ମଦ ଦୋକାନକୁ ବରୋଧରେ ଧାରଣା , ତାତିଲେ ମହିଳା ଭାଙ୍ଗିଲେ ଚାଖେଣା ଦୋକାନ

blank

କେନ୍ଦ୍ରାପଡା, ୧୭/୩- ମଦ ପାଇଁ ମହାଭାରତ । ତାତିଲେ ମହିଳା ଭଙ୍ଗାରୁଜା ସହ ପୋଡିଲେ ଚାଖେଣା ଦୋକାନ । ଉତ୍ତେଜନା ସ୍ଥଳରେ ପହଁଞ୍ôଚ ବୁଝା ସୁଝା କରୁଛି ପୋଲିସ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଓଲଢ଼ି ଠାରେ ଥିବା ସରକାରୀ ବିଦେଶୀ ମଦ ଦୋକାନକୁ ଆଜି ଶତାଧିକ ମହିଳା ମାନେ ଘେରାଉ କରିବା ସହ ପୋଡା ଜଳା କରିବା ଦେଖିବାକୁ ମିଳିଛି । ତେବେ ସୂଚନା ଆନୁଯାୟୀ ଗତ କାଲି ଦୁଇଜଣ ଯୁବକ ମଦ ପିଇବା ବେଳେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଜଣେ ଯୁବକ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି ହୋଇଥିଲେ । ବିଦେଶୀ ମଦ ଦୋକାନ ଆଗରେ ଥିବା ଚଖେଣା ଦୋକାନକୁ ନେଇ ଗଣ୍ଡଗୋଳ ହେଇଥିବା କୁହାଯାଉଛି । ଯାହାକୁ ନେଇ ଓଲଢ଼ି ଗ୍ରାମର ଶତାଧିକ ମହିଳା ମାନେ ଆଜି ଆସି ଚାଖେଣ ଦୋକାନ ଭାଙ୍ଗିବା ସହ ବିଦେଶୀ ମଦ ଦୋକାନ ଭାଙ୍ଗିବା ପ୍ରତିବାଦରେ ହୋହାଲା କରିଥିଲେ । ତେବେ ପାଖରେ ଥିବା ଦୋକାନ ଗୁଡିକ ଭାଙ୍ଗି ପୋଡି ଦେବା ଏବଂ ମଦ ଦୋକାନକୁ ଉଚ୍ଛେଦ ଦାବି କରିଥିଲେ । ଖବର ପାଇ ଡେରାବିଶ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଆନ୍ଦୋଳନକାରୀ ମହିଳା ମାନଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ଆୟତ୍ତକୁ ଆସିଥିଲା ଏବଂ ସେଠାରୁ ଆନ୍ଦୋଳନକାରୀ ମାନେ ପଲେଇ ଯାଇଥିଲେ ।

Next Post

ପ୍ରସିଦ୍ଧ ଭରତପୁର ମକ୍କଦ୍ଦମ ଦୋଳମେଲଣ ଉଦଯାପିତ

Mon Mar 17 , 2025
କେନ୍ଦ୍ରାପଡ଼ା,୧୭ା୩ : କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ପ୍ରସିଦ୍ଧ ମକ୍କଦ୍ଦମ ଦୋଳମେଲଣ ମହାସମାରୋହରେ ଉଦଯାପିିତ ହୋଇଯାଇଛି। ଏହି ଉପଲକ୍ଷେ ଶ୍ରୀ ଗୋପାଳଜୀଉଙ୍କ ମକ୍କଦ୍ଦମ ଦୋଳମେଲଣ ଶ୍ରୀଦଧିବାବନଜୀଉଙ୍କ ମନ୍ଦିର ସମ୍ମୁଖ ଠାକୁରଦାଣ୍ଡରେ ରବିବାର ରାତିରେ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ସୀତାରାମ ମଠ ପଡିଆରେ ପ୍ରବୋଧ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଦୋଳ ମେଲଣରେ ୧୮ଟି ବିମାନ ବାଜା ବଜାଇ, ବାଣ ଫୁଟାଇ ରୋଷଣୀକରି ମେଲଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading