ତୁଳସୀକ୍ଷେତ୍ରରେ ଫଗୁ ଦଶମୀ

blank
କେନ୍ଦ୍ରାପଡ଼ା,୯ା୩: କେନ୍ଦ୍ରାପଡ଼ାର ପବିତ୍ର ତୁଳସୀ କ୍ଷେତ୍ରରେ ଫଗୁ ଦଶମୀରେ ଦୋଳ ନୀତି ଅନୁଷ୍ଠିତ ହୋଇଥାଏ। ଏହି ଉପଲକ୍ଷେ ରବିବାର ତୁଳସୀ କ୍ଷେତ୍ରରେ ଫଗୁ ଦଶମୀ ଓ ଦୋଳ ନୀତି ପାଳନ କରାଯାଇଛି। ସନ୍ଧ୍ୟା ଆଳତି ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଗୋବିନ୍ଦ ଜୀଉ ବିମାନରେ ଯାତ୍ରା କରି ସାରଙ୍ଗ ଗ୍ରାମକୁ ଯାଇ ଫଗୁ ଦଶମୀ ଉତ୍ସବରେ ସାମିଲ ହୋଇଥାନ୍ତି। ନୀତି କାର୍ଯ୍ୟ ସାରି ପ୍ରଭୁ ମନ୍ଦିର ବିଜେ କରିଥାନ୍ତି। ରାତ୍ର ଧୂପ ସମ୍ପନ୍ନ ପରେ ଶ୍ରୀଜୀଉଙ୍କୁ ଶୁକ୍ଳ ବସ୍ତ୍ର ପରିଧାନ ପୂର୍ବକ ଅଭିର ରଙ୍ଗ ଲାଗି କରା ଯାଇଥିଲା। ପରେ ଚହ୍ନା ଖଜା ଭୋଗ କରାଯାଇଥିଲା। ଏହାପରେ ସମସ୍ତ ପାଶ୍ୱର୍ର୍ ଦେବଦେବୀଙ୍କୁ ଲାଗି କରାଯାଇଥିଲା। ଆଜି ଠୁଁ ମହାପ୍ରଭୁ ଶୀତବସ୍ତ୍ର ସମୂର୍ଣ୍ଣ ପରିତ୍ୟାଗ କରି ଥାଆନ୍ତି। ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ନୀତି କରାଯିବ। ପାପ ନାସିନି ଏକାଦଶୀରେ ପାଞ୍ଜି ପଢା ଚକଡା଼ ହୋଲି ଗୋବିନ୍ଦ ଦ୍ୱାଦଶୀରେ ଚକଡା଼ ହୋଲି ତ୍ରୟୋଦଶୀ ଚତୁର୍ଦ୍ଦଶୀରେ ଗୋପାଳ ଗୋଠ ବିଜେ କାଯାଏ। ମେଳଣ ପଡ଼ିଆରେ ଭୋଗ ଲାଗି, ମେଣ୍ଡା ଗୁହାଳ ପୋଡ଼ି ନୀତି ସାରି ଦୋଳ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ କରାଯାଇଥାଏ। ଦୋଳ ମଣ୍ଡପ ବିଜେ ପାଞ୍ଜି ପଢା ଗୋପାଳଙ୍କ କାଠି ଲହୁଡ଼ି ଖେଳରେ ସାମିଲ ହୋଇ ସାରି ରାତ୍ରରେ ମନ୍ଦିର ବାହୁଡ଼ି ଥାନ୍ତି ମହାପ୍ରଭୁ।

Next Post

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

Sun Mar 9 , 2025
କେନ୍ଦ୍ରାପଡ଼ା,୯ା୩: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ସଭାଗୃହଠାରେ ଆନ୍ତର୍ଜାତୀୟ ମହିଳା ଦିବସ ମହାବିଦ୍ୟାଳୟର ମିନଭ୍ରା ଗ୍ରୁପ୍ ତରପରୁ ପାଳିତ ହୋଇଯାଇଛି । ସଭାପତି ଅଧ୍ୟାପିକା ରତ୍ନମଞ୍ଜରୀ ଦାଶ ସଭାପତିତ୍ୱରେ କଲେଜର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ୍ ଯୋଗଦେଇ ମହିଳାମାନେ ସଶକ୍ତ ହେଲେ ସମାଜ ଆଗକୁ ବଢିପାରିବ ବୋଲି ମତପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧ୍ୟାପିକା ପ୍ରଫେସର ମୌସୁମୀ କାନୁନଗୋ ନାରୀଶିକ୍ଷାର ଗୁରୁତ୍ୱ ଦେବା ସହ ସବୁକ୍ଷେତ୍ରରେ ମହିଳାମାନଙ୍କର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading