
ପଟ୍ଟାମୁଣ୍ଡାଇ ତା୨୦/୫- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜର ଅନ୍ୟତମ ପ୍ରତିଷ୍ଠାତା ପ୍ରଫେସର ଗୟାଧର ରାଉତଙ୍କ ୮ମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କଲେଜ ପରିସରରେ ଅଧକ୍ଷ ଡ଼ଃ ଗୌରୀକୁମାର ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅଧ୍ୟାପକ ନିରଞ୍ଜନ ବାରିକ, ଅଧ୍ୟାପକ ଦିଲ୍ଲୀପ କୁମାର ମଲ୍ଲିକ, ଅଧ୍ୟାପକ ଶିବ ଚରଣ ଦାସ, ଡି ଇ ଓ ଦୈତାରୀ ନାୟକ, ବିଜୟ ଜୁମର ରାଉତ, ମନୋଜ କୁମାର ରାଉତ, କାଳନ୍ଦୀ ମଳିକ, ରାଜେନ୍ଦ୍ର ବେହେରା ଅଭୟ ଦଳେଇ, ସୁଧାକର ଦାସ ପୁରାତନ ଛାତ୍ର ଚିତ୍ତରଞ୍ଜନ ମଲ୍ଲିକ, ସୁମନ୍ତ କୁମାର ମଲ୍ଲିକ, ଜିତେନ୍ଦ୍ର କୁମାର ପରିଡା ପ୍ରମୁଖ ଦିବଂଗତ ପ୍ରଫେସର ଗୟାଧର ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
