
ପଟ୍ଟାମୁଣ୍ଡାଇ ୧୦/୮ -ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ଠାରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ନିରାକାର ପରିଡା ଉଦଘାଟନ କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ସୁନିତୀ ଦାଶ, ପ୍ରଧାନଶିକ୍ଷୟତ୍ରୀ ଉର୍ମିଳା ଜେନା, ବରିଷ୍ଠ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ନାଥଶର୍ମା, ସୁଜାତା ପ୍ରିୟମ୍ବଦା ଦାସ, ଜିତେନ୍ଦ୍ର ଖଡ଼ି ରତ୍ନ, ପ୍ରକାଶ ମଥାନ ପ୍ରମୁଖ ଯୋଗ ଦେଇ କୃମି ବୃଦ୍ଧି ସ୍ୱାସ୍ଥ୍ୟହାନୀ କରିଥାଏ ବୋଲି ପ୍ରକାଶ କରି କୃମିନାଶ ପାଇଁ ଔଷଧ ସେବନ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ର ପିଏଚଇଓ ନୃସିଂହ ଚରଣ ଦାସ ବିପିଏମ୍ ଚିତରଞ୍ଜନ ଚାନ୍ଦ ଓ ସଞ୍ଜୟ କୁମାର ଦାସ ପରିଚାଳନା କରିଥିଲେ । ଏଇ ଅବସରରେ ବ୍ଲକର ସମସ୍ତ ଅଙ୍ଗନୱାଡି, ସ୍କୁଲ ଓ କଲେଜରେ କୃମି ନାଶକ ଔଷଧ ଦିଆଯାଇଥିଲା ।
