କେନ୍ଦ୍ରାପଡ଼ା,୧୩ା୬:କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଆର୍ସେଲର ମିତ୍ତଲ ଷ୍ଟିଲ କାରଖାନା ହେବା ନେଇ ଯେଉଁ ସ୍ୱପ୍ନ ରହିଥିଲା ତାହା ଏବେ ଧୂଳିସାତ ହୋଇଯିବାର ସମ୍ଭାବନା ସୃଷ୍ଟି କରିଛି। କାରଣ କେନ୍ଦ୍ରାପଡ଼ା ସହର ସନ୍ନିକଟ ଗୋପ ଛକରେ ଥିବା ଏହାର କାର୍ଯ୍ୟାଳୟକୁ ଉଠାଇ ନେବାକୁ ଷଡ଼ଯନ୍ତ୍ର ଚାଲିଛି। ଏହି କାର୍ଯ୍ୟାଳୟରେ ଯେଉଁ କର୍ମଚାରୀ ଓ ଅଧିକାରୀ ନିଯୁକ୍ତି ପାଇଥିଲେ ସେମାନଙ୍କୁ ଅପସାରଣ କରି ନିଆଯାଇଛି। ସେହିପରି କାର୍ଯ୍ୟାଳୟର ଆସବାବପତ୍ରକୁ ମଧ୍ୟ ସ୍ଥାନାନ୍ତର କରି […]
featured
ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ସହରାଂଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାର କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ୧୨/୬ -ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ପଟ୍ଟାମୁଣ୍ଡାଇ ପୌରପରିଷଦ କାର୍ଯ୍ୟଳୟ ପରିସରରେ ସହରାଂଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଟ୍ଟାମୁଣ୍ଡାଇ ପୌରନିର୍ବାହୀ ଅଧିକାରୀ ରଞ୍ଜନ ଦାଶ କାର୍ଯ୍ୟକ୍ରେରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ […]
ତାଲୁକ ଆଇନ ସେବା ସମିତି ପକ୍ଷରୁ ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ ପଟ୍ଟାମୁଣ୍ଡାଇ ୧୨/୬ କଳ୍ପତରୁ ନାୟକ- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ତରଫରୁ ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ ସିଭିଲ୍ କୋର୍ଟ ପରିସରରେ ପାଳିତ ହୋଇଯାଇଛି । ଆଇନଜୀବି ଧୀରେନ୍ଦ୍ରନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଶିଶୁ ଶ୍ରମିକ ନିରୋଧ ଦିବସ ସଚେତନତା ସଭାରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା […]
କେନ୍ଦ୍ରାପଡ଼ା ୧୨ା୬ :ଚାମେଲି ଓଝାଙ୍କୁ ଆକ୍ରମଣ ଓ ଗିରଫଦାରୀକୁ ନେଇ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ରାଜନୀତି ସରଗରମ ହୋଇଛି । ଏ ନେଇ ମହାକାଳପଡ଼ାର ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁହଁ ଖୋଲିଛନ୍ତି । ସେହିପରି ଚାମେଲିଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲା ସରପଞ୍ଚ ସଂଘ ଏସପି ସିଦ୍ଧାର୍ଥ କଟକଟାରିଆ ଓ ଜିଲାପାଳ ରଘୁରାମ ଆର. ଆୟରଙ୍କୁ ଭେଟିଛି । ଚାମେଲିଙ୍କ […]
ଜିଲ୍ଲା ସଂସ୍କୃତି ଭବନ, କେନ୍ଦ୍ରାପଡ଼ାରେ ଅନ୍ନପୂର୍ଣ୍ଣା କାର୍ଡ ବଣ୍ଟନ ସହ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟ ଫୋନ କେନ୍ଦ୍ରାପଡ଼ା, ୧୨/୬ : ଜିଲ୍ଲା ସଂସ୍କୃତି ଭବନ, କେନ୍ଦ୍ରାପଡ଼ା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଜନହିତକର ପଦକ୍ଷେପ “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା” ର ଶୁଭାରମ୍ଭ ଅବସରରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ କେନ୍ଦ୍ରାପଡ଼ା ଜିଲ୍ଲା ଯୋଡ଼ି ହୋଇଥିଲା। ଏହି ଯୋଜନା ଅଧୀନରେ ପୂର୍ବରୁ ହିତାଧିକାରୀମାନେ ୫ କିଲୋଗ୍ରାମ ଚାଉଳ […]
କେନ୍ଦ୍ରାପଡା ୧୧/୬ – ମହାକାଳପଡ଼ା ବ୍ଲକ୍ର ବହୁଚର୍ଚ୍ଚିତ ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କୁ ନେଇ ମହାକାଳପଡ଼ା ସରଗରମ ହୋଇଛି । ମହାକାଳପଡ଼ା ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ପ୍ରକୋଷ୍ଟକୁ ପଶି ଚାମେଲୀ ଓଝା ଓ ତାଙ୍କ ଭାଇ ଶ୍ରୀ ଆଚାର୍ଯ୍ୟଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ପୋଲିସ ଦୁହିଁଙ୍କୁ ଗିରଫ କରିଛନ୍ତି । ଅନ୍ୟପକ୍ଷରେ ପୋଲିସ ସ୍ଥାନୀୟ ବିଧାୟକଙ୍କ ଇଙ୍ଗିତରେ ତାଙ୍କୁ ବିନା କାରଣରେ ଥାନାକୁ ଆଣି ମାଡ଼ ମାରିଥିବା ନେଇ […]
ପଟ୍ଟାମୁଣ୍ଡାଇ ୧୧/୬ – ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ବିକାଶରେ ଦିବଂଗତ ସମାଜସେବୀ ଶିବ ଚରଣ ବିଶ୍ୱାଳଙ୍କ ଅବଦାନ ଚୀରକାଳ ଅବିସ୍ମରଣୀୟ ହୋଇ ରହିବ ବୋଲି ବିଶିଷ୍ଟ ସାମାଜିକକର୍ଯ ଶିବ ଚରଣ ବିଶ୍ୱାଳଙ୍କ ଏକାଦଶାହ ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡ଼ିପାଳ ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି । ଇଂ ସରୋଜ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା […]
ପଟ୍ଟାମୁଣ୍ଡାଇ ୧୧/୬ -ପଟ୍ଟାମୁଣ୍ଡାଇ ବ୍ଲକର ବରିଷ୍ଠ ନାଗରିକ ମଞ୍ଚ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ତଥା ପଟ୍ଟାମୁଣ୍ଡାଇ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ୮୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ବାଇଁଙ୍କ ପୌରହିତ୍ୟ ଓ ଗାଳ୍ପିକ ପ୍ରଦୀପ ନାୟକଙ୍କ ସଂଯୋଜନାରେ ଆୟୋଜିତ ସଭାରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. କେଳୁଚରଣ […]
କେନ୍ଦ୍ରାପଡ଼ା,୧୧ା୬:କେନ୍ଦ୍ରାପଡା ବଜାରରେ କାରବାର ହେଉଛି ୫ଶହ ଟଙ୍କିଆ ଜାଲ ନୋଟ। କାରଣ ସମାନ ନମ୍ବର ଥିବା ଦୁଇଟି ୫ଶହ ଟଙ୍କିଆ ନୋଟ ଜଣେ ବ୍ୟବସାୟୀଙ୍କ ପାଖକୁ ଆସିଛି। ବ୍ୟବସାୟୀ ଜଣଙ୍କ ବ୍ୟାଙ୍କକୁ ଟଙ୍କା ପଇଠ କରିବାକୁ ଯିବାବେଳେ ବ୍ୟାଙ୍କରେ ଏହା ଧରାପଡିଛି। ବ୍ୟାଙ୍କ କର୍ମଚାରୀ ମେସିନ ଦ୍ୱାରା ପରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ ଗୋଟିଏ ୫ଶହ ଟଙ୍କିଆ ନୋଟ ଜାଲ ବୋଲି। ବ୍ୟାଙ୍କ କର୍ମଚାରୀ ବ୍ୟବସାୟୀଙ୍କୁ ନୋଟଟି ଫେରାଇ […]
କେନ୍ଦ୍ରାପଡା ୧୧/୬- କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ବାରଦିଆ ଗ୍ରାମର ବିନୋଦ ଦାସଙ୍କୁ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ ଅବକାରୀ କମିଶନର ଦୁଇ ଅବକାରୀ ଅଧିକାରୀ ନିଲମ୍ବିତ କରିଛନ୍ତି । ନିଲମ୍ବିତ ଦୁଇ ଅଧିକାରୀ ହେଲେ ପଟ୍ଟାମୁଣ୍ଡାଇ ଅବକାରୀ ଏସଆଇ ଛାୟାକାନ୍ତ ନାୟକ ଓ ଏଏସଆଇ ପ୍ରଦୀପ ମଲ୍ଲିକ । ପୂର୍ବରୁ ଦୁଇଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । ସହକାରୀ କମିଶନର ଓ ଅବକାରୀ ବିଭାଗର ଅଧିକ୍ଷକଙ୍କ […]

