ଆଦର୍ଶ ଶିକ୍ଷକ ଭଞ୍ଜଲାଭ ପଣ୍ଡାଙ୍କ ପରଲୋକ-ଅଂଚଳରେ ଶୋକର ଛାୟା

blank
ପଟ୍ଟାମୁଣ୍ଡାଇ ୧୦/୮ -ପଟ୍ଟାମୁଣ୍ଡାଇ ସଭିଲ କୋର୍ଟ ବିରିଷ୍ଠ ଆଇନଜିବୀ ଭବାନୀଶଙ୍କର ପଣ୍ଡା ବାପା ନମସ୍ୟ ଶିକ୍ଷକ ଭଞ୍ଜଲାଭ ପଣ୍ଡାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥତା ଅନୁଭବ କରୁଥିବା ବେଳେ ସୋମବାର ଅପରାହ୍ନ ସାଢ଼େ ୩ଟା ସମୟରେ ପୌରାଅଂଚଳର ମାହାଜନସାହି ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଜଣେ ଆଦର୍ଶ, କର୍ତବ୍ୟପରାୟଣ ଓ ମିଳାପୀ ଶିକ୍ଷକ ଭାବେ ସେ ସ୍ଥାନୀୟ ଅଂଚଳରେ ବେଶ୍ ଜଣାଶୁଣା ଥିଲେ। ନିଜର ଦୀର୍ଘ ଶିକ୍ଷାଦାନ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଛାତ୍ରୀଛାତ୍ରଙ୍କୁ ସନ୍ମାର୍ଗ ଦେଖାଇବା ସହ ଅଂଚଳରେ ଶିକ୍ଷାର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ତାଙ୍କର ପ୍ରୟାଣ ଖବର ପ୍ରଚାରିତ ହେବା ପରେ ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ଶିକ୍ଷାବିତ୍‌, ଗଣ୍ୟମାନ୍ୟ ବ୍ୟକ୍ତି, ପୁରାତନ ଛାତ୍ରୀଛାତ୍ର ଓ ଶୁଭେଚ୍ଛୁମାନେ ତାଙ୍କ ଶେଷ ଦର୍ଶନ କରି ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।ପୂରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

Leave a Reply

Next Post

ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

Mon Aug 10 , 2026
କେନ୍ଦ୍ରାପଡ଼ା,୧୦ା୮:ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ ଏକ ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଆମ ଦେଶ, ରାଜ୍ୟ ଓ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ସହିତ ମା’ ଶିଶୁର ଯତ୍ନ ତଥା ମୃତ୍ୟୁହାରକୁ କମାଇବା ପାଇଁ ୨୦୦୬ମସିହାରୁ ଆଜି ପର୍ଯ୍ୟନ୍ତ ୨୦ବର୍ଷ ଧରି ବିନା ପାରିଶ୍ରମିକରୁ ବର୍ତ୍ତମାନ ନିଶ୍ଚିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading