ରାସ୍ତା କିସମରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ବନ୍ଦ ଦାବୀରେ ତହସିଲଦାରଙ୍କୁ ଦାବିପତ୍ର

blank

ପଟ୍ଟାମୁଣ୍ଡାଇ ୧୦/୮ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଂଚାୟତ ମାଳିପୁର ଗ୍ରାମରେ ବ୍ଲକ ପକ୍ଷରୁ ସରକାରୀ ରାସ୍ତାକିସମ ଜାଗାରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଉଥିବାରୁ ଏହାକୁ ବିରୋଧ କରି ମାଳିପୁର ଗ୍ରାମର ପ୍ରଶାନ୍ତ ମହାନ୍ତି ଓ ରମାକାନ୍ତ ଦାସ ଗତ ୫ ତାରିଖ ଠାରୁ ତହସିଲ ଅଫିସ ସମ୍ମୁଖରେ ଅନଶନ ଆରମ୍ଭ କରାଯାଇଥିଲା । ଏହାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ପାଇଁ ବାରମ୍ଭାର ଉଦ୍ୟମ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିପାରି ନଥିଲା। ଏହି ଅନଶନ ସୋମବାର ଷଷ୍ଠ ଦିନରେ ପହଂଚି ଥିବା ବେଳେ ଅନଶନକାରୀଙ୍କ ଦାବୀକୁ ସମର୍ଥନ ଜଣାଇ ଆଶିଷ ମଲ୍ଲିକଙ୍କ ନେତୃତ୍ୱରେ ଅର୍ଜୁନ ସାହୁ , ଦୀପକ ମହାନ୍ତି ,କଳ୍ପତରୁ ମଳିକ , ଅତନୁ ମଳିକ , ମହେଶ୍ୱର ମଳିକ , ସୁମିତ କୁମାର ସାମଲ, ରାହୁଲ ପାତ୍ର, ପ୍ରକାଶ ପାତ୍ର,ଦିଲ୍ଲୀପ ମଳିକ, ରାହାସ ମଳିକ, ଜୁମର ସେଠି, ଗାଲେଖ ମଳିକ, ଅର୍ଜୁନ ମଳିକ, ବାଦଲ ସେଠୀ କିରଣ ସେଠୀଙ୍କ ସମେତ ମହିଳାମାନେ ଶୋଭାଯାତ୍ରାରେ ଆସି ଗୋଷ୍ଠୀ ଶୌଚାଳୟ ବନ୍ଦ ପାଇଁ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଅନଶନ ସ୍ଥଳରେ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ରଙ୍କ ନିର୍ଦେଶରେ ପୋଲିସ ଅନଶନସ୍ଥଳରେ ମୁତୟନ କରାଯାଇଛି ।

Leave a Reply

Next Post

କ୍ରୀୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ଜନ୍ମ ଜୟନ୍ତୀରେ ରକ୍ତଦାନ ଶିବିର

Mon Aug 10 , 2026
ପଟ୍ଟାମୁଣ୍ଡାଇ ୧୦/୮ -ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ କ୍ରୀୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ୬୭ତମ ଜନ୍ମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବେଲତଳସ୍ଥିତ ହରିହରାନନ୍ଦ ଧ୍ୟାନ ମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ସ୍ୱାମିଜୀଙ୍କ ପାଦୁକା ପୂଜା, ସମୂହ ପ୍ରାର୍ଥନା, ଦୀପଦାନ, ସଂକୀର୍ତନ ଆଦି ପରିବେଷଣ ସହ ଗୁରୁବନ୍ଦନା ଗାନ କରାଯାଇଥିଲା । ସମବେତ ଭକ୍ତମାନେ ପରମପୂଜ୍ୟ ସ୍ୱାମିଜୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading