ଏଆଇ କ୍ୟାମେରା ନଜରରେ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ସ୍ଥିତି ସମୀକ୍ଷା କରି ଫ୍ଲାଗମାର୍ଚ୍ଚ କଲେ ଡିଆଇଜି

blank
କେନ୍ଦ୍ରାପଡ଼ା,୧୧ା୧୦:ଏଆଇ କ୍ୟାମେରା ନଜରରେ ରହିଛି କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା। ଯାହା ଫଳରେ ପୂଜାରେ ବିଶେଷ କିଛି ଅଘଟଣ ଘଟିନାହିଁ। ଶନିବାର ପୂଜାର ଷଷ୍ଠ ଦିନରେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ କେନ୍ଦ୍ରାପଡାରେ ସ୍ଥିତି ସମୀକ୍ଷା କରିଛନ୍ତି। ଜଜାଙ୍ଗସ୍ଥିତ ପ୍ରଦକ୍ଷଣଭବନରେ ସ୍ଥିତି ସମୀକ୍ଷା କରିବା ପରେ ଡିଆଇଜି ଶ୍ରୀ ନାୟକସହରରେ ଫ୍ଲାଗ ମାର୍ଚ୍ଚ କରିଥିଲେ । ଏହାପରେ ଡିଆଇଜି ଶ୍ରୀ ନାୟକ ପୁରୁଣା ବସଷ୍ଟାଣ୍ଡ ଫାଣ୍ଡି ନିକଟରେ ପତ୍ରକାରମାନଙ୍କୁ ସୂଚନା ଦେଇ କହିଥିଲେ ଯେ ଗଜଲକ୍ଷ୍ମୀ ପୂଜା କେନ୍ଦ୍ରାପଡ଼ାର ଯଦିବା ଗଣପର୍ବ କିନ୍ତୁ ଏହା ଏବେ କେବଳ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ମଧ୍ୟରେ ସୀମିତ ରହିନାହିଁ। ଏହି ପୂଜାକୁ ଉପଭୋଗ କରିବା ପାଇଁ ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁମାନେ ଆସୁଛନ୍ତି। ଏଥିସହ ଅନ୍ୟ ରାଜ୍ୟରୁ ମଧ୍ୟ ଲୋକମାନେ ଏହି ମହୋତ୍ସବରେ ନିଜକୁ ସାମିଲ କରିବା ପାଇଁ ଆସୁଛନ୍ତି। ତେଣୁ ପୂଜାକୁ ଅଧିକ ସରସ ସୁନ୍ଦର କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ୩୦ ପ୍ଲାଟୁନ୍ ପୋଲିସ ବଳ ମୃତୟନ ହୋଇଛନ୍ତି। ଯେଉଁ ସ୍ଥାନଗୁଡିକରେ ଏକ ହଜାରରୁ ଅଧିକ ଲୋକ ଜମା ହେଉଛନ୍ତି ସେହି ସ୍ଥାନଗୁଡିକର ଭିଡିଓ ଏଆଇ କ୍ୟାମେରା ସାହାଯ୍ୟରେ କଣ୍ଟ୍ରୋଲ ରୁମରେ ଦେଖି ହେଉଛି। ତେଣୁ ସେଠାରେ କୌଣସି ବ୍ୟକ୍ତି ଅଘଟଣ ଘଟାଇଲେ ତୁରନ୍ତ ତାହାକୁ ଧରିହେବ। ସେହିପରି ଯେଉଁମାନେ ମେଳା, ମହୋତ୍ସବରେ ଅଭ୍ୟାସଗତ ଭାବେ ଲୁଟ୍ ତରାଜ କରନ୍ତି ସେମାନଙ୍କର ଏକ ଡାଟା ବେସ ପ୍ରସ୍ତୁତ କରାଯାଇଛି। ସେମାନେ ମେଳାରେ ବୁଲାବୁଲି କଲେ ଜଣାପଡି ଯିବେ। ଫଳରେ ସେମାନଙ୍କୁ ମେଳାର ଭିଡ ଭିତରୁ ସହଜରେ ବାହାର କରାଯାଇପାରିବ। ଅଦ୍ୟାବଧି ସେଭଳି କୈାଣସି ଅଘଟଣା ଘଟିନାହିଁ। ପୂଜାକମିଟି ଗୁଡିକ ପୋଲିସ କର୍ମଚାରୀମାନଙ୍କୁ ବେଶ ସହାୟତା କରୁଛନ୍ତି। ଫଳରେ ଗଜଲକ୍ଷ୍ମୀ ପୂଜା ଶାନ୍ତି ଶୃଙ୍ଖଳାର ସହ ଚାଲିଛି ବୋଲି ଡିଆଇଜି ଶ୍ରୀ ନାୟକ କହିଥିଲେ। ଏହି ପତ୍ରକାର ସମ୍ମିଳନୀରେ ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଏସ୍‌ପି ସୁଧାକର ସାହୁ, ଟାଉନ୍ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Next Post

ଭୋଟ ଚୋରୀ ବିରୋଧରେ କଂଗ୍ରେସର ଦସ୍ତଖତ ସଂଗ୍ରହ ଅଭିଯାନ

Sun Oct 12 , 2025
କେନ୍ଦ୍ରାପଡ଼ା,୧୨ା୧୦:କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭୋଟ ଚୋରି ବିରୋଧରେ କଂଗ୍ରେସର ଦସ୍ତଖତ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହା କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ପ୍ରଥମେ ଶୁଭାରମ୍ଭ ହୋଇଛି। ପ୍ରାକ୍ତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ପ୍ରଫୁଲ୍ଲ କୁମାର ଦାସ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦିକା ସଶ୍ମିତା ପଣ୍ଡା, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading