ସାମ୍ବାଦିକଙ୍କୁ ପେନ୍‌ସନ୍‌, ସୁରକ୍ଷା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

blank
କେନ୍ଦ୍ରାପଡ଼ା,୨୯ା୫: ମହାରାଷ୍ଟ୍ର, ଛତିଶଗଡ ରାଜ୍ୟ ଢାଞ୍ଚାରେ ଓଡିଶାର ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଆଇନ, ପେନସନ୍‌, ଅନୁକମ୍ପା ରାଶି ୮ଲକ୍ଷକୁ ବୃଦ୍ଧି, ସ୍ୱାସ୍ଥ୍ୟ ବୀମା ୧୦ଲକ୍ଷକୁ ବୃଦ୍ଧି କରିବା ଦାବିରେ ଓଡିଶା ସାମ୍ବାଦିକ ୟୁନିୟନ ନେତୃତ୍ୱରେ କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ସଂଘ ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବା ପାଇଁ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସାମ୍ବାଦିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଦାବିକୁ ନେଇ ସ୍ଲୋଗାନ ଦେବା ସହିତ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପରେଶ ଦାସ, ସାଧାରଣ ସମ୍ପାଦକ ଜଗନ୍ନାଥ ଦାସ, ସମ୍ପାଦକ ସାବିର ଖାନ୍‌, ଜିଲ୍ଲା ସଂଯୋଜକ ସୋମନାଥ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜ୍ୟୋର୍ତିମୟ ଜେନା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନିଳାଦ୍ରୀ ତ୍ରିପାଠୀ, ସେକ୍ ସୈଫୁଲ୍ଲା, ଦୁର୍ଗା ପ୍ରସାଦ ପତି, ପ୍ରଭାତ ଲେଙ୍କା, ଲକ୍ଷ୍ମୀକାନ୍ତ ନାୟକ, ମୃତ୍ୟୁଞ୍ଜୟ ପରିଡା, ବଳରାମ ବେହେରା, ସନ୍ତୋଷ ପୋଥାଳ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

Next Post

ମୁଖ୍ୟମନ୍ତ୍ରଙ୍କ କେନ୍ଦ୍ରାପଡ଼ା ଗସ୍ତକୁ ନେଇ ଜିଲ୍ଲାପାଳନଙ୍କ ପ୍ରସ୍ତୁତି ବୈଠକ

Thu May 29 , 2025
କେନ୍ଦ୍ରାପଡ଼ା, ୨୯.୦୫, ଆସନ୍ତା ଜୁନ ମାସ ୨ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରାପଡ଼ା ଗସ୍ତ ଆସିବେ ।ଏନେଇ ଗୁରୁବାର ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ବିଜେପି ଜିଲ୍ଲାସଭାପତି ଶଶାଙ୍କ ଶେଖର ସେଠୀ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଆରକ୍ଷୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading