ଜିଲ୍ଲା ଚିକିତ୍ସାଳୟରେ ଫଳ ଓ ବିସ୍କୁଟ ବଣ୍ଟନ

blank
କେନ୍ଦ୍ରାପଡ଼ା,୨୭ା୯:କେନ୍ଦ୍ରାପଡ଼ା ବ୍ଲକ ଅଧିନ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁର ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପକ୍ଷରୁ ଶିବାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଶାମଗୁଡିଆସ୍ଥିତ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅଯୋଦ୍ଧାନଗରସ୍ଥିତ ଦୃଷ୍ଟିବାଧିତ ବିଦ୍ୟାଳୟରେ ଫଳ ଓ ବିସ୍କୁଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିବାନନ୍ଦ ଆଶ୍ରମର ସ୍ୱାଧିମାତା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଚିିତ୍ସାଧିକାରୀ ପ୍ରମୋଦ କୁମାର ପ୍ରହରାଜ ଓ ହସପିଟାଲ ମ୍ୟାନେଜର ପ୍ରଭାତ କୁମାର ନାୟକ ଏବଂ ଧର୍ମ ଜାଗରଣ ଜିଲ୍ଲା ସହ ସଂଯୋଜକ ଶଶାଙ୍କ ଜେନା, ଜିଲ୍ଲା ପ୍ରଶାସନିକ ପ୍ରମୁଖ ମାଧବ ପ୍ରଧାନ, ନଗର ପ୍ରମୁଖ ଅଭିଜିତ ଦାସ, ଲକ୍ଷ୍ମୀସାଗର ମହାନ୍ତି, କୁମାର ସତ୍ୟଜିତ, ସୁଶିଲ ଦାସ, କମଳାକାନ୍ତ ମଲିକ, ବଳଦେବ ସେନାର ପ୍ରମୁଖ ପୂପୁନ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରୋଗୀ ମାନଙ୍କ ସମସ୍ୟା ବୁଝିବା ସହିତ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ।ଏଥିସହିତ ଅଯୋଦ୍ଧାନଗରସ୍ଥିତ ଦୃଷ୍ଟିବାଧିତ ବିଦ୍ୟାଳୟର ଅନ୍ତେବାସୀ ପିଲାମାନଙ୍କୁ ମଧ୍ୟ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା।

Next Post

ଲଗାଣ ବର୍ଷା ବିତ୍ପାତ , ସହର ଜଳାର୍ଣ୍ଣବ, ବିଗିଡିବ ଦୁର୍ଗାପୂଜା ମାହୋଲ

Sat Sep 27 , 2025
ପଟ୍ଟାମୁଣ୍ଡାଇ ୨୭/୯- କେନ୍ଦ୍ରାପଡା ଜିଲାର ଭାଇଚାରା ସହର ପଟ୍ଟାମୁଣ୍ଡାଇରେ ଉଭୟ ହିନ୍ଦୁ ଓ ମୁସଲମାନମାନେ ଶାରଦୀୟ ଦୂର୍ଗା ପୂଜା ଉତ୍ସବକୁ ମିଳିତ ଭାବେ ବିପୁଳ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି । ମାତ୍ର ଲଘୁଚାପଜନିତ ଲଗାଣ ବର୍ଷା ସବୁ କିଛି ପାଣିରେ ପକାଇ ଦେଇଛି । ଶାରଦୀୟ ଦୂର୍ଗା ପୂଜା ଉତ୍ସବ ପାଇଁ ଘରେ ଘରେ ବନ୍ଧୁ ବାନ୍ଧବ ଓ କୁଣିଆଙ୍କ ଭିଡ଼ ଲାଗି ଥିବାବେଳେ ବର୍ଷକରେ ଥରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading