କେନ୍ଦ୍ରାପଡ଼ା,୧୪ା୮: ସ୍ୱାଧୀନତା ଦିବସ ପାଳନ ଅବସରରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଶୁକ୍ରବାର ସକାଳେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ ଏବଂ ସଂଯୋଜକ ଅଧ୍ୟାପକ ପ୍ରମୋଦ କୁମାର ବେହେରାଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟର ଏକ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ପତକା ଧରି “ଭାରତ ମାତା କି ଜୟ” ନାରା ଦେଇ ମହାବିଦ୍ୟାଳୟ ପରିସରରୁ ବାହାରି କଟକ-ଚାନ୍ଦବାଲି […]

କେନ୍ଦ୍ରାପଡ଼ା,୧୪ା୮:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର “ଶକ୍ତିଶ୍ରୀ ସଶକ୍ତୀକରଣ ସେଲ୍‌’ ପକ୍ଷରୁ “ମହିଳା ଏବଂ ଆଇନ ଅଧିକାର, ସୁରକ୍ଷା ଓ ଆଇନଗତ ସଂରକ୍ଷଣ’ ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମହିଳାମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଏବଂ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। କୁମାରୀ ସ୍ମୃତି କାର୍ଯ୍ୟକ୍ରମଟିକୁ ସଂଯୋଜନା କରିବା ସହ ବିଭିନ୍ନ ପର୍ଯ୍ୟାୟର ପରିଚାଳନା କରିଥିଲେ। ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ […]

କେନ୍ଦ୍ରାପଡ଼ା,୧୪ା୮:ଝୋଟ ତିଆରି ହସ୍ତଶିଳ୍ପ ତାଲିମ ଶିବିରର ଉଦଘାଟନୀ ଅବସରରେ ଆୟୁଷ୍ମାନ ଫାଉଣ୍ଡେସନ ସାମାଜିକ ଅନୁଷ୍ଠାନ ଓ କଲିକତାର ଆଇସିଏଆର ର ମିଳିତ ସହଯୋଗରେ ୩୦ଜଣ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଅଛି। ଡେରାବିଶ ବିଡିଓ ନମିତା ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ହସ୍ତଶିଳ୍ପ ମାଧ୍ୟମରେ ସ୍ୱାବଲମ୍ବି ହେବା ପାଇଁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲିକତାସ୍ଥିତ ଆଇସିଏଆର ସଂସ୍ଥାର ମୁଖ୍ୟ ବୈଜ୍ଞାନିକ ଓ ନିର୍ଦ୍ଦେଶକ ଡ. ଲକ୍ଷ୍ମୀକାନ୍ତ […]

କେନ୍ଦ୍ରାପଡା ତା.୧୩/୮: କେନ୍ଦ୍ରାପଡା ଜିଲ୍ଲା ଭାଜପା ପକ୍ଷରୁ କେନ୍ଦ୍ରାପଡା କଲେଜ ପଡିଆରୁ ପୁରୁଣାବସଷ୍ଟାଣ୍ଡ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସାରାଦେଶରେ ଦେଶପ୍ରତି ବୀର ମହାପୁରୁଷଙ୍କ ବଳିଦାନକୁ ମନେପକାଇବା ତଥା ନାଗରିକମାନଙ୍କ ମଧ୍ୟରେ ସ୍ୱଦେଶପ୍ରୀତିର ଜାଗ୍ରତ କରାଇବା ଉଦେଶ୍ୟ ଆଭିମୁଖ୍ୟ ନେଇ ଏହି ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା କଲେଜ ପଡିଆରୁ ପୁରୁଣା ବସଷ୍ଟାଣ୍ଡ ତ୍ରିରଙ୍ଗାଯାତ୍ରା ଅନୁଷ୍ଠିତ ହୋଇଯାଇଛି। […]

କେନ୍ଦ୍ରାପଡ଼ା,୧୦ା୮:ତୁଳସୀ କ୍ଷେତ୍ରରେ ପବିତ୍ର ଚିତାଲାଗି ଅମାବାସ୍ୟା ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଜୀଉଙ୍କ ପାଖରେ ଚିତଉ ପିଠା ଭୋଗ ଲାଗି କରାଯାଇଥିଲା। ଆଜି ତୁଳସୀକ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେଜୀଉଙ୍କ ମସ୍ତକରେ ପବିତ୍ର ଚିତାଲାଗି ଅମାବାସ୍ୟାରେ ସୁବର୍ଣ୍ଣ ଚିତା ଲଗିହୋଇଥିଲା। ସ୍ୱର୍ଣ୍ଣକାର ସେବକଙ୍କ ଦ୍ୱାରା ଭଣ୍ଡାର ଗୃହରୁ ସୁପରଭାଇଜର ଭଣ୍ଡାର ମୋହରୀରଙ୍କ ଉପସ୍ଥିତରେ ସୁବର୍ଣ୍ଣ ଚିତା ଓ ରୌପ୍ୟ ଅଳଙ୍କାର ମାନ ବାହାର କରାଯାଇ ସ୍ୱର୍ଣ୍ଣକାର ସେବକଙ୍କୁ ହସ୍ତାନ୍ତର କରାଯାଇଥିଲା। କଡା […]

କେନ୍ଦ୍ରାପଡ଼ା,୧୩ା୮:ଗୁରୁବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କେନ୍ଦ୍ରାପଡା ଓ ଡେରାବିଶ ଜୋନ କମିଟି ପକ୍ଷରୁ ସେପ୍ଟେମ୍ବର ୧ ତାରିଖରେ ପରିବର୍ତ୍ତନ ଜରୁରୀ ମହା ସମାବେଶ ପାଇଁ ଅଗଷ୍ଟ ୬ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପଦଯାତ୍ରା ଋଲିଛି। ପ୍ରତିଗାଁକୁ ଗାଁ ଓ ସହର ମାନଙ୍କରେ ପଦଯାତ୍ରା ପରିପ୍ରେକ୍ଷୀରେ ଆଜି କେନ୍ଦ୍ରାପଡା ସହରର ତିନିମୁହାଣୀ ଠାରୁ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଏକ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଦଯାତ୍ରା ସକାଳ […]

ପଟ୍ଟାମୁଣ୍ଡାଇ ୧୦/୮ ନରେନ୍ଦ୍ର ଧଳା– ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳ ଅଣ୍ଢରା ଧ୍ୟାନଧ୍ୟାୟୀ ଠାକୁରାଣୀ ପାଖରୁ ବ୍ରାହ୍ମଣସାହି ୬ ନମ୍ବର ୱାର୍ଡରେ ରାସ୍ତାର କଲଭର୍ଟ ଗତବର୍ଷରୁ ଭୁସୁଡ଼ି ପଡ଼ିଥିବା ବେଳେ ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ। ଫଳରେ ସ୍ଥାନୀୟ ଅଂଚଳର ପାଖାପାଖି ୫ ଶହରୁ ଊର୍ଦ୍ଧ୍ୱ ଲୋକ ଯାତାୟାତରେ ହଇରାଣ ହରକତ ହେଉଛନ୍ତି। ପ୍ରଶାସନିକ ଆନ୍ତରିକତାର ଅଭାବ ଯୋଗୁଁ ନିତ୍ୟବ୍ୟବହାର୍ଯ୍ୟ ରାସ୍ତାଟି ଏବେ ଗ୍ରାମବାସୀଙ୍କ ପାଇଁ କାଳ ସାଜିଛି। […]

ପଟ୍ଟାମୁଣ୍ଡାଇ ୧୩/୮ – ପଟ୍ଟାମୁଣ୍ଡାଇ ପୌର ପରିଷଦ ଆନୁକୂଲ୍ୟରେ ଦେଶପ୍ରେମର ବାର୍ତା ବାଂଟିବା ଏବଂ ସ୍ୱାଧୀନତା ଦିବସ ପାଳନର ଅଂଶସ୍ୱରୂପ “ହର ଘର ତ୍ରିରଙ୍ଗା’ ରାଲି ବା ଶୋଭାଯାତ୍ରା ଅତ୍ୟନ୍ତ ଉତ୍ସାହ ଓ ଆଡ଼ମ୍ବରର ସହିତ ଅନୁଷ୍ଠିତ ହୋଇଯାଇଛି। ସହରବାସୀଙ୍କ ମଧ୍ୟରେ ଜାତୀୟତାବୋଧ ବୃଦ୍ଧି କରିବା ଓ ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପଟ୍ଟାମୁଣ୍ଡାଇ ପୌରପାଳିକା […]

କେନ୍ଦ୍ରାପଡା ୧୨/୮ : ୯୭-କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବିଏଲଏ-୨ (ବୁଥ ଲେବୁଲ ଏଜେଣ୍ଟ-୨) ମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନିର୍ବାଚନୀ ପ୍ରକ୍ରିୟାରେ ବିଏଲଏ-୨ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଭୋଟର ତାଲିକା ଯାଞ୍ଚ, ସଂଶୋଧନ, ନୂତନ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତି ଓ ବୁଥ୍ ସ୍ତରୀୟ ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ସେମାନଙ୍କୁ ବିସ୍ତୃତ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ଦିଆଯାଇଥିଲା। ଏହି ପ୍ରଶିକ୍ଷଣ […]

କେନ୍ଦ୍ରାପଡା ୧୨/୮ : ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡା ବ୍ଳକ୍‌ର ଖାଲପାଟ ଓ ଉପର ଜମିର ଧାନ ଫସଲ ସମ୍ପୂର୍ଣ୍ଣ ପାଣିରେ ବୁଡି ରହିଛି। ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନ କରାଯାଇ ଚାଷୀଙ୍କୁ ସାହାଯ୍ୟ ପ୍ରଦାନ କରାଯିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ଚାଷୀ ଶ୍ରମିକ ସଂଘ ଦାବୀ କରିଛନ୍ତି । ଦାବି ପତ୍ରରେ ଉଲ୍ଲେଖ ଅଛି ଯୋ ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡା ବ୍ଲକ୍‌ର […]

Breaking News