
ପଟ୍ଟାମୁଣ୍ଡାଇ ୧୭/୭ – ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ସରକାରୀ ଉଦାସୀନତାର ପ୍ରତିବାଦରେ କଂଗ୍ରେସ ଏବଂ ବାମଦଦଳଗୁଡ଼ିକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦେଖିବାକୁ ମିକିଛି। ବନ୍ଦ ଡାକରା ଯୋଗୁ ଚକ ଅଖ ସବୁ ବନ୍ଦ ରହିଛି।ଏହି ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଆନ୍ଦୋଳନ ସମୟରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ କଂଗ୍ରେସ ନିଷ୍ପତି ବୋଲି ପୂର୍ବତନ ଜିଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରୀୟ ସାମଲ, ଦଳିତ ସେଲ ସଭାପତି ସର୍ବଶ୍ୱେର ସେଠୀ ପ୍ରକାଶ କରିଛନ୍ତି । ଗୁରୁବାର ପଟ୍ଟାମୁଣ୍ଡାଇରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବା ସହ ବସ୍ ଓ ଅନ୍ୟ ଯାନ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ, ନଗର କଂଗ୍ରେସ କମିଟି ଓ ସମେତ ସମସ୍ତ ବାମଦଳ ନେତା ବାଇପାସ ଠାରେ ରାସ୍ତା ବନ୍ଦ କରିବା ସହିତ ବଜାରରେ ବୁଲି ଦୋକାନବାଜାର ବନ୍ଦ କରିବାକୁ ପିକେଟିଂ କରୁଥିବା ଦେଖିବାକୁ ମିଳିଛି । ପଟ୍ଟାମୁଣ୍ଡାଇ ଠାରୁ କଟକ,ଭୂବନେଶ୍ୱର, ଭଦ୍ରକ, ରାଜନଗର ଆଦି ଅଂଚଳକୁ ଗାଡ଼ି ଚଳାଚଳ ବନ୍ଦ ରହିବାରୁ ବହୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି।
