
କେନ୍ଦ୍ରାପଡ଼ା,୨୧ା୫ : +୨ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମଗ୍ରିକ ଭାବେ +୨ ପାସ ହାର ୯୪ପ୍ରତିଶତ ରହିଛି। ବିଦ୍ୟାଳୟର +୨କଳାରେ ମୋଟ ୩୮୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୮୧ଜଣ, ଦ୍ୱିତୀୟ ଶ୍ରେଣୀରେ ୭୮ଜଣ ଓ ତୃତୀୟ ଶ୍ରେଣୀରେ ୯୩ଜଣ ପାସ କରିଛନ୍ତି। ୨୬ଜଣ ଫେଲ ହୋଇଥିବା ବେଳେ ମୋଟ ୩୫୨ଜଣ ପାସ କରିଛନ୍ତି। ବିଦ୍ୟାଳୟର କଳାରେ ପାସ ହାର ୯୨.୬୩ପ୍ରତିଶତ ହୋଇଛି। +୨ ବିଜ୍ଞାନରେ ବିଦ୍ୟାଳୟର ମୋଟ ୫୧୦ଜଣ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୮୫ଜଣ, ଦ୍ୱିତୀୟ ଶ୍ରେଣୀରେ ୭୮ଜଣ ଓ ତୃତୀୟ ଶ୍ରେଣୀରେ ୧୬ଜଣ ପାସ କରିଥିବା ବେଳେ ମୋଟ ୪୭୯ଜଣ ପାସ କରିଛନ୍ତି। ୨୬ଜଣ ପିଲା ଫେଲ ହୋଇଥିବା ବେଳେ ବିଦ୍ୟାଳୟର ବିଜ୍ଞାନ ପାସହାର ୯୩.୯୨ପ୍ରତିଶତ ହୋଇଛି। ସେହିଭଳି +୨ ବାଣିଜ୍ୟରେ ମୋଟ ୩୫୩ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୨୩ଜଣ, ଦ୍ୱିତୀୟ ଶ୍ରେଣୀରେ ୫୦ଜଣ ଓ ତୃତୀୟ ଶ୍ରେଣୀରେ ୬୩ଜଣ ପାସ କରିଥିବା ବେଳେ ମୋଟ ୩୩୬ଜଣ ପାସ କରିଛନ୍ତି। ୧୭ଜଣ ଫେଲ ହୋଇଥିବା ବେଳେ ବାଣିଜ୍ୟ ପାସହାର ୯୫.୧୮ପ୍ରତିଶତ ହୋଇଛି। ବିଦ୍ୟାଳୟର କଳାରେ ଲିପ୍ସା ମିଶ୍ର ମୋଟ ୫୫୦ମାର୍କ ଅର୍ଥାତ ୯୧.୬୬ପ୍ରତିଶତ ମାର୍କ ରଖି ପ୍ରଥମ ହୋଇଥିବା ବେଳେ ସୋଫିଆ ଫିରଦୋସ ମୋଟ ୫୪୬ମାର୍କ ଅର୍ଥାତ ୯୧ପ୍ରତିଶତ ମାର୍କ ରଖି ଦ୍ୱିତୀୟ ଓ ସ୍ୱପ୍ନାରାଣୀ ନାୟକ ୫୪୩ ଅର୍ଥାତ ୯୦.୫ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି। ବିଜ୍ଞାନରେ ମନୀଷ ଲେଙ୍କା ୫୬୪ ଅର୍ଥାତ ୯୪ପ୍ରତିଶତ ମାର୍କ ରଖି ପ୍ରଥମ ହୋଇଥିବା ବେଳେ ସ୍ୱତନ୍ତ୍ର ସଂଗ୍ରାମ ସ୍ୱାଇଁ ୫୬୩ ଅର୍ଥାତ ୯୩.୮୩ ପ୍ରତିଶତ ମାର୍କ ରଖି ଦ୍ୱିତୀୟ ଓ ଆଫ୍ରିନ ସୁଲତାନା ୫୫୫ ଅର୍ଥାତ ୯୨.୫ପ୍ରତିଶତ ମାର୍କ ରଖି ତୃତୀୟ ହୋଇଛନ୍ତି। ସେହିଭଳି ବାଣିଜ୍ୟରେ ନିଲକମଳ ଦାସ ୫୬୭ ଅର୍ଥାତ ୯୪.୫ପ୍ରତିଶତ ମାର୍କ ରଖି ପ୍ରଥମ ହୋଇଥିବା ବେଳେ ଆଦିତ୍ୟ ବେହେରା ୫୬୦ ଅର୍ଥାତ ୯୩.୩୩ ପ୍ରତିଶତ ମାର୍କ ରଖି ଦ୍ୱିତୀୟ ଓ ବିକ୍ରମ ମଲ୍ଲିକ ଏବଂ ରଶ୍ମୀରଞ୍ଜନ ମହାନ୍ତି ମୋଟ ୫୫୪ ଅର୍ଥାତ ୯୨.୩୩ ପ୍ରତିଶତ ମାର୍କ ରଖି ଯୁଗ୍ମ ତୃତୀୟ ହୋଇଛନ୍ତି।
