ସବଜଜ୍ ସୁଶ୍ରୀ ସଂଗୀତା ମଲ୍ଲିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

blank

ପଟ୍ଟାମୁଣ୍ଡାଇ ୨୨/୫- ପଟ୍ଟାମୁଣ୍ଡାଇ କୋର୍ଟର ସବଜଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କର ଅନ୍ୟତ୍ର ବଦଳି ହୋଇଥିବାରୁ ତାଙ୍କୁ ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଓକିଲ ସଂଘ ସଭାପତି ସୂର୍ଯ୍ୟ ରଞ୍ଜନ ରାଉଳଙ୍କ ପୌରହିତ୍ୟ ଓ ପୂର୍ବତନ ସଭାପତି ତପନ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ବିଦାୟ କାଳୀନ ସଭାରେ ଜେଏମଏଫସି ଡି.କେ ବାଳକ୍ରିଷ୍ଣନ, ଓକିଲ ସଂଘ ଉପସଭାପତି ସୁରେଶ ନରେନ୍ଦ୍ର, ସମ୍ପାଦକ ରବୀନ୍ଦ୍ର ଦାଶ, ଯୁଗ୍ମ ସମ୍ପାଦକ ମନୋଜ ନାୟକ କୋଷାଧକ୍ଷ ପ୍ରମୋଦ ବିଶ୍ୱାଳ, ପାଠାଗାର ସମ୍ପାଦକ ପ୍ରକାଶ ପାତ୍ର, ଓକିଲ ସଂଘ ପୂର୍ବତନ ସଭାପତି କିଶୋର କୁଣ୍ଡ ଓ ଭୀମସେନ ପ୍ରଧାନ,ନରହରି ଲେଙ୍କା, ବିଜୟ ରାଉତ ପ୍ରମୁଖ ଭାଷଣ ଦେଇ ବିଦାୟୀ ସବଜଜ୍ ସୁଶ୍ରୀ ସଂଗୀତା ମଲ୍ଲିକ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ବିଚାର କରି ତ୍ୱରିତ ନ୍ୟାୟ ପ୍ରଦାନ ସହିତ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ଭାବେ ଗରିବଙ୍କୁ ଆଇନ ସହାୟତା ଓ ବୃକ୍ଷରୋପଣ ଆଦି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହି ସଭାରେ ତାଲୁକ ଆଇନ ସେବା ସମିତି ଫ୍ରଟଂ ଅଫିସ ରିଟେନର ଆଇନଜୀବୀ ଧୀରେନ୍ଦ୍ର ସାହୁ,ପୂର୍ବତନ ସଭାପତି ଆଇନଜିବୀ ବିଜ୍ଞାନ ମିହିର ଜେନା, ପୂର୍ବତନ ଉପସଭାପତି ଅଶ୍ୱିନୀ ବେହେରା,ସୌମ୍ୟ ରଞ୍ଜନ ଧଳ,ପ୍ରଫୁଲ୍ଲ ଦାଶ, ଶରତ ମହାନ୍ତି ହୃଦାନନ୍ଦ ମହାନ୍ତି, ଗୀତାଞ୍ଜଳି ପୃଷ୍ଟି, ପ୍ରମୋଦ ସାହୁ, ବିଦ୍ୟାଧର ଦାଶ, ଗୋପୀନାଥ ତ୍ରିପାଠୀ, ସଂଜୀବ କର, ଜିତେନ୍ଦ୍ର ନନ୍ଦୀ, ପ୍ରଣତି ଦାସ, ପ୍ରତାପ ପୃଷ୍ଟି, ଶିଶିର ମଲିକ, ଶରତ ମଲିକ, ଗିରିଜାଶଙ୍କର ଦାଶ ସୁମନ୍ତ ମାଝୀ, ହିତେଶ ସାହୁ, ଅମୀୟ ଭୂଷଣ କୁଣ୍ଡ, ଅଲେଖ ବଳ ପ୍ରମୁଖ ବହୁ ଆଇନଜୀବୀ ଯୋଗ ଦେଇ ବିଦାୟୀ ସବଜଜ୍ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ବିଭିନ୍ନ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ । ଏଇ ଅବସରରେ ବିଦାୟୀ ସବଜଜଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ମା ସୁଭଦ୍ରାଙ୍କ ଫଟୋ ଚିତ୍ର ପ୍ରଦାନ କରାଯାଇଥିଲା ।

Next Post

ଅପରେସନ ସିନ୍ଦୁର ସଫଳତା ରାଷ୍ଟ୍ରୀୟ ନାଗରିକ ମଂଚ ପକ୍ଷରୁ ପକ୍ଷରୁ ତ୍ରିରଙ୍ଗା ଯାତ୍ରା

Thu May 22 , 2025
ପଟ୍ଟାମୁଣ୍ଡଇ ୨୨/୫ -କାଶ୍ମୀର ପହେଲଗାମ ଆକ୍ରମଣର କଡା ଜବାବ ଦେବା ପାଇଁ ଭାରତ ସରକାରଙ୍କ ଅପରେସନ ସିନ୍ଦୁର ଅପୂର୍ବ ସଫଳତା ହାସଲ କରି ପାକିସ୍ତାନ ମାଟିରେ ଆତଙ୍କବାଦ ଉପରେ ଭାରତର ବିଜୟ ହୋଇଛି । ଭାରତବର୍ଷର ଏକତା ଅଖଣ୍ଡତା ସୁଦୃଢ କରିବା ପାଇଁ ପଟ୍ଟାମୁଣ୍ଡାଇ ଠାରେ ରାଷ୍ଟ୍ରୀୟ ନାଗରିକ ମଂଚ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ମହାବୀର ବଜାର ଠାରୁ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading