କେନ୍ଦ୍ରାପଡା ୧୨/୪: କେନ୍ଦ୍ରାପଡା ସାଇକେଲ କ୍ଲବର ବାର୍ଷିକ ବନ୍ଧୁମିଳନ ସ୍ଥାନୀୟ ଇଚ୍ଛାପୁର ସ୍ଥିତ ଶ୍ୟାମାକାଳୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ “ସମାଜ ଗଠନରେ ସୁସ୍ଥ ଯୁବଗୋଷ୍ଠୀଙ୍କ ଭୂମିକା’ ଶୀର୍ଷକ ଏକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବରିଷ୍ଠ ଶଲ୍ୟ ଚିକିତ୍ସକ ଡାକ୍ତର ବିରେନ୍ଦ୍ର ଦାଶ ଯୁବକମାନେ ନିଶା ଠାରୁ ଦୁରେଇ ରହିବା ସହିତ ସବୁଦିନ ସକାଳେ ସାଇକେଲ ଚଳାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ମନ […]
featured
କେନ୍ଦ୍ରାପଡ଼ା,୧୨ା୪:ମାଇଁ ଏନ.ସି.ସି. ଆଲୁମନି ଆସୋସିଏସନର ଦଶମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଏକ ସାର୍ବଜନୀନ ସେବାମୂଳକ “ଜଳଛତ୍ର” କାର୍ଯ୍ୟକ୍ରମ ଗରିମାମୟ ଓ ସୁସଂଗଠିତ ଭାବେ ଆୟୋଜିତ ହୋଇଯାଇଛି। ଏହି ଗରିମାମୟ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳଛତ୍ରର ଶୁଭ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଦେବେନ୍ଦ୍ର କୁମାର ମଲ୍ଲିକ ଅନ୍ୟତମ ଅତିଥି ଭାବେ ଯୋଗଦେଇ […]
କେନ୍ଦ୍ରାପଡ଼ା,୧୨/୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବସପୁର ପଞ୍ଚାୟତ ବରିଷ୍ଠ ନାଗରିକ ମାନଙ୍କର ତୃତୀୟ ପର୍ଯ୍ୟାୟ ବୈଠକ ଆରିପଦାସ୍ଥିତ ସାହାରା ସୁନ୍ଦରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଧିବେଶନରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନାତନ ଦାସ ସଭାପତିତ୍ୱ କରିଥିଲେ । ଉକ୍ତ ଅଧିବେଶନରେ ୨୬ଜଣ ସଦସ୍ୟ ଉପସ୍ଥିତ ଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷାବିତ୍ ଏହି ସଭାରେ ସଂଯୋଜକ ଭାବେ ଯୋଗଦାନ କରି ସଭାର ଲକ୍ଷ୍ୟ ଓ […]
କେନ୍ଦ୍ରାପଡ଼ା,୧୦ା୪:ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧିନରେ ଆସନ୍ତା୨୧ ତାରିଖରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ଖେଳ ପଡିଆରେ ସାମୁହିକ ଗଣ ବିବାହ ଆୟୋଜିତ ହେବ। ଏହି ଗଣ ବିବାହରେ ମୋଟ ୬୦ଟି ଦମ୍ପତି ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମକୁ ସୁଚାରୁ ଓ ସଫଳତାର ସହ ଆୟୋଜନ କରିବା ପାଇଁ ସ୍ଥାନୀୟ ଓସ୍ୱାନ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ […]
ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କେନ୍ଦ୍ରାପଡ଼ା,୧୧ା୪:ସରକାରଙ୍କ ନୀତି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇ କେନ୍ଦ୍ରାପଡା ସହରର ମୁଖ୍ୟରାସ୍ତାରେ ବାଲିଗଦା କରାଯାଇଛି। ଅଭିଯୋଗ ଅନୁଯାୟି ତିନିମୁହାଣୀ- ନୂଆବସଷ୍ଟାଣ୍ଡ ମୁଖ୍ୟ ରାସ୍ତାର କଜଳାସ୍ଥିତ ଟିପିସିଓଡିଏଲ କାର୍ଯ୍ୟାଳୟ ଓ ଅର୍ବାନବ୍ୟାଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ରାସ୍ତା ଉପରେ ପ୍ରାୟ ତିନି ଟ୍ରକ ବାଲି ଗଦା ହୋଇଥିବା ଦେଖିବାକୁ ମିଳିଛି। ଫଳରେ ସେହି ରାସ୍ତାଟି ସଙ୍କୀର୍ଣ୍ଣ ହୋଇଯିବାରୁ ସେହି ରାସ୍ତା ଦେଇ ଗାଡିମଟର ଓ ପଥଚାରୀମାନେ […]
କେନ୍ଦ୍ରାପଡ଼ା,୧୧ା୪:ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥ ରାସ୍ତା ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ଆଞ୍ଚଳିକ କାର୍ଯ୍ୟାଳୟ,ଭୁବନେଶ୍ୱରଙ୍କୁ ଅଭିଯୋଗ ହେବା ପରେ ତୁରନ୍ତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ଅନୁଯାୟି କେନ୍ଦ୍ରାପଡା ଯୁବ ସ୍ୱାଭିମାନ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ନିର୍ମାଣାଧିନ ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥର ଦୁହୁରିଆ ଛକ ନିକଟରେ ଅତ୍ୟନ୍ତ ନିମ୍ନମାନର ରାସ୍ତା ନିର୍ମାଣ କରାଯାଉଛି। ଫଳରେ […]
ଭୁବନେଶ୍ୱର ୧୦/୪ -ଭୁବନେଶ୍ୱର ରାଜଧାନୀର କ୍ୟାପିଟାଲ ଥାନା ଅଞ୍ଚଳରୁ ଜଣେ ଆତଙ୍କୀକୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ। ତାର ନାମ ଶେଖ ଇମ୍ରାନ୍ ବୋଲି ଜଣାଯାଇଛି। ଗିରଫକରାଯିବା ପରେ ସ୍ଥାନୀୟ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରି ୪ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଦିଲ୍ଲୀ ପୋଲିସକୁ ଏକ ସଫଳତା ମିଳିଛି ବୋଲି ଆଲୋଚନା ହେଉଛି । ଏହି ଘଟଣା […]
କେନ୍ଦ୍ରାପଡ଼ା,୧୦ା୪: କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ୍ ଅନ୍ତର୍ଗତ କିଣିଲୋ ଗ୍ରାମରେ ବାସୁଦେବ ମେଲଣ ମହୋତ୍ସବ ମହାସମାରୋହାରେ ଅନୁଷ୍ଠିତ ହୋଇଯାଇଛି। ଚୈତ୍ର ପୂର୍ଣ୍ଣିମାରେ ଏହି ସ୍ୱତନ୍ତ୍ର ଭାଗବତ ମେଲଣକୁ ନେଇ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବାସୁଦେବ ଯୁବ ପରିଷଦ ଡ୍ରାମାଟିକ କ୍ଲବ୍ ପକ୍ଷରୁ ଦୁଇ ରଜନୀ ଧରି ମୁକ୍ତମଞ୍ଚ ନାଟକ ପ୍ରଦର୍ଶିର୍ତ ହୋଇଯାଇଛି। ପ୍ରଥମ ରଜନୀରେ “ଏ କେମିତିକା ସମ୍ପର୍କ” ଓ ଦ୍ୱିତୀୟ ରଜନୀରେ “ପୁଅ ଜନ୍ମ […]
भुवनेश्वर, 10.4: कैबिनेट मीटिंग में बड़ा फैसला हुआ। कैबिनेट ने 11 प्रस्तावों को मंजूरी दी है। चीफ सेक्रेटरी अनु गर्ग ने इस बारे में जानकारी दी है। मीटिंग में 5 डिपार्टमेंट के 11 प्रस्ताव पास किए गए हैं। पार्वती गिरी मेगा वॉटर प्रोजेक्ट को प्राथमिकता दी गई, वहीं 3400 करोड़ […]
ବୈଠକ ଓ ଭାଷଣ ବାଜୀରେ ଚାଲିଛି ପୌରପାଳିକା ମୌଳିକ ସୁବିଧାରୁ ବଂଚିତ ପଟ୍ଟାମୁଣ୍ଡାଇ ପୌରାଂଚଳବସୀ ପଟ୍ଟାମୁଣ୍ଡାଇ ୯/୪ – ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ପରିମଳ ଓ ବର୍ଯ୍ୟବସ୍ତୁ ପରିଚାଳନା,ଭିତିିଭୂମି ବିକାଶ ଓ ଜନସ୍ୱାସ୍ଥ୍ୟ ନେଇ ବିଭିନ୍ନ ସମୟରେ ବୈଠକ ହେଉଛି । ବୈଠକରେ ଜନକଲ୍ୟାଣ ଯୋଜନା ଓ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଲମ୍ବା ଲମ୍ବା ଭାଷଣ ଦିଆଯାଉଛି । ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରଶାରଣ ହେଉଛି […]

