ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରଧାନମନ୍ତ୍ରୀ ଆବାସ-୨ ସଚେତନତା : କଚା ଘର ଶୂନ୍ୟ ହେବ ପୌର ପରିଷଦ!

blank
ପଟ୍ଟାମୁଣ୍ଡାଇ ତା ୨/୫- ଓଡିଶା ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା -୨ ର ବ୍ୟାପକ ପ୍ରଚାର ପ୍ରସାର ଓ ଯୋଜନାରେ ଉପଯୁକ୍ତ ହିତାଧିକାରୀ ସାମିଲ ଉପରେ ଗୁରୁତ୍ୱାରୋପ କରୁଥିବାରୁ ପଟ୍ଟାମୁଣ୍ଡାଇ ପୌର ପ୍ରଶାସନ ଏ ଦିଗରେ ତତ୍ପରତାର ସହ କାର‌୍ୟ୍ୟ ଆରମ୍ଭ କରିଛି । ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ପ୍ରଧାନ ମନ୍ତ୍ରୀ ଆବାସ -୨ ସଚେତନତା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା କାର‌୍ୟ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉପେକ୍ଷିତ ଗରିବ ନିରାଶ୍ରୟ ଲୋକମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ -୨ ଆରମ୍ଭ ହୋଇଛି । ସରକାରୀ ନିର୍ଦେଶନାମା ଅନୁଯାୟୀ ସରକାରୀ ଅଧିକାରୀ ଓ ଲୋକପ୍ରତିନିଧିଙ୍କୁ ନେଇ ପୌର ଓ ୱାର୍ଡ ସ୍ତରୀୟ କମିଟି ଗଠନ ସହ ବ୍ୟାପକ ଜନସଚେତନତା ମାଧ୍ୟମରେ ଅତ୍ୟନ୍ତ ନିଷ୍ଠା ଓ ଦକ୍ଷତାର ସହିତ ହିତାଧିକାରୀ ଚୟନ କରି ଗରିବ ଓ ନିରାଶ୍ରୟ ଲୋକମାନଙ୍କୁ ଆବାସ ଯୋଗାଇବା ସହିତ କଚା ଘର ମୁକ୍ତ ପୌର ପରିଷଦ ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ । ପୌର ଓ ୱାର୍ଡ କମିଟି ଦ୍ୱାରା ଚୟନ କରାଯାଇଥିବା ହିତାଧିକାରୀ ତାଲିକା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକ ଓ ଜନଗହଳି ସ୍ଥାନରେ ଲଗାଇବାକୁ ନିର୍ଦେଶ ଦେବା ସହିତ ହିତାଧିକାରୀ ଚୟନରେ ସରକାରୀ ନିର୍ଦେଶନାମା କଡାକଡ଼ି ପାଳନ କରି ସ୍ୱଚ୍ଛତା ବଜାୟ ରଖିବାକୁ ନିର୍ଦେଶ ଦେଇଥିଲେ। ନିଜସ୍ୱ ଜମି ନଥିବା ହିତାଧିକାରୀଙ୍କୁ ଅବ୍ୟବହୁତ ସରକାରୀ ଜମି ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ବିଧାୟକ ପରାମର୍ଶ ଦେବା ସହିତ ପ୍ରଧାନ ମନ୍ତ୍ରୀ ଆବାସ ସହାୟତା ରାଶି ୨. ୫ ଲକ୍ଷ ଟଙ୍କା ସହିତ ୪ମାସ ମଧ୍ୟରେ ଗୃହ ସଂପୂର୍ଣ୍ଣ କରି ୨୦ହଜାର ସରକାରୀ ପ୍ରୋତ୍ସାହନ ରାଶି ଓ ୬ମାସ ମଧ୍ୟରେ ୧୦ହଜାର ସରକାରୀ ପ୍ରୋତ୍ସାହନ ରାଶି ହାସଲ କରିବାକୁ ନିବେଦନ କରିଥିଲେ । ପଟ୍ଟାମୁଣ୍ଡାଇ ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ କାର‌୍ୟ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।  କାଉନସିଲର ଗୋପୀ ବଲ୍ଲଭ ନାୟକ, ମଳୟ ଓଝା, ପ୍ରଶାନ୍ତ ବାରିକ, ମୃତ୍ୟୁଞ୍ଜୟ ପାଢ଼ୀ ଲାସ୍ୟମୟୀ ସାହୁ, ବିଦ୍ୟାଧର ସେଠୀ,ସୁବାଷ ମଲିକ, ପ୍ରିୟଙ୍କା ସେଠୀ,ସାନିଆ ପରମିନ ସାହେବା
ବନିତା ମଲିକ, ରୀନାରାଣୀ ମଲିକ, ମଧୁସ୍ମିତା ମଲିକ, ସନ୍ତୋଷ ଦାସ, ଝରଣା ବେହେରା ପ୍ରମୁଖ ବହୁ କାଉନସିଲର ଭାଷଣ ଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିଭିନ୍ନ ଦିଗ, ବିଭିନ୍ନ ୱାର୍ଡରେ ହିତାଧିକାରୀ ଚୟନ ଓ ଗୃହ ନିର୍ମାଣ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ପୌର ଉପନିର୍ବାହୀଯନ୍ତ୍ରୀ ସମୀର ଠାକୁର ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସରୋଜ ପଣ୍ଡା, ତପସ୍ୱିନୀ ଦାଶ,ଅରବିନ୍ଦ ପରିଡାପ୍ରଫୁଲ୍ଲ ଦାଶ, ବ୍ରଜ କିଶୋର ସେଠୀ ପ୍ରମୁଖ ପରିଚାଳନା କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବିଭିନ୍ନ ୱାର୍ଡର ବହୁ ସଂଖ୍ୟକ ହିତାଧିକାରୀ ଯୋଗ ଦେଇଥିଲେ ।

Next Post

କେନ୍ଦ୍ରାପଡା ଜିଲ୍ଲାରେ ମାଟ୍ରିକ ପରୀକ୍ଷାଫଳ ୯୬.୪ପ୍ରତିଶତ

Fri May 2 , 2025
କେନ୍ଦ୍ରାପଡ଼ା,୨ା୫ :ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ୯୪.୯୩ ପ୍ରତିଶତ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ଏହା ୯୬.୪ପ୍ରତିଶତ ହୋଇଛି। ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ସାରା ରାଜ୍ୟରେ କେନ୍ଦ୍ରାପଡା ଜିଲ୍ଲା ତୃତୀୟ ସ୍ଥାନରେ ରହିଥିବା ଜଣାପଡିଛି। ଜିଲ୍ଲାର ୩୪୬ଟି ବିଦ୍ୟାଳୟର ମୋଟ ୧୮ହଜାର ୧୯୩ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୁରଣ କରିଥିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading