ଜଳୁନି ଷ୍ଟ୍ରିଟ୍ ଲାଇଟ୍ ବଢ଼ୁଛି ଅସନ୍ତୋଷ,ଚୋରି ହୋଇଗଲାଣି ଲାଇଟ ପଟ୍ଟାମୁଣ୍ଡାଇ ୨୦/୫ – ଅନ୍ଧକାରରୁ ମୁକ୍ତି ପାଇଁ ଗାଁଗାଁରେ ଲାଗିଥିଲା ଷ୍ଟ୍ରିଟ ଲାଇଟ୍। ମାତ୍ର କିଛି ଦିନ ଜଳିବା ପରେ ତାହା ବନ୍ଦ ହୋଇଯାଉଥିବା ବେଳେ ଅନେକ ଚୋରି ହୋଇଯାଇଛି। ଏଭଳି ଘଟଣା ପଟ୍ଟାମୁଣ୍ଡାଇ ବ୍ଲକର ଅନେକ ପଂଚାୟତରେ ଦେଖିବାକୁ ମିଳିଛି। ଅନେକ ଗାଁରେ ଆଉ ଜଳୁନି ଷ୍ଟ୍ରିଟ୍ ଲାଇଟ। ଗାଁରେ ବିଦ୍ୟୁତୀକରଣ ପାଇଁ ସରକାରଙ୍କ ପକ୍ଷରୁ ବିପୁଳ […]
featured
ପଟ୍ଟାମୁଣଇ ୨୨/୫ -ଓଡିଶାକୁ ପୁଣି ଫେରିଲା କରୋନା। ଭୁବନେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ହୋଇଥିବା ସୁଚନା ମିଳିଛି । ଦେଶର ବିଭିନ୍ନ ସ୍ଥାନରେ ୨୫୭ କୋଭିଡ୍ ଭୁତାଣୁ ଚିହ୍ନଟ ହେଉଥିବା ବେଳେ ମୁମ୍ବାଇରେ ଦୁଇ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହି ଭାରିଆଂଟକୁ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟକୁ ପରାମର୍ଶ ଦିଆଯିବାକୁ କୁହାଯାଇଛି। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ […]
ବାଇପାସ ରାସ୍ତା ପାଇଁ ଚାଲିଛି ବେଧଡ଼କ୍ କେନାଲ ଶଯ୍ୟା ଖୋଳା ବିପଦରେ ବ୍ରିଟିଶ ଅମଳର କେନାଲ ପଟ୍ଟାମୁଣ୍ଡାଇ ୨୧/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଓ ଗୋବରି ସମ୍ପ୍ରସାରିତ କେନାଲ ଏବେ ସ୍ଥିତି ହରାଇ ସଙ୍କୁଚିତ ହୋଇଚାଲିଛି । କେନାଲ ଶଯ୍ୟାକୁ ମାଟିମାଫିଆ ଖିନ୍ଭିନ୍ କରି ଲୁଟି ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇ ବିକାଶ ନାମରେ ଠିକାସଂସ୍ଥା କେନାଲକୁ ପୋତି ପ୍ରକଳ୍ପ ତିଆରି କରୁଛି। ଫଳରେ ଏବେ ଚାଷଜମୀ ପାଇଁ ଜଳଯୋଗାଣକୁ ଅସମର୍ଥ […]
ପଟ୍ଟାମୁଣ୍ଡାଇ ୨୩/୫ – ‘ଅପରେସନ ସିନ୍ଦୂର’ର ସଫଳତାକୁ ପାଳନ କରିବା ଏବଂ ଆତଙ୍କବାଦ ବିରୋଧରେ ଦେଶର ପ୍ରତିବଦ୍ଧତା ପ୍ରଦର୍ଶନ କରିବା ଉଦେଶ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗତ ୧୩ ତାରିଖ ଠାରୁ ୨୩ ପର୍ଯ୍ୟନ୍ତ ସାରା ଦେଶରେ ୧୦ ଦିନ ବ୍ୟାପି ତ୍ରିରଙ୍ଗା ଯାତ୍ରା ପ୍ରଦର୍ଶନ କରିବାକୁ ଘୋଷଣା କରାଯାଇଥିଲା । ଏହିପରିପେକ୍ôଷିରେ ଭାରତବର୍ଷର ଏକତା ଅଖଣ୍ଡତା ସୁଦୃଢ କରିବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ଠାରେ ତ୍ରିରଙ୍ଗା […]
ପଟ୍ଟାମୁଣ୍ଡାଇ ୨୨/୫- ପଟ୍ଟାମୁଣ୍ଡାଇ କୋର୍ଟର ସବଜଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କର ଅନ୍ୟତ୍ର ବଦଳି ହୋଇଥିବାରୁ ତାଙ୍କୁ ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଓକିଲ ସଂଘ ସଭାପତି ସୂର୍ଯ୍ୟ ରଞ୍ଜନ ରାଉଳଙ୍କ ପୌରହିତ୍ୟ ଓ ପୂର୍ବତନ ସଭାପତି ତପନ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ବିଦାୟ କାଳୀନ ସଭାରେ ଜେଏମଏଫସି ଡି.କେ ବାଳକ୍ରିଷ୍ଣନ, ଓକିଲ ସଂଘ ଉପସଭାପତି ସୁରେଶ ନରେନ୍ଦ୍ର, ସମ୍ପାଦକ ରବୀନ୍ଦ୍ର […]
କେନ୍ଦ୍ରାପଡ଼ା,୨୧ା୫ : +୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ମାର୍ଶାଘାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଛାତ୍ରୀ ଅସୀମା ଦାସ ମୋଟ ୫୭୨ମାର୍କ ଅର୍ଥାତ ୯୫.୩ପ୍ରତିଶତ ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି। ଅସୀମା ହେଉଛନ୍ତି ମାର୍ଶାଘାଇ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ଅଧ୍ୟାପକ ଦୀପକ କୁମାର ଦାସ ଓ ଅନ୍ନପୂର୍ଣ୍ଣା ଦାସଙ୍କ କନିଷ୍ଠା କନ୍ୟା। ଅସୀମା ମୁଳରୁ ଜଣେ ମେଧାବୀ ଛାତ୍ରୀ ଅଟନ୍ତି। ସେ ମାଟ୍ରିକ ପରୀକ୍ଷାରେ ମଧ୍ୟ […]
କେନ୍ଦ୍ରାପଡ଼ା,୨୧ା୫ : +୨ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମଗ୍ରିକ ଭାବେ +୨ ପାସ ହାର ୯୪ପ୍ରତିଶତ ରହିଛି। ବିଦ୍ୟାଳୟର +୨କଳାରେ ମୋଟ ୩୮୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୮୧ଜଣ, ଦ୍ୱିତୀୟ ଶ୍ରେଣୀରେ ୭୮ଜଣ ଓ ତୃତୀୟ ଶ୍ରେଣୀରେ ୯୩ଜଣ ପାସ କରିଛନ୍ତି। ୨୬ଜଣ ଫେଲ ହୋଇଥିବା ବେଳେ ମୋଟ ୩୫୨ଜଣ ପାସ କରିଛନ୍ତି। ବିଦ୍ୟାଳୟର କଳାରେ ପାସ […]
କେନ୍ଦ୍ରାପଡ଼ା,୨୦ା୫:କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଦଦୁଆ ଗ୍ରାମର ଶ୍ରୀଧର ନାୟକ ବିଜେପିରେ ମିଶିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏ ନେଇ ଶ୍ରୀଧରଙ୍କ ପରିବାର ପକ୍ଷରୁ ଆଳି ଥାନାରେ ଅଭିଯୋଗ କରାଯାଇଛି। ଗୁରୁତର ଅବସ୍ଥାରେ ଶ୍ରୀଧରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କୁ ସାବଳ ଓ ଭୁଜାଲିରେ ଆକ୍ରମଣ କରାଯାଇଥରବା ଅଭିଯୋଗ ହୋଇଛି। ଏଥିରେ ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି […]
ପଟ୍ଟାମୁଣ୍ଡାଇ ତା୨୦/୫- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜର ଅନ୍ୟତମ ପ୍ରତିଷ୍ଠାତା ପ୍ରଫେସର ଗୟାଧର ରାଉତଙ୍କ ୮ମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କଲେଜ ପରିସରରେ ଅଧକ୍ଷ ଡ଼ଃ ଗୌରୀକୁମାର ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅଧ୍ୟାପକ ନିରଞ୍ଜନ ବାରିକ, ଅଧ୍ୟାପକ ଦିଲ୍ଲୀପ କୁମାର ମଲ୍ଲିକ, ଅଧ୍ୟାପକ ଶିବ ଚରଣ ଦାସ, ଡି ଇ ଓ ଦୈତାରୀ ନାୟକ, ବିଜୟ ଜୁମର ରାଉତ, ମନୋଜ […]
ପଟ୍ଟାମୁଣ୍ଡାଇ ୨୦/୫- ଆକାଶଛୁଆଁ, ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ଶ୍ରମିକମାରଣ ନୀତି ସର୍ବୋପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଏଆଇସିସିଟିୟୁ ଜିଲ୍ଲା କମିଟି ପକ୍ଷରୁ ପଟ୍ଟାମୁଣ୍ଡାଇ ଆଂଚଳିକ କମିଟି ସହଯୋଗରେ ପଟ୍ଟାମୁଣ୍ଡାଇ ବାଇପାସ ଆମ୍ବେଦକର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ମହାବୀର ବଜାର ପାର୍ଟି ଅଫିସରୁ ଦଳର କର୍ମୀମାନେ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା […]