ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ଜାତୀୟ କୃମିନାଶକ ଦିବସ


ପଟ୍ଟାମୁଣ୍ଡାଇ ୧୦/୮ -ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ଠାରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ନିରାକାର ପରିଡା ଉଦଘାଟନ କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ସୁନିତୀ ଦାଶ, ପ୍ରଧାନଶିକ୍ଷୟତ୍ରୀ ଉର୍ମିଳା ଜେନା, ବରିଷ୍ଠ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ନାଥଶର୍ମା, ସୁଜାତା ପ୍ରିୟମ୍ବଦା ଦାସ, ଜିତେନ୍ଦ୍ର ଖଡ଼ି ରତ୍ନ, ପ୍ରକାଶ ମଥାନ ପ୍ରମୁଖ ଯୋଗ ଦେଇ କୃମି ବୃଦ୍ଧି ସ୍ୱାସ୍ଥ୍ୟହାନୀ କରିଥାଏ ବୋଲି ପ୍ରକାଶ କରି କୃମିନାଶ ପାଇଁ ଔଷଧ ସେବନ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ର ପିଏଚଇଓ ନୃସିଂହ ଚରଣ ଦାସ ବିପିଏମ୍ ଚିତରଞ୍ଜନ ଚାନ୍ଦ ଓ ସଞ୍ଜୟ କୁମାର ଦାସ ପରିଚାଳନା କରିଥିଲେ । ଏଇ ଅବସରରେ ବ୍ଲକର ସମସ୍ତ ଅଙ୍ଗନୱାଡି, ସ୍କୁଲ ଓ କଲେଜରେ କୃମି ନାଶକ ଔଷଧ ଦିଆଯାଇଥିଲା ।

Next Post

ରାସ୍ତା କିସମରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ବନ୍ଦ ଦାବୀରେ ତହସିଲଦାରଙ୍କୁ ଦାବିପତ୍ର

Mon Aug 10 , 2026
ପଟ୍ଟାମୁଣ୍ଡାଇ ୧୦/୮ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଂଚାୟତ ମାଳିପୁର ଗ୍ରାମରେ ବ୍ଲକ ପକ୍ଷରୁ ସରକାରୀ ରାସ୍ତାକିସମ ଜାଗାରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଉଥିବାରୁ ଏହାକୁ ବିରୋଧ କରି ମାଳିପୁର ଗ୍ରାମର ପ୍ରଶାନ୍ତ ମହାନ୍ତି ଓ ରମାକାନ୍ତ ଦାସ ଗତ ୫ ତାରିଖ ଠାରୁ ତହସିଲ ଅଫିସ ସମ୍ମୁଖରେ ଅନଶନ ଆରମ୍ଭ କରାଯାଇଥିଲା । ଏହାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ପାଇଁ ବାରମ୍ଭାର ଉଦ୍ୟମ କରାଯାଇଥିଲେ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading