ଅସୀମା +୨ ଜିଲ୍ଲା ଟପ୍ପର

blank
କେନ୍ଦ୍ରାପଡ଼ା,୨୧ା୫ : +୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ମାର୍ଶାଘାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଛାତ୍ରୀ ଅସୀମା ଦାସ ମୋଟ ୫୭୨ମାର୍କ ଅର୍ଥାତ ୯୫.୩ପ୍ରତିଶତ ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି। ଅସୀମା ହେଉଛନ୍ତି ମାର୍ଶାଘାଇ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ଅଧ୍ୟାପକ ଦୀପକ କୁମାର ଦାସ ଓ ଅନ୍ନପୂର୍ଣ୍ଣା ଦାସଙ୍କ କନିଷ୍ଠା କନ୍ୟା। ଅସୀମା ମୁଳରୁ ଜଣେ ମେଧାବୀ ଛାତ୍ରୀ ଅଟନ୍ତି। ସେ ମାଟ୍ରିକ ପରୀକ୍ଷାରେ ମଧ୍ୟ ମୋଟ ୫୮୭ ଅର୍ଥାତ ୯୭.୮୩ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀରେ ପାସ କରିଥିଲେ। ଅସୀମା ଭବିଷ୍ୟତରେ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।

Next Post

ଗଛରେ ପିଟି ହେଲା ବାଇକ, ଦୁଇ ମୃତ

Thu May 22 , 2025
ପଟ୍ଟାମୁଣ୍ଡାଇ ୨୨/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅନ୍ତର୍ଗତ ସୁଜନପୁର ଗ୍ରାମ ନିକଟରେ ଗୁରୁବାର ମଧ୍ୟାହ୍ନ ୨ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ଯୁବକ ନୂଆ ପଲସର ବାଇକରେ ମାଳିବସା-ବାବର ପୂର୍ତ ରାସ୍ତା ଦେଇ ବାବର ଅଭିମୁଖେ ଯାଇଥିବା ବେଳେ ମଟରସାଇକଲଟି ନିୟନ୍ତ୍ରଣ ହରାଇ ସୁଜୁନପୁର ଗାଁ ମୁଣ୍ଡ ଏକ ଆକାସି ଗଛରେ ପିଟି ହୋଇଛି । ଫଳରେ ଘଟଣା ସ୍ଥଳରେ ଦୁଇ ଯୁବକଙ୍କ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading