମାଇବା ସହିତ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ସରକାରୀ ଶିକ୍ଷା ଓ ସ୍ୱାସ୍ଥ୍ୟସେବାକୁ ଅଧିକ ମଜବୁତ କରିବା ଏବଂ ଯୁବପିଢ଼ି ପାଇଁ ନୂତନ ନିଯୁକ୍ତି ଓ ରୋଜଗାରର ସୁଯୋଗ ସୃଷ୍ଟି କରିବାକୁ ମଧ୍ୟ ଦାବି କରାଯାଇଥିଲା। ସରକାରୀ ସଂସ୍ଥା ଓ ସମ୍ପତ୍ତିର ବେସରକାରୀକରଣ ଏବଂ ନ୍ୟାସନାଲ୍ ମନେଟାଇଜେସନ ପାଇପଲାଇନ୍‌–୨.୦ ବନ୍ଦ କରିବା ପାଇଁ ଦାବି କରି ବକ୍ତାମାନେ କହିଥିଲେ ଯେ, ଦେଶର ସାର୍ବଜନୀନ ସମ୍ପତ୍ତିକୁ କର୍ପୋରେଟ୍ ସ୍ୱାର୍ଥରେ ହସ୍ତାନ୍ତର କରିବା ଦେଶର ଅର୍ଥନୈତିକ ଓ ସାମାଜିକ ସ୍ୱାର୍ଥ ପାଇଁ କ୍ଷତିକାରକ। ତେଣୁ ସାର୍ବଜନୀନ ସଂସ୍ଥାଗୁଡ଼ିକୁ ସୁରକ୍ଷିତ ଓ ସୁଦୃଢ଼ କରିବା ସହିତ ଜନସାଧାରଣଙ୍କ ମୌଳିକ ଅଧିକାରର ସୁରକ୍ଷା ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏହି ବିକ୍ଷୋଭରେ ମହିଳା, ଶିଶୁ ଓ ସଂଖ୍ୟାଲଘୁମାନଙ୍କ ଅଧିକାର ସୁରକ୍ଷା କରିବା, ଜନବିରୋଧୀ ଓ କଳା ଆଇନଗୁଡ଼ିକ ପ୍ରତ୍ୟାହାର କରିବା ଏବଂ ଶ୍ରମିକ, କୃଷକ ଓ ସାଧାରଣ ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଓ ଜୀବିକାର ସୁରକ୍ଷା ନିଶ୍ଚିତ କରିବା ପାଇଁ ମଧ୍ୟ ଦୃଢ଼ ଦାବି ଉଠିଥିଲା। ଏହି ସଭାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଜିଲ୍ଲା ଆବାହକ ଗୟାଧର ଧଳ, ଏଆଇଟିୟୁସି ନେତା ରମଣିରଂଜନ ରାଉତରାୟ, ବାବାଜୀ ଧଳ,କିଷାନ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ,ସିଆଇଟିୟୁ ନେତା ଜଗତାଜୀବନ ଦାଶ,ମାଧବ ଦାସ, ଅଧ୍ୟାପକ ଅଜୟ ସାମଲ, କର୍ମଚାରୀ ନେତା ନରୋତ୍ତମ ପାର୍ଥ ସାରଥୀ, ଓଡିଶା କୃଷକ ସଭା ନେତା କାଳୀପ୍ରସାଦ ନାୟକ, ବିଜୟ ଦାସ,ସୋମନାଥ ବିଶ୍ୱାଳ, ଶ୍ରମିକ ନେତା ପ୍ରକାଶ ମହାନ୍ତି,ଅଜିତ ପରିଡା, ଆଇ ଏନଟିୟୁସି ନେତା ଫକୀର ଖଟୁଆ,ବସନ୍ତ କୁମାର ସେଠି,ଏଚ ଏମ୍ ଏସ ନେତା ତ୍ରିଲୋଚନ ଦାସ ,ଏଇକେଏସ ନେତା ଆଦିକନ୍ଦ ରାଉଳ, କିଷାନ କଂଗ୍ରେସ ନେତା ମହେନ୍ଦ୍ର ପରିଡା, ଏଏଇ କେକେଏମଏସ ନେତା ପ୍ରକାଶ ମଲିକ,ଶ୍ରୀକାନ୍ତ ଲେଙ୍କା,ଅନ୍ୟମାନଙ୍କ ମଧ୍ୟରେ ସୁଧାଂଶୁ ରାୟ, କେଦାର ସାମନ୍ତରାୟ,ଅକ୍ଷୟ ତରାଇ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସରକାର ଯଦି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଶ୍ରମିକ ଓ କୃଷକଙ୍କ ନ୍ୟାଯ୍ୟ ଦାବିକୁ ଗ୍ରହଣ ନକରନ୍ତି, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ବ୍ୟାପକ ଓ ତୀବ୍ର ରୂପ ନେବ। ବିକ୍ଷୋଭ ଶେଷରେ ଟ୍ରେଡ୍ ୟୁନିଅନ୍ ଓ କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ।

Leave a Reply

Next Post

ଏମଏନ ହାଇସ୍କୁଲ ୮୩ ଜୁନିଅର ବ୍ୟାଚ୍ ଛାତ୍ରୀଛାତ୍ରଙ୍କ ଗୁରୁ ପୂଜନ ବନ୍ଧୁମିଳନ

Mon Aug 10 , 2026
ପଟ୍ଟାମୁଣ୍ଡାଇ, ୧୦/୮ -ପଟ୍ଟାମୁଣ୍ଡାଇର ସର୍ବ ପୁରାତନ ମନ୍ମଥନାଥ ହାଇସ୍କୁଲ ୧୯୮୩ ମସିହା ମାଟ୍ରିକ ଜୁନିଅର ବ୍ୟାଚ ଛାତ୍ରଛାତ୍ରୀଙ୍କ ବୈଠକ ଓ ଗୁରୁପୂଜନ ପଟ୍ଟାମୁଣ୍ଡାଇ ପୌରପାଳିକା କଲ୍ୟାଣମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ସଚ୍ଚିକାନ୍ତ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ଗୁରୁ ପରୀକ୍ଷିତ ରାୟ, ଖଗେଶ୍ୱର ପରିଡ଼ା, କୃଷ୍ଣଚନ୍ଦ୍ର ପଣ୍ଡା ଓ ବିଷ୍ଣୁଚରଣ କରଙ୍କୁ ପୂଜାର୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading