ଅପରେସନ ସିନ୍ଦୁର ସଫଳତା ,ଚନ୍ଦନନଗରରେ ଭାଜପା ପକ୍ଷରୁ ତ୍ରିରଙ୍ଗା ଯାତ୍ରା

blank
ପଟ୍ଟାମୁଣ୍ଡାଇ ୨୩/୫ – ‘ଅପରେସନ ସିନ୍ଦୂର’ର ସଫଳତାକୁ ପାଳନ କରିବା ଏବଂ ଆତଙ୍କବାଦ ବିରୋଧରେ ଦେଶର ପ୍ରତିବଦ୍ଧତା ପ୍ରଦର୍ଶନ କରିବା ଉଦେଶ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗତ ୧୩ ତାରିଖ ଠାରୁ ୨୩ ପର୍ଯ୍ୟନ୍ତ ସାରା ଦେଶରେ ୧୦ ଦିନ ବ୍ୟାପି ତ୍ରିରଙ୍ଗା ଯାତ୍ରା ପ୍ରଦର୍ଶନ କରିବାକୁ ଘୋଷଣା କରାଯାଇଥିଲା । ଏହିପରିପେକ୍ôଷିରେ ଭାରତବର୍ଷର ଏକତା ଅଖଣ୍ଡତା ସୁଦୃଢ କରିବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ଠାରେ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇଥିଲା । ରାଷ୍ଟ୍ରୀ ସୁରକ୍ଷା ନାଗରିକ ସମିତି ପକ୍ଷରୁ ଅନୁଷ୍ଠିତ ତ୍ରିରଙ୍ଗା ଯାତ୍ରା ଚନ୍ଦନନଗର ହାଇସ୍କୁଲ ଛକ ଠାରୁ ଆରମ୍ଭ ହୋଇ ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ଦେଉଳି ଠାରେ ଶେଷ ହୋଇଥିଲା । ଏଥିରେ ୧୭ନଂ ଜୋନ କଂଟାବଣ ମଣ୍ଡଳ ଭାଜପା ସଭାପତି ସ୍ୱାଗତ ଦାସ, ଭାଜପା ଯୁ୍ୱନେତା ଭାରତ ଭୂଷଣ ଦାସ, ଜୟନ୍ତୀ ସ୍ୱାଇଁ,ଜିଲା ଭାଜପା ମହିଳା ମୋର୍ଚା ନେତ୍ରୀ ପ୍ରିୟଙ୍କା ଶତପଥୀ, ଜିଲା ଅନୁସୂଚିତ ଜାତି ସେଲ ସଭାପତି ଅନ୍ତର୍ଯ୍ୟାମୀ ମଲିକ,ନଗର ଭାଜପା ସଭାପତି ଅଶୋକ ସାହୁ, ଚନ୍ଦନ ପାତ୍ର, ଅଶୋକ ମଲିକ, ପ୍ରଦୀପ ସାହୁ ଓ ହେମନ୍ତ ସାହୁ, ବିପିନ ନାୟକ, ପ୍ରଦୀପ ପ୍ରଧାନ କୃଷ୍ଣ ଚନ୍ଦ୍ର କର, ସୁଧାଂଶୁ ରଞ୍ଜନ ମହାପାତ୍ର, ସୂଶାନ୍ତ ଦାସ,ରବି ବିଶ୍ୱାଳ, କାଜଲ ଜେନା, ରାକେଶ ନାୟକ, ସଞ୍ଜୟ ମଲିକ , ସୋମନାଥ ଷଢଙ୍ଗୀ କାଳନ୍ଦୀ ପଲାଇ ପ୍ରମୁଖ ବହୁ ଭାଜପା ନେତା କର୍ମକର୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ଚନ୍ଦନ ନଗର ପଂଚାୟତର ବିଭିନ୍ନ ଅଂଚଳ ପରିକ୍ରମା କରିଥିଲେ ।

Next Post

ବିକାଶ ନାମରେ କେନାଲ ଖିନ୍‌ଭିନ୍‌ , ଜଳପରିଚାଳନା ନେଇ ଆଶଙ୍କାରେ ଚାଷୀ

Sat May 24 , 2025
ବାଇପାସ ରାସ୍ତା ପାଇଁ  ଚାଲିଛି ବେଧଡ଼କ୍ କେନାଲ ଶଯ୍ୟା ଖୋଳା ବିପଦରେ ବ୍ରିଟିଶ ଅମଳର କେନାଲ ପଟ୍ଟାମୁଣ୍ଡାଇ ୨୧/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଓ ଗୋବରି ସମ୍ପ୍ରସାରିତ କେନାଲ ଏବେ ସ୍ଥିତି ହରାଇ ସଙ୍କୁଚିତ ହୋଇଚାଲିଛି । କେନାଲ ଶଯ୍ୟାକୁ ମାଟିମାଫିଆ ଖିନ୍‌ଭିନ୍ କରି ଲୁଟି ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇ ବିକାଶ ନାମରେ ଠିକାସଂସ୍ଥା କେନାଲକୁ ପୋତି ପ୍ରକଳ୍ପ ତିଆରି କରୁଛି। ଫଳରେ ଏବେ ଚାଷଜମୀ ପାଇଁ ଜଳଯୋଗାଣକୁ ଅସମର୍ଥ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading