ବେଦାନ୍ତ କେଶରୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ

blank
କେନ୍ଦ୍ରାପଡା ୨୩/୮: ହିନ୍ଦୁଧର୍ମର ସୁରକ୍ଷା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଦର୍ଶ ଓ ବିଚାରାଧାରା ଭାରତୀୟ ଅଧ୍ୟାତ୍ମିକ ଜଗତକୁ ଯୁଗ ଯୁଗ ଧରି ଦିଗ୍ଦର୍ଶନ ଦେବ ବୋଲି ମତ ପ୍ରକାଶ ପାଇଛି । ରାଷ୍ଟ୍ରବାଦୀ ସାମାଜିକ ସଂଗଠନ ‘ଜୟ ରାଷ୍ଟ୍ର’ ପକ୍ଷରୁ ସ୍ଥାନୀୟ କୋର ଗ୍ରାମ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ବହୁ ବିଶିଷ୍ଟ ବ୍ୟକ୍ତି ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଧର୍ମାନ୍ତରଣ ରୋକିବା ତଥା ଗୋ ସମ୍ପଦର ସୁରକ୍ଷା ପାଇଁ ଆଜୀବନ କାର୍ଯ୍ୟ କରିଥଲେ । ବନବାସୀଙ୍କ ଜିବନରେ ସଂସ୍କାର ଆଣିବାରେ ମଧ୍‌ଯ ତାଙ୍କ ଅବଦାନ ଅବିସ୍ମରଣୀୟ । ତାଙ୍କ ସ୍ମୃତି ରକ୍ଷା ପାଇଁ ଉଦ୍ୟମ ହେବା ଜରୁରୀ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା । ସମାଜସେବୀ ସୀତାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଚ୍ୟୁତାନନ୍ଦ ବେହୁରା, ଜ୍ଞାନ ରଞ୍ଜନ ଦାସ, ରଶ୍ମିରଞ୍ଜନ ସାମଲ, ମଳୟ ସାହୁ, ପଙ୍କଜ ସିହ୍ନା, ବିରେନ୍ଦ୍ର ଦାସ, ସୁଶାନ୍ତ ନାୟକ, ନିରଞ୍ଜନ ମହାରଣା, ଅଞ୍ଜନ କୁମାର ଶତପଥୀ ଓ ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ । ପୂଜକ ପ୍ରକାଶ ଚନ୍ଦ୍ର ଷଡଙ୍ଗୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅଭିଷେକ ଓ ପୂଜାର୍ଚ୍ଚନା କରିଥିଲେ ।

Next Post

ସ୍ୱାମୀ ଚିଦାନନ୍ଦଙ୍କ ପୂଣ୍ୟତିଥି ଆରାଧନା ଦିବସ ପାଳିତ

Sat Aug 23 , 2025
କେନ୍ଦ୍ରାପଡ଼ା,୨୩ା୮:ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ପୂଣ୍ୟତିଥି ଆରାଧନା ଦିବସ ନିଆଳି ଗ୍ରାମସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଶ୍ୱଶାନ୍ତି ନିମନ୍ତେ ତ୍ରିଦିବସୀୟ ମହାମନ୍ତ୍ର ନାମ ସଙ୍କୀର୍ତ୍ତନ, ବୃକ୍ଷରୋପଣ, ସତସଙ୍ଗ, ଗୀତାପାଠ, ସହସ୍ରନାମ ଜପ, ନଗର ପରିକ୍ରମା, ସ୍ୱାମୀ ଚିଦାନନ୍ଦ ଦର୍ଶନ ତ୍ସୋତ୍ର ପାଠ କରାଯାଇଥିଲା।ଏହି ଅବସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଅମର କୁମାର ନାୟକ, ବଡଚଣା ସରପଞ୍ଚ,ସମିତିସଭ୍ୟ, ମଣ୍ଡଳ ଅଧିକାରୀଙ୍କ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading