ପଟ୍ଟାମୁଣ୍ଡାଇରେ ଏଆଇସିସିଟିୟୁର ବିକ୍ଷୋଭ

blank
ପଟ୍ଟାମୁଣ୍ଡାଇ ୨୦/୫- ଆକାଶଛୁଆଁ, ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ଶ୍ରମିକମାରଣ ନୀତି ସର୍ବୋପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଏଆଇସିସିଟିୟୁ ଜିଲ୍ଲା କମିଟି ପକ୍ଷରୁ ପଟ୍ଟାମୁଣ୍ଡାଇ ଆଂଚଳିକ କମିଟି ସହଯୋଗରେ ପଟ୍ଟାମୁଣ୍ଡାଇ ବାଇପାସ ଆମ୍ବେଦକର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ମହାବୀର ବଜାର ପାର୍ଟି ଅଫିସରୁ ଦଳର କର୍ମୀମାନେ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିବା ପରେ ବାଇପାସ ଆମ୍ବେଦକର ପ୍ରତିମୂର୍ତୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସିପିଆଇଏମଏଲ ନେତା ସଂଜୀବ ରାଉତଙ୍କ ନେତୃତ୍ୱରେ ଆୟୋଜିତ ବିକ୍ଷୋଭରେ ଏଆଇସିସିଟିୟୁ ଜିଲ୍ଲା ସମ୍ପାଦକ ବସନ୍ତ ମଲିକ, ପ୍ରକାଶ ମଲିକ, ଶତ୍ରୁଘ୍ନ ରାଉତ, ଅଶୋକ ଦାସ, ଶ୍ରୀକାନ୍ତ ଲେଙ୍କା, ବିପିନ ସାହାଣୀ, ସୁବାଷ ସୂତାର, ବଂଶୀଧର ସେଠୀ ପ୍ରମୁଖ ବହୁ ସିପିଆଇଏମଏଲ ନେତା କର୍ମୀ ଓ ଚାଷୀ ମୁଲିଆ ଯୋଗ ଦେଇଥିଲେ ।

Next Post

ବ୍ରାହ୍ମଣୀ କଲେଜ ପ୍ରତିଷ୍ଠାତାଙ୍କୁ ଶ୍ରଦ୍ଧାଞ୍ଜଳି

Tue May 20 , 2025
ପଟ୍ଟାମୁଣ୍ଡାଇ ତା୨୦/୫- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜର ଅନ୍ୟତମ ପ୍ରତିଷ୍ଠାତା ପ୍ରଫେସର ଗୟାଧର ରାଉତଙ୍କ ୮ମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କଲେଜ ପରିସରରେ ଅଧକ୍ଷ ଡ଼ଃ ଗୌରୀକୁମାର ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅଧ୍ୟାପକ ନିରଞ୍ଜନ ବାରିକ, ଅଧ୍ୟାପକ ଦିଲ୍ଲୀପ କୁମାର ମଲ୍ଲିକ, ଅଧ୍ୟାପକ ଶିବ ଚରଣ ଦାସ, ଡି ଇ ଓ ଦୈତାରୀ ନାୟକ, ବିଜୟ ଜୁମର ରାଉତ, ମନୋଜ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading