କେନ୍ଦ୍ରାପଡା ୨୫ / ୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଧର୍ମପରାୟଣ ଆଦର୍ଶ ମଣିଷ ସ୍ୱର୍ଗତ ନରହରି ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ବରିଷ୍ଠ କବି ଅମର ପ୍ରସାଦ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ଏବଂ “ସତୀର୍ଥ’ ର ମିଳିତ ଆନୁକୂଲ୍ୟରେ ପ୍ରାୟୋଜିତ ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ସଭାକୁ ରାଜଶ୍ରୀର ସଭାପତି ତଥା […]

ପଟ୍ଟାମୁଣ୍ଡାଇ ୨୫/୪ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଗତ କିଛିଦିନ ହେବ ପାରଦ ଉପରମୁହାଁ ରହିଥିବା ବେଳେ ଅଂଚଳରେ ଶତାଧିକ ବେଆଇନ ଇଟାଭାଟି ପୋଡ଼ା ଚାଲିଛି। ସେଥିରୁ ନିର୍ଗତ ନିଆଁ ପ୍ରକୋପରେ ସ୍ଥାନୀୟ ଅଂଚଳରେ ଅସ୍ୱାଭାବିକ ଭାବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ପ୍ରଚଣ୍ଡ ରୌଦ୍ରତାପ ଲୋକେ ଘରୁ ପଦାକୁ ବାହାରି ପାରୁ ନାହାଁନ୍ତି । ଘରେ ମଧ୍ୟ ଇଟାଭାଟିର ନିଆଁ ଧୁଆଁ ଧାସରେ ପ୍ରାୟତ ଅଣନିଶ୍ୱାସି […]

କେନ୍ଦ୍ରାପଡା ୨୫/୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମ ପଞ୍ଚାୟତ ସିଦ୍ଧ ମରିଚାରିଣୀ ମନ୍ଦିର ପରିସରରେ ବରିଷ୍ଠ ନାଗରିକ ସାମାଜିକ ସୁରକ୍ଷା ପରିଚୟ ପତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଉପଦେଷ୍ଟା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଜ୍ରକିଶୋର ବିଶ୍ୱାଳଙ୍କ ଆହ୍ୱାନ କ୍ରମେ ବଗଡା ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରତାପ କୁମାର ନାୟକଙ୍କ ଅଧ୍ୟକ୍ଷରେ ବରିଷ୍ଠ ନାଗରିକ ସାମାଜିକ ସୁରକ୍ଷା ପରିଚୟ ପତ୍ର ବଣ୍ଟନ କରାଯାଇଥିଲା । […]

କେନ୍ଦ୍ରାପଡା ୨୫/୪ : କେନ୍ଦ୍ରାପଡା ଜିଲ୍ଲାର ହରିହରାନନ୍ଦ ମାତୃଆଶ୍ରମ ପରିସରରେ ଜ୍ଞାନପ୍ରଭା ମିଶନ ଦ୍ୱାରା ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଶକ୍ତିରୂପେଣ ସଂସ୍ଥିତା କାର୍ଯ୍ୟକ୍ରମ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ରୁ ୫୦୦ ରୁ ଉର୍ଦ୍ଧ୍ୱ ସ୍କୁଲ କଲେଜରେ ପାଠ ପଢୁଥିବା ଝିଅମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜ୍ଞାନପ୍ରଭା ମିଶନ୍‌ର ଉପାଧ୍ୟକ୍ଷା ସ୍ୱାମୀ ଜ୍ଞାନସ୍ୱରୂପାନନ୍ଦ ଗିରି, ଯୁଗ୍ମସମ୍ପାଦିକା ସ୍ୱାମୀ ଗିରିଜାନନ୍ଦ ଗିରି, ସନ୍ନ୍ୟାସିନୀ ସ୍ୱାମୀ ଜ୍ୟୋତିର୍ମୟାନନ୍ଦ ଗିରି ଏବଂ ସୁଜାତା […]

ପଟ୍ଟାମୁଣ୍ଡାଇ ତା ୨୫/୪- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ପଂଚାୟତ ବାଲିପାଟଣା ଗ୍ରାମର ପ୍ରଭାକର ଜେନାଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୨ ବଖରା ଛାଳ ଛପର ଘର ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି ।  ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।  ଅଗ୍ନିବିପନ୍ନ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।

କେନ୍ଦ୍ରାପଡା ୨୫/୪: ୧୪ବର୍ଷ କମ୍ ବାଳକ ବିଭାଗର ସିଏମ୍ ଟ୍ରଫି ଦ୍ୱିତୀୟ ସଂସ୍କାରଣ ଫୁଟବଲ ପ୍ରତିଯୋଗିତା ପଟ୍ଟାମୁଣ୍ଡାଇ ସ୍ଥିତ ହରିହରାନନ୍ଦ ଆଶ୍ରମ ସ୍କୁଲ ପଡିଆ ଠାରେ ଦିତୀୟ ଦିନରେ ଆଳି ଓ ନେତାଜି କ୍ଲବ ବିଜୟୀ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ସଂସଦର ସହଯୋଗରେ ଏହି ପ୍ରତିଯୋଗିତା ପ୍ରତ୍ୟକଦିନ ସକାଳ ଏବଂ ଅପରାହ୍ନରେ ଅନୁଷ୍ଠିତ ମ୍ୟାଚରେ ବାଳୀକା ବିଭାଗରେ ଆଳି ପୁଟବଲ ଏକାଡେମୀ ଓ କେନ୍ଦ୍ରାପଡା ହାଇସ୍କୁଲ ମଧ୍ୟରେ ଅନୁଷ୍ଠିତ […]

କେନ୍ଦ୍ରାପଡ଼ା,୨୫ା୪:ଚଣ୍ଡିଖୋଲରୁ ପାରାଦୀପକୁ ୨ହଜାର କୋଟିରୁ ଅଧିକ ଟଙ୍କାରେ ୫୩ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲିଛି। ଜାତୀୟ ରାଜପଥରୁ ବର୍ଷାଜଳ ନିଷ୍କାସନ ନେଇ ଡ୍ରେନ ନିର୍ମାଣ ଚାଲିଛି। କିନ୍ତୁ ଦାୟିତ୍ୱରେ ଥିବା ଠିକାସଂସ୍ଥା ଡ୍ରେନ ନିର୍ମାଣ କାର୍ଯ୍ୟକୁ ଅତ୍ୟନ୍ତ ନିମ୍ନମାନର କରୁଛନ୍ତି। ଯାହାଫଳରେ ମାତ୍ର ସପ୍ତାହ ମଧ୍ୟରେ ଡ୍ରେନ ଉପରେ ପଡିଥିବା ସ୍ଲାବ ସବୁ ଫାଟିଗଲାଣି। ତେଣୁ ନିର୍ମାଣ କାର୍ଯ୍ୟର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ନିମ୍ନମାନର […]

କେନ୍ଦ୍ରାପଡା ୨୪/୪: ଡିଜିଟାଲ ମାଧ୍ୟମର ଦ୍ରୁତ ପରିପ୍ରସାର ସତ୍ତ୍ୱେ ମୁଦ୍ରିତ ପୁସ୍ତକର ଭୂମିକା ସବୁ ପ୍ରତିକୂଳତା ସତ୍ୱେ ମଧ୍ୟ ପାଠକସହ ଯୋଡିହୋଇ ରହିବବୋଲି ବିଶ୍ୱ ପୁସ୍ତକ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ରାପଡ଼ାରେ ରାଜ୍ୟସ୍ତରୀୟ ପୁସ୍ତକମେଳାର ଆୟୋଜକ କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ(କେମ୍‌) ଦ୍ୱାରା ସ୍ଥାନୀୟ ମାଧପୁରଠାରେ ବିଶ୍ୱ ପୁସ୍ତକ ଦିବସ ଅବସରରେ ଏକ ସଭା ଆୟୋଜିତ ହୋଇ ଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ୧୯୯୫ […]

କେନ୍ଦ୍ରାପଡା ୨୪/୪: ୧୪ବର୍ଷ କମ୍ ବାଳକ ବିଭାଗର ସିଏମ୍ ଟ୍ରଫି ଦ୍ୱିତୀୟ ସଂସ୍କାରଣ ଫୁଟବଲ ପ୍ରତିଯୋଗିତା ପଟ୍ଟାମୁଣ୍ଡାଇ ସ୍ଥିତ ହରିହରାନନ୍ଦ ଆଶ୍ରମ ସ୍କୁଲ ପଡିଆ ଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଅଛି । ଉଦଘାଟନ ଉତ୍ସବରେ ମୁଖ୍ୟ ପରିଚାଳକ ଅଦିତ୍ୟ ନନ୍ଦ ଗିରି ଏବଂ ଅଧ୍ୟକ୍ଷ ଡଃ ମଳୟ ନନ୍ଦ ଗିରି ଉପସ୍ଥିତ ରହି ଖେଳାଳି ମାନଙ୍କୁ ଫୁଟବଲ ଖେଳରେ କ୍ରୀଡାର ଭାତ୍ରୃୁଭାବ ଏବଂ ଶୃଙ୍ଖଳମୟ ଜୀବନ ଅତ୍ୟନ୍ତ ଆବଶ୍ୟକ […]

କେନ୍ଦ୍ରାପଡ଼ା,୨୪ା୪:କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମରେ ଥିବା ମା’ଦକ୍ଷିଣକାଳୀଙ୍କ ମନ୍ଦିରରୁ ଚୋରଦଳ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଚୋରି କରିନେଇଛନ୍ତି। ଏନେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଦସ୍ୟ ଶିବପ୍ରସାଦ ଦାସ ଓ ପୂଜକ ଗୋବିନ୍ଦ ଚନ୍ଦ୍ର ମିଶ୍ର ସଦର ଥାନାରେ ଏତଲା ଦେଇଛନ୍ତି। ଏତଲାଦେବା ପରେ ସଦରଥାନାଧିକାରୀ ପଦ୍ମାଳୟା ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସଦରଥାନାଧିକାରୀ ଶ୍ରୀମତୀ ପ୍ରଧାନଙ୍କ ନିବେଦନ କ୍ରମେ ଜିଲ୍ଲା […]

Breaking News