ବିଜେପିରେ ମିଶିବାରୁ ମରଣାନ୍ତକ ଆକ୍ରମଣ

blank
କେନ୍ଦ୍ରାପଡ଼ା,୨୦ା୫:କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଦଦୁଆ ଗ୍ରାମର ଶ୍ରୀଧର ନାୟକ ବିଜେପିରେ ମିଶିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏ ନେଇ ଶ୍ରୀଧରଙ୍କ ପରିବାର ପକ୍ଷରୁ ଆଳି ଥାନାରେ ଅଭିଯୋଗ କରାଯାଇଛି। ଗୁରୁତର ଅବସ୍ଥାରେ ଶ୍ରୀଧରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କୁ ସାବଳ ଓ ଭୁଜାଲିରେ ଆକ୍ରମଣ କରାଯାଇଥରବା ଅଭିଯୋଗ ହୋଇଛି। ଏଥିରେ ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଶ୍ରୀଧର ବଜାରରୁ ଘରକୁ ଫେରୁଥିବା ବେଳେ ତାଙ୍କୁ ଅଭିଯୁକ୍ତମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଗତ ୫ ଦିନ ତଳେ ଶ୍ରୀଧର ବିଜେପିରେ ମିଶିଥିଲେ। ବିଜେପିରେ ମିଶିଥିବାରୁ ପ୍ରଥମେ ତାଙ୍କୁ ଧମକ ଦିଆଯାଇଥିଲା। ଏହାପରେ ଆକ୍ରମଣ କରାଗଲା ବୋଲି ଶ୍ରୀଧରଙ୍କ ପରିବାର ଲୋକେ କହିଛନ୍ତି।

Next Post

କେନ୍ଦ୍ରାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟର +୨ ପାସହାର ୯୪ପ୍ରତିଶତ

Wed May 21 , 2025
କେନ୍ଦ୍ରାପଡ଼ା,୨୧ା୫ : +୨ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମଗ୍ରିକ ଭାବେ +୨ ପାସ ହାର ୯୪ପ୍ରତିଶତ ରହିଛି। ବିଦ୍ୟାଳୟର +୨କଳାରେ ମୋଟ ୩୮୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୮୧ଜଣ, ଦ୍ୱିତୀୟ ଶ୍ରେଣୀରେ ୭୮ଜଣ ଓ ତୃତୀୟ ଶ୍ରେଣୀରେ ୯୩ଜଣ ପାସ କରିଛନ୍ତି। ୨୬ଜଣ ଫେଲ ହୋଇଥିବା ବେଳେ ମୋଟ ୩୫୨ଜଣ ପାସ କରିଛନ୍ତି। ବିଦ୍ୟାଳୟର କଳାରେ ପାସ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading