କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘ ପକ୍ଷରୁ କାଶ୍ମୀରରେ ମୃତ ପର୍ଯ୍ୟଟକଙ୍କ ବିୟୋଗରେ ଶୋକସଭା

blank
କେନ୍ଦ୍ରାପଡ଼ା,୨୪ା୪ : କାଶ୍ମୀରର ପହଲଗାଁଓ ପର୍ଯ୍ୟଟନ ସ୍ଥଳରେ ଜେହାଦୀମାନେ ଯେପରି ହିନ୍ଦୁ ପର୍ଯ୍ୟଟକମାନଙ୍କୁ ବାଛି ବାଛି ନୃଶଂସ ଭାବେ ହତ୍ୟା କଲେ ତାହାକୁ କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘ ଦୃଢ ନିନ୍ଦା କରିଛି। ଗୁରୁବାର ସନ୍ଧ୍ୟାରେ ମହାସଙ୍ଘର ସଭାପତି ଶରତ କୁମାର ବେହୁରାଙ୍କ ଆହ୍ୱାନରେ ମହାସଙ୍ଘର କାର୍ଯ୍ୟାଳୟରେଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସମଗ୍ର ଦେଶପାଇଁ ଜେହାଦୀମାନଙ୍କ ଏପରି ବର୍ବରକାଣ୍ଡ ଏକ କଠୋର ଆହ୍ୱାନ ବୋଲି ଦର୍ଶାଇ ସମସ୍ତ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ଗୁଡିକ ନିଜକୁ କେବଳ ମହାନ ଭାରତବର୍ଷର ସନ୍ତାନ ବୋଲି ମନେକରି ଜେହାଦୀ ନିପାତ ପାଇଁ ଦେଶବାସୀ ସମ୍ପୂର୍ଣ୍ଣ ଏକଜୁଟ ହେବାକୁ ଶୋକସଭାରେ ମତବ୍ୟକ୍ତ କରାଯାଇଥିଲା। ଏହି ଦୁଃଖଦ ଘଟଣାରେ ନିହତମାନଙ୍କ ଅମରଆତ୍ମାର ସଦଗତି କାମନା ପୂର୍ବକ ସେମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଗୋଲେଖ ଚନ୍ଦ୍ର ପଢିଆରୀ, ସଂଯୋଜକ ଚନ୍ଦନ କୁମାର ପରିଡା, ଉପଦେଷ୍ଟା ଗଙ୍ଗାଧର ପରିଡା, ଭାଗିରଥି ଜେନା, ତରୁଣ ପ୍ରଧାନ, ଡ. ଚୈତନ୍ୟ ଚରଣ ପରିଡା, ଅମରବର ବିଶ୍ୱାଳ, ଗୋଲଖ ପରିଡା, ଉମାକାନ୍ତ ବଳ, ସୁମନ୍ତ ରାଉତ, ସଂଗ୍ରାମ ଜେନା, ଅକ୍ଷୟ କୁମାର ମେକାପ, ଶାନ୍ତିସ୍ୱରୂପ ଭୂୟାଁ, ଚିତ୍ତରଞ୍ଜନ ବଳ ପ୍ରମୁଖ ସାମିଲ ଥିଲେ।

Next Post

ବ୍ୟକ୍ତିତ୍ୱ ବିକାଶ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ

Thu Apr 24 , 2025
କେନ୍ଦ୍ରାପଡ଼ା,୨୪ା୪ : ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ପ୍ରତିଷ୍ଠାତା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଏକ ବ୍ୟକ୍ତିତ୍ୱ ବିକାଶ ଶିବିରର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମଇମାସ ୨୨ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ ଏକ ଚାରିଦିନିଆ ବ୍ୟକ୍ତିତ୍ୱ ବିକାଶ ଶିବିର ଆଶ୍ରମ ପରିସରରେ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ଶିବିରରେ ଅଷ୍ଟମ ଶ୍ରେଣୀ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading