ଶ୍ରୀବଳଦେବଜୀଉଙ୍କ ଗଜ ଉଦ୍ଧାରଣ ବେଶ

blank
କେନ୍ଦ୍ରାପଡ଼ା,୧୨ା୫:କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ସୋମବାର ଗଜ ଉଦ୍ଧାରଣ ବେଶ କରାଯାଇଛି। ଆଜି ବୈଶାଖ ପୂର୍ଣ୍ଣମୀରେ ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଗଜ ଉଦ୍ଧାରଣ ବେଶ ଭକ୍ତମାନଙ୍କୁ ବେଶ ଆମୋଦିତ କରିଥିଲା। ଶ୍ରୀଜୀଉଙ୍କ ସନ୍ଧ୍ୟା ନୀତି ସମ୍ପନ୍ନ ପରେ ଏହି ବେଶ କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କ ପାଖରେ ପକ୍ଷୀରାଜ ଗରୁଡ଼ ବିରାଜ ମାନ ଅଛନ୍ତି। ତାଙ୍କ କାନ୍ଧରେ ମହାଲକ୍ଷ୍ମୀ ଓ ନାରାୟଣ ବସିଛନ୍ତି। ନାରାୟଣଙ୍କ ହସ୍ତରେ ଶଙ୍ଖଚକ୍ର ଗଦାପଦ୍ମ ରହିଛି। ଏଭଳି ସଜ୍ଜିତ ବେଶରେ ହସ୍ତୀ କୁମ୍ଭୀରକୁ ସାମିଲ କରାଯାଇ ଗର୍ଭ ଗୃହ ଚଟାଣରେ କୃତ୍ରିମ ଜଳବନ୍ଦୀ ବଡ଼ ସାଇତି ସେବାୟତଙ୍କ ଦ୍ୱାରା କରାଯାଇଥିଲା। ଏହି ବେଶ ସଂପୂର୍ଣ୍ଣ ଗର୍ଭ ଗୃହରେ ସୀମିତ ଥିବାରୁ ଭକ୍ତମାନଙ୍କୁ ଗର୍ଭଗୃହ ମଧ୍ୟକୁ ପ୍ରବେଶ ଉପରେ କଟକଣା କରାଯାଇଥିଲା। ଫଳରେ ଭୋଗ ମଣ୍ଡପ ନିକଟରୁ ଭକ୍ତମାନେ ଶ୍ରୀଜୀଉଙ୍କ ଏହି ଦୁର୍ଲଭ ଗଜ ଉଦ୍ଧାରଣ ବେଶକୁ ଦର୍ଶନ କରିବାର ସୁଯୋଗ ପାଇଥିଲେ। ଏହାପରେ ଶ୍ରୀଜୀଉଙ୍କ ରାତ୍ର ଧୂପ ପଣା ପଖାଳ ଲାଗି ଶେଷହେବା ପରେ ବଡ଼ସିଂହାର ବେଶ କରାଯାଇଥିଲା। ଏହାପରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇ ରାତ୍ର ଏଗାରଟା ବେଳକୁ ପହୁଡ଼ ପଡ଼ିଥିଲା।

Next Post

ପାଠାଗାରର ଉନ୍ନତି ପାଇଁ ଆମେରିକା ପ୍ରଫେସରଙ୍କ ଏକଲକ୍ଷ ଟଙ୍କା ପ୍ରଦାନ

Mon May 12 , 2025
କେନ୍ଦ୍ରାପଡ଼ା,୧୨ା୫ : କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ ଡାଇମଣ୍ଡ ଜୁବଲି ପାଠାଗାରର ଉନ୍ନତି ପାଇଁ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ଏକଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଅବସରରେ ଡ. ଦାସ କହିଛନ୍ତି ଡାଇମଣ୍ଡ ଜୁବଲି ପାଠାଗାରରେ ଅଧ୍ୟୟନ କରି ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ଦେଶବିଦେଶରେ ପ୍ରତିଷ୍ଠାଲାଭ କରିଛନ୍ତି। ସେ ମଧ୍ୟ ତାଙ୍କ ଛାତ୍ର ଜୀବନରେ ଏହି ପାଠାଗାରରେ ଅଧ୍ୟୟନ କରିଥିଲେ। ତେଣୁ ପାଠାଗାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading